ଓଡିଶା

odisha

ETV Bharat / bharat

COVID-19 vaccination: ଜାନୁଆରୀ ପହିଲାରୁ CoWINରେ ଆରମ୍ଭ ହେବ ପଞ୍ଜିକରଣ - registration for student vaccination

COVID-19 vaccination ପାଇଁ ଜାନୁଆରୀ ପହିଲାରୁ ଆରମ୍ଭ ହେବ ପଞ୍ଜିକରଣ ପ୍ରକ୍ରିୟା । ଛାତ୍ରଛାତ୍ରୀ ବ୍ୟବହାର କରିବେ ସେମାନଙ୍କ ସ୍କୁଲ ପରିଚୟ ପତ୍ର । ସୂଚନା ଦେଲେ କୋଓ୍ବିନ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

COVID-19 vaccination: ଜାନୁଆରୀ ପହିଲାରୁ CoWINରେ ଆରମ୍ଭ ହେବ ପଞ୍ଜିକରଣ
COVID-19 vaccination: ଜାନୁଆରୀ ପହିଲାରୁ CoWINରେ ଆରମ୍ଭ ହେବ ପଞ୍ଜିକରଣ

By

Published : Dec 27, 2021, 9:53 PM IST

ନୂଆଦିଲ୍ଲୀ: ୧୫ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ଆରମ୍ଭ ହେବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଟୀକାକରଣ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ପୂର୍ବ ପରି ଟୀକାକରଣ ପାଇଁ ପଞ୍ଜିକରଣ କରିବାକୁ ପଡିବ । ଜାନୁଆରୀ ପହିଲାରୁ ଏହି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି କୋୱିନ୍ ପ୍ଲାଟଫର୍ମ ମୁଖ୍ୟ ଡ.ଆର.ଏସ୍ ଶର୍ମା ।

ପଞ୍ଜିକରଣ ପ୍ରକ୍ରିୟା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେଇ ଡ.ଶର୍ମା କହିଛନ୍ତି, ଯେ ଛାତ୍ରଛାତ୍ରୀ ସେମାନଙ୍କ ସ୍କୁଲ ଆଇଡି କାର୍ଡ ବ୍ୟବହାର କରି କୋଓ୍ବିନରେ ପଞ୍ଜିକୃତ କରିପାରିବେ। ପଞ୍ଜିକରଣ ପାଇଁ ଏକ ଅତିରିକ୍ତ ୧୦ମ ଶ୍ରେଣୀ ପରିଚୟ ପତ୍ରକୁ ମଧ୍ୟ ବୈଧ ବୋଲି ବିଚାର କରାଯାଇ ପାରିବ । କିଛି ଛାତ୍ରଛାତ୍ରୀଙ୍କ ପାଖରେ ଆଧାର କିମ୍ବା ଅନ୍ୟାନ୍ୟ ପରିଚୟ ପତ୍ର ନଥିବାରୁ ଏହି ସ୍କୁଲ ପରିଚୟ ପତ୍ର ବ୍ୟବହାର ଉପାଦେୟ ସାବ୍ୟସ୍ତ ହେବ ବୋଲି କହିଛନ୍ତି କୋଓ୍ବିନ କର୍ତ୍ତୃପକ୍ଷ ।

ଚଳିତ ମାସ ୨୫ ତାରିଖରେ ରାଷ୍ଟ୍ରକୁ ସମ୍ବୋଧିତ କରି ଜାନୁଆରୀ 3 ରୁ ଛାତ୍ରଛାତ୍ରୀ ତଥା ୧୫ ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ଘୋଷଣା କରିବା ସହ ଫ୍ରଣ୍ଟଲାଇନ ଓ୍ବାର୍କର ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଜାନୁଆରୀ ୧୦ ତାରିଖରୁ ବୁଷ୍ଟର ଡୋଜ ଦିଆଯିବା ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏହାର କାର୍ଯ୍ୟକାରିତା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details