ଭାରତରେ ଚାଲିଥିବା ବିଶ୍ୱରେ ବୃହତ୍ତମ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିସାରିଛି । କିନ୍ତୁ ଏବେ ବି ଟିକାକରଣ ନେଇ କିଛି ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି । ଏସବୁ ପ୍ରଶ୍ନ ଟିକାକରଣ ଅଭିଯାନକୁ ପ୍ରଭାବିତ କରିପାରେ । କୋଭିଡ-୧୯ ମହାମାରୀ ବିରୋଧରେ ଲଢେଇକି ଦୁର୍ବଳ କରିପାରେ । ଟିକାକରଣ ହେଉଛି କୋଭିଡ-୧୯ ମହାମାରୀ ବିରୋଧରେ ଲଢିବାର ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ । ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାରେ ଏହା ଆମକୁ ସହାୟକ ହେବ । ଭାରତରେ ଟିକାକରଣର ପ୍ରଥମ ଦିନରୁ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି । କୋଭିଡ ଟିକାକରଣ ପାଇଁ ସ୍ଥାନୀୟ ପ୍ରଶାସନଗୁଡିକ ଲୋକଙ୍କୁ ପ୍ରବର୍ତ୍ତାଇବାରେ ଲାଗିଛନ୍ତି । ଧୀରେ ଧୀରେ ଆମେ ଲକ୍ଷ୍ୟ ପୂରଣ ଆଡକୁ ଅଗ୍ରସର ହେଉଛେ । ସମ୍ମୁଖଭାଗ ସ୍ୱାସ୍ଥ୍ୟକର୍ମୀ ଓ କୋରୋନା ଯୋଦ୍ଧାମାନଙ୍କୁ ସଫଳତାର ସହ କୋଭିଡ ଟିକ ଦିଆଗଲା ପରେ ଏବେ ୬୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକ ଓ ଏକାଧିକ ରୋଗରେ ପୀଡିତ ଥିବା ୪୫ ବର୍ଷରୁ ଅଧିକ ଲୋକଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଅନ୍ତର୍ଭୁକ୍ତ କରାଯାଇଛି ।
ଟିକାକରଣ ସଂପର୍କରେ କିଛି ସୂଚନା ନିମ୍ନରେ ଦିଆଗଲା
୧. ସବୁ ବୟସ୍କମାନେ କୋଭିଡ-୧୯ ଟିକା ନେବା ଦରକାର । ସେମାନେ ମଧ୍ୟ ଅନ୍ୟମାନଙ୍କୁ ଟିକା ନେବା ପାଇଁ ଉତ୍ସାହିତ କରିବା ଦରକାର ।
୨. ଟିକାକରଣ ପାଇଁ ଆପଣ ଖାଦ୍ୟ ଖାଇବା ସହ ପ୍ରଚୁର ପାଣି ପିଇବା ଆବଶ୍ୟକ ।
୩. ଯେଉଁମାନଙ୍କର ଆନାଫାଇଲିକ୍ସ ( ଆଲର୍ଜିକ ରିଆକସନ ) ରହିଛି,କେବଳ ସେମାନେ ଟିକା ନେଇପାରିବେ ନାହିଁ ।
୪. କୋଭିସିଲ୍ଡ , କୋଭାକ୍ସିନ ସମେତ ସବୁ ଅନୁମୋଦିତ ଟିକା ନେଇ ହେବ । ଟିକା ନେଲେ କୋଭିଡ-୧୯ ଦ୍ୱାରା ହେଉଥିବା ମୃତ୍ୟୁ ରୋକଯାଇପାରିବ ।
. ତୀବ୍ର କୋଭିଡ-୧୯ ବିରୋଧରେ ଟିକା ପ୍ରଭାବଶାଳୀ
. ଲକ୍ଷଣଯୁକ୍ତ କୋଭିଡ ବିରୋଧରେ ଟିକା ୬୦ରୁ ୯୫ ପ୍ରତିଶତ ପ୍ରଭାବଶାଳୀ ହୋଇପାରିବ ।
. କେବଳ ଲକ୍ଷଣବିହୀନ କୋଭିଡ-୧୯ ରୋଗୀ ବିରୋଧରେ ଟିକାର ଭଲ ପ୍ରଭାବ ରହିବ ନାହିଁ ।
୫. ୬୦ ବର୍ଷରୁ ଅଧିକ ବୟସ ଓ ଏକାଧିକ ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ବୟସର ଲୋକେ ହାଇ ରିସ୍କ ଶ୍ରେଣୀରେ ଆସନ୍ତି । ତେଣୁ ସେମାନଙ୍କୁ ଟିକା ଦିଆଗରେ କୋଭିଡ ମୃତ୍ୟୁହାର ହ୍ରାସ ପାଇବ । ବର୍ତ୍ତମାନ କୋଭିଡରେ ଏହି ଶ୍ରେଣୀର ଲୋକଙ୍କ ମୃତ୍ୟୁ ହାର ୯୦ ପ୍ରତିଶତ ରହିଛି । ତେଣୁ ଏହି ବର୍ଗର ଲୋକଙ୍କୁ ଟିକା ନେବା ପାଇଁ ଆମେ ଉତ୍ସାହିତ କରିବା ଦରକାର ।
୬. ପୂର୍ବରୁ କୋଭିଡ-୧୯ ଦ୍ୱାରା ସଂକ୍ରମିତ ହୋଇଥିବା ଲୋକେ ସୁସ୍ଥ ହେବାର ୮ରୁ ୧୨ ସପ୍ତାହ ପରେ ହିଁ ଟିକା ନେବା ଉଚିତ ।
୭. ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତି ଯଦି ପ୍ଲାଜମା ଥେରାପି ନେଇଥିବେ, ତାହା ହେଲେ ସେ ମଧ୍ୟ ଟିକା ନେବା ପାଇଁ ୮ରୁ ୧୨ ସପ୍ତାହ ଅପେକ୍ଷା କରିବା ଦରକାର ।
୮. ହାଇପରଟେନସନ, ଡାଇବେଟିସ, ରେନାଲ ଫେଲକ ଓ ହୃଦରୋଗରେ ଆକ୍ରାନ୍ତ ରୋଗୀମାନେ କୋଭିଡ ଟିକା ନେଇପାରିବେ । ବାଇପାସ ସର୍ଜରୀ, ଆଂଜିଓଗ୍ରାଫି ଓ ଡାଇଲିସିସରେ ଥିବା ଲୋକଙ୍କ ପାଇଁ ବି କୋଭିଡ ଟିକା ନିରାପଦ ।