ଓଡିଶା

odisha

By

Published : Dec 29, 2020, 12:48 PM IST

ETV Bharat / bharat

କୋଭିଡ-19 ଟିକା: ଗୁଜବ ଓ ସତ୍ୟତା

ବର୍ଷ 2020, ମହାମାରୀ କୋଭିଡ-19ର ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ । ବର୍ଷ ତମାମ ସମଗ୍ର ବିଶ୍ବରେ କୋରୋନାର ଆତଙ୍କ ଜାରି ରହିଛି । ଏଭଳି ସ୍ଥିତିରେ ଗୁଜବ ପ୍ରଚାର ହେବା ଅତି ସାଧାରଣ କଥା । ଅଧିକ ପଢନ୍ତୁ...

କୋଭିଡ-19 ଟିକା
କୋଭିଡ-19 ଟିକା

ହାଇଦ୍ରାବାଦ: ବର୍ଷ 2020, ମହାମାରୀ କୋଭିଡ-19ର ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ । ବର୍ଷ ତମାମ ସମଗ୍ର ବିଶ୍ବରେ କୋରୋନାର ଆତଙ୍କ ଜାରି ରହିଛି । ଏଭଳି ସ୍ଥିତିରେ ଗୁଜବ ପ୍ରଚାର ହେବା ଅତି ସାଧାରଣ କଥା । ବର୍ତ୍ତମାନ କୋଭିଡ ସଂକ୍ରମଣକୁ ହ୍ରାସ କରିବାକୁ ବିଶ୍ବର ଅନେକ ସ୍ଥାନରେ ଟିକା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆଶା କରାଯାଉଛି ଯେ, ଆସନ୍ତା ବର୍ଷରେ ସମସ୍ତଙ୍କୁ ଟୀକାକରଣ କରାଯିବ । ତେବେ କୋଭିଡ ଟିକାକୁ ନେଇ ଅନେକ ଆଶା ଆଶଙ୍କା ଥିବା ବେଳେ ଏହାକୁ ନେଇ ମଧ୍ୟ ଗୁଜବ ପ୍ରଚାର ହେବାରେ ଲାଗିଛି । ଆସନ୍ତୁ ଲୋକଙ୍କ ମଧ୍ୟରେ ଚାଲିଥିବା ସେପରି କିଛି ଗୁଜବ ଓ ଏହାର ସତ୍ୟାସତ୍ୟ ବିଷୟରେ ଆଲୋଚନା କରିବା ।

ପ୍ରଥମ ଗୁଜବ-

କୋଭିଡ୍ ଟିକା ଅତି ଜଲଦିରେ ପ୍ରସ୍ତୁତ କରାଯାଉଛି ତେଣୁ ଏହା ସୁରକ୍ଷିତ ନୁହେଁ

ପ୍ରକୃତରେ ଏହା ସତ ଯେ କୋଭିଡ ଟିକା ବହୁତ ଜଲଦି ପ୍ରସ୍ତୁତ କରାଯାଉଛି । କୋରୋନା ଭାଇରସର ପ୍ରଭାବକୁ କମାଇବା ପାଇଁ ଟିକା ପରୀକ୍ଷଣ ଜଲଦି କରାଯାଉଛି ମାତ୍ର ସୁରକ୍ଷିତ ନଥିବା ଗୁଜବ ମିଥ୍ୟା । କାରଣ ବିନା ପରୀକ୍ଷଣ ପ୍ରୋଟୋକଲ ପାଳନ ନ କରି ଟିକାକୁ ଲୋକଙ୍କୁ ଦିଆଯିବ ନାହିଁ । ଯେକୌଣସି ପରିସ୍ଥିତିରେ ବି ଟିକା ନିର୍ମାତାମାନେ ନିଶ୍ଚିତ ଭାବରେ ବିକାଶ ପ୍ରକ୍ରିୟା ଅନୁସରଣ କରିବେ । ଟିକାଗୁଡିକ ନିରାପଦ ଏବଂ ପ୍ରଭାବଶାଳୀ ବୋଲି ପ୍ରମାଣ କରିବାକୁ ବ୍ୟାପକ କ୍ଲିନିକାଲ୍ ପରୀକ୍ଷା କରିବାକୁ ପଡିବ । ତେବେ ହିଁ ଏହା ମଧ୍ୟ ସତ୍ୟ ଯେ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) ଅନୁମୋଦନ ପାଇ ଏହାକୁ ଶୀଘ୍ର ବ୍ୟବହାର କରାଯିବ ।

ଦ୍ବିତୀୟ ଗୁଜବ-

ଏହି ଟିକା କୋଭିଡ-19 ସଂକ୍ରମଣ ପୁଣି ଥରେ କରିପାରେ

ଅନ୍ୟ ସମସ୍ତ ଟିକା ପରି ଏକ ନିରାପଦ ଏବଂ ପ୍ରଭାବଶାଳୀ କୋଭିଡ-19 ଟିକା ସଂକ୍ରମଣକୁ ଅନୁକରଣ କରି ରୋଗ ପ୍ରତିରୋଧକ ଶକ୍ତି ବିକାଶରେ ସାହାଯ୍ୟ କରିବ । କୌଣସି ସଂକ୍ରମଣ କିମ୍ବା ଅସୁସ୍ଥତା ସୃଷ୍ଟି କରିବାର ସମ୍ଭାବନା ନାହିଁ । କୋଭିଡ-19 ଟିକା ଆମର ପ୍ରତିରକ୍ଷା ପ୍ରଣାଳୀରେ SARS-CoV-2 ଭାଇରସ ଚିହ୍ନଟ କରିବା ସହ ମୁକାବିଲା କରିବ । କୋଭିଡ-19 ଟୀକାକରଣ ପରେ ଆମ ଶରୀର ପ୍ରତିରୋଧକ ଶକ୍ତି ବିକାଶ ପାଇଁ କିଛି ସମୟ ନେବ ।

ତୃତୀୟ ଗୁଜବ-

ଟିକାରେ ଥିବା mRNA ଶରୀରେ ପ୍ରକୃତ DNAକୁ ପରିବର୍ତ୍ତନ କରିପାରେ

କିଛି କୋଭିଡ-19 ଟିକା mRNA ଟେକ୍ନୋଲୋଜି ବ୍ୟବହାର କରି ବିକଶିତ ହୋଇଛି । ଏହପରି ଟିକା ଶରୀରରେ ଏକ ପ୍ରୋଟିନ୍ ସୃଷ୍ଟି କରିବାରେ ସାହାଯ୍ୟ କରିବ । ଏହା ପ୍ରୋଟିନ୍ ଚିହ୍ନିବାରେ ସାହାଯ୍ୟ କରିବ ଏବଂ ଏହାର ମୁକାବିଲା ପାଇଁ ଆଣ୍ଟିବଡି ଉତ୍ପାଦନ କରିବ । mRNA ଓ DNA ସମାନ ଜିନିଷ ନୁହେଁ । ଡାକ୍ତରୀ ଅନୁସନ୍ଧାନକାରୀଙ୍କ ଅନୁଯାୟୀ, mRNA ଏହାର ଗଠନ କିମ୍ବା ଜେନେଟିକ୍ କୋଡ୍ ପରିବର୍ତ୍ତନ କରିବାକୁ ମାନବ DNA ସହିତ ମିଶିପାରିବ ନାହିଁ ।

ଚତୁର୍ଥ ଗୁଜବ-

ଟୀକାକରଣ ପରେ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇପାରେ

ଆପଣ ସାଧାରଣ ଟିକା ନେଲେ ବି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥାଏ କିନ୍ତୁ ଏହା ମାରାତ୍ମକ ନୁହେଁ । ସାମାନ୍ୟ ମୁଣ୍ଡ ବିନ୍ଧା, ମାଂସପେଶୀରେ ଦରଜ, ଜର ଆଦି ଲକ୍ଷଣ ଦେଖାଦେଇପାରେ । ଏହା ଆପେ ଆପେ ମଧ୍ୟ ଭଲ ହୋଇଯାଇଥାଏ । ଡାକ୍ତରୀ ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଏକ ନିରାପଦ ଏବଂ ପ୍ରଭାବଶାଳୀ କୋଭିଡ-19 ଟିକା ସୁସ୍ଥ ଲୋକଙ୍କଠାରେ ଗୁରୁତର ପ୍ରତିକ୍ରିୟା ସୃଷ୍ଟି କରିବାର ସମ୍ଭାବନା ନାହିଁ। ଆମେରିକାରେ କୋଭିଡ-19 ଟିକା ଉପରେ କିଛି ଲୋକଙ୍କର ଆଲର୍ଜି ପ୍ରତିକ୍ରିୟା ସୃଷ୍ଟି କରୁଥିବା ପୃଥକ ରିପୋର୍ଟ ଆସିଛି ଏବଂ ଏହାର ଅନୁସନ୍ଧାନ କରାଯାଉଛି ।

ପଞ୍ଚମ ଗୁଜବ-

ଏହି ଟିକା ମଣିଷ ମଧ୍ୟରେ ବନ୍ଧ୍ୟା ଦୋଷ ସୃଷ୍ଟି କରିପାରେ

ନିକଟରେ ଏକ ଗୁଜବ ପ୍ରଚାର ହେଉଥିଲା ଯେ ନିର୍ଦ୍ଦିଷ୍ଟ କମ୍ପାନୀ ଦ୍ବାରା ବିକଶିତ କୋଭିଡ-19 ଟିକା ମହିଳାଙ୍କ ମଧ୍ୟରେ ବନ୍ଧ୍ୟା ଦୋଷ ସୃଷ୍ଟି କରିପାରେ । ଏହି ଟିକାରେ ସିନ୍ସିଟିନ୍-1 ନାମକ ଏକ ସ୍ପାଇକ୍ ପ୍ରୋଟିନ୍ ଥାଏ, ଯାହା ବନ୍ଧ୍ୟାତ୍ବର କାରଣ ହୋଇପାରେ । କିନ୍ତୁ ସେପରି କୌଣସି ପ୍ରମାଣ ନଥିବା ଡାକ୍ତରୀ ଅନୁସନ୍ଧାନ ଦଳ ସୂଚନା ଦେଇଛନ୍ତି ।

ଷଷ୍ଠ ଗୁଜବ-

ଏହି ଟିକା ଆପଣଙ୍କ ଶରୀରରେ ଏକ ଚିପ୍ ଲଗାଇଥାଏ

ଗୁଜବ ଚାଲିଥିଲା ଯେ, ସରକାର ଲୋକଙ୍କ ମଧ୍ୟରେ ଟୀକାକରଣ କରି ସେମାନଙ୍କ ଶରୀରରେ ମାଇକ୍ରୋଚିପ୍ ଲଗାଇବେ ଓ ସେମାନଙ୍କ ଗତିବିଧି ଉପରେ ନଜର ରଖିବେ । ସତ ହେଲା ବର୍ତ୍ତମାନ ପାଇଁ କୌଣସି ଟିକାରେ ମାଇକ୍ରୋଚିପ୍ ଲଗାଇବା ଅସମ୍ଭବ । ନିକଟରେ ଏକ ଫାର୍ମା କମ୍ପାନୀ କୋଭିଡ-19ରେ ବ୍ୟବହୃତ ହେଉଥିବା ସାମଗ୍ରୀ ବିଷୟରେ ସୂଚନା ଦେଇଥିଲେ ।

ସପ୍ତମ ଗୁଜବ-

ମତେ କୋଭିଡ ହୋଇଥିଲା ଆଉ ବର୍ତ୍ତମାନ ମୁଁ ସୁସ୍ଥ ତେଣୁ ମତେ କୋଭିଡ-19 ଟିକା ଆବଶ୍ୟକ ନାହିଁ

ଅନେକ କ୍ଷେତ୍ରରେ ଶରୀରରେ ଗଠିତ ପ୍ରାକୃତିକ ପ୍ରତିରକ୍ଷା ଶକ୍ତି ଶରୀର ପାଇଁ ଭଲ କିନ୍ତୁ କୋଭିଡ-19 କ୍ଷେତ୍ରରେ ଏହା ଭିନ୍ନ । ଶରୀରରେ ଥିବା ପ୍ରାକୃତିକ ପ୍ରତିରକ୍ଷା ପ୍ରଣାଳୀ ସବୁଦିନ ପାଇଁ ଆପଣଙ୍କୁ ଭାଇରସରୁ ରକ୍ଷା ଦେବନି ତେଣୁ କୋଭିଡ ଟିକା ଗ୍ରହଣ କରିବା ନିହାତି ଆବଶ୍ୟକ ।

ଅଷ୍ଟମ ଗୁଜବ-

ଯଦି ମୋ ଚାରିପାଖରେ ଥିବା ବ୍ୟକ୍ତି କୋଭିଡ-19 ଟିକା ଗ୍ରହଣ କରନ୍ତି ତେବେ ମତେ ଏହାର ଆବଶ୍ୟକ ପଡିବ ନାହିଁ

ରୋଗ ପ୍ରତିରୋଧକ ଶକ୍ତିଠାରୁ ଆମେ ବହୁତ ଦୂରରେ । ଏହାକୁ ହାସଲ କରିବାକୁ ଆଉ ଏକ ବର୍ଷରୁ 18 ମାସ ସମୟ ଲାଗିପାରେ । ବର୍ତ୍ତମାନ ଦେଶରେ ଦିନକୁ ପ୍ରାୟ 3000 ଲୋକ କୋଭିଡରେ ମୃତ୍ୟୁବରଣ କରୁଛନ୍ତି ତେଣୁ ସମସ୍ତଙ୍କୁ ରୋଗ ପ୍ରତିରୋପଣ ଶକ୍ତି ପାଇଁ ଅପେକ୍ଷା କରିବା ଉଚିତ୍ ନୁହେଁ ।

ନବମ ଗୁଜବ-

ଯେଉଁମାନଙ୍କ ମଧ୍ୟରେ ଅଧିକ ଆଲର୍ଜି ଅଛି ସେମାନେ କୋଭିଡ-19 ଟିକା ବ୍ୟବହାର କରିବେନି

ବିଶ୍ବରେ ଯେତିକି ବି ଟିକା ଅଛି, ସମସ୍ତଙ୍କ ମଧ୍ୟରେ କିଛି ନା କିଛି ଆଲେର୍ଜୀ ରହିଛି । ତେଣୁ ଯେଉଁମାନଙ୍କ ମଧ୍ୟରେ ଆଲେର୍ଜୀ ଗୁଣ ରହିଛି ସେମାନେ ନିଜ ଡାକ୍ତରଙ୍କ ସହ ପରାମର୍ଶ କରି ଟିକା ଗ୍ରହଣ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details