ଓଡିଶା

odisha

ETV Bharat / bharat

କୋହଳ ହେବ ଭାରତରୁ ଫେରୁଥିବା ଅଷ୍ଟ୍ରେଲିଆ ବାସିନ୍ଦାଙ୍କ ଯାତ୍ରା ନିଷେଧାଦେଶ - COVID-19 travel ban

ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଶୁକ୍ରବାର କହିଛନ୍ତି, ଭାରତକୁ ଅଷ୍ଟ୍ରେଲିଆ ଫେରୁଥିବା ଲୋକଙ୍କ ଉପରେ ନିଷେଧାଦେଶ ବୃଦ୍ଧି କରାଯିବ ନାହିଁ । ଖୁବ ଶୀଘ୍ର ପ୍ରତ୍ୟାବର୍ତ୍ତନ ବିମାନ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଅଧିକ ପଢନ୍ତୁ...

ଅଷ୍ଟ୍ରେଲିଆ ବାସିନ୍ଦାଙ୍କ ଉପରେ ଯାତ୍ରା ନିଷେଧାଦେଶ
ଅଷ୍ଟ୍ରେଲିଆ ବାସିନ୍ଦାଙ୍କ ଉପରେ ଯାତ୍ରା ନିଷେଧାଦେଶ

By

Published : May 7, 2021, 10:38 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଶୁକ୍ରବାର କହିଛନ୍ତି, ଭାରତକୁ ଅଷ୍ଟ୍ରେଲିଆ ଫେରୁଥିବା ଲୋକଙ୍କ ଉପରେ ନିଷେଧାଦେଶ ବୃଦ୍ଧି କରାଯିବ ନାହିଁ । ଖୁବ ଶୀଘ୍ର ପ୍ରତ୍ୟାବର୍ତ୍ତନ ବିମାନ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଇତିହାସରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ସରକାର ଏହାର ନାଗରିକଙ୍କୁ ଘରକୁ ଫେରିବା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି । ବର୍ତ୍ତମାନ ମେ 15 ଯାଏଁ ଯାତ୍ରା ଉପରେ କଟକଣା ଲାଗିଛି । ଯଦି ସେମାନେ କୋଭିଡ ନିୟମ ନମାନି ଆସିବେ ତେବେ ସେମାନଙ୍କୁ 5 ବର୍ଷ ଜେଲ ଦଣ୍ଡ କିମ୍ବା 66,000 ଅଷ୍ଟ୍ରେଲୀୟ ଡଲାର ଦଣ୍ଡବିଧାନ ରହିଛି ।

ଶୁକ୍ରବାର ଜାତୀୟ ସୁରକ୍ଷା କମିଟିର ସୁପାରିଶ କ୍ରମେ ମୋରିସନ୍ ଏଥିରେ ସହମତ ହୋଇଥିଲେ । ସେ କହିଛନ୍ତି ଯେ ଭାରତରେ ଫସି ରହିଥିବା 9,000 ଅଷ୍ଟ୍ରେଲୀୟଙ୍କ ମଧ୍ୟରୁ କେତେଜଣ କୋରୋନା ସଂକ୍ରମିତ କରିଛନ୍ତି ତାହା ଅସ୍ପଷ୍ଟ କିନ୍ତୁ ପ୍ରତ୍ୟାବର୍ତ୍ତନ ପାଇଁ ଯାତ୍ରୀଙ୍କୁ ନେଗେଟିଭ୍ ପରୀକ୍ଷା କରିବାକୁ ପଡିବ । ଗୁରୁବାର 4,12,262 ନୂତନ ସଂକ୍ରମଣ ଭାରତରେ ଚିହ୍ନଟ ହୋଇଥିବା ବେଳେ 3,980 ଜଣଙ୍କର ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details