ଓଡିଶା

odisha

ETV Bharat / bharat

Vaccination; ଭାରତରେ 84 କୋଟି ଟପିଲା ଟୀକାକରଣ - 84 କୋଟି ଟପିଲା ଟୀକାକରଣ

ଟୀକାକରଣ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଭାରତ । ଗୁରୁବାର ସୁଦ୍ଧା ଦେଶରେ ମୋଟ ୮୪ କୋଟି ଟିକା ନେଇଛନ୍ତି ହିତାଧିକାରୀ । ଅଧିକ ପଢନ୍ତୁ...

ଭାରତରେ 84 କୋଟି ଟପିଲା ଟୀକାକରଣ
ଭାରତରେ 84 କୋଟି ଟପିଲା ଟୀକାକରଣ

By

Published : Sep 24, 2021, 7:18 AM IST

ନୂଆଦିଲ୍ଲୀ:କୋଭିଡକୁ ମାତ୍ ଦେବାକୁ ଲଢେଇ ଜାରି ରଖିଛି ଭାରତ ।ଦେଶରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଟୀକାକରଣ । ଏଯାବତ୍ ମୋଟ ୮୪ କୋଟି ଟିକା ଡୋଜ ନେଇଛନ୍ତି ହିତାଧିକାରୀ । ଗୁରୁବାର ସନ୍ଧ୍ୟା ୭ଟା ଯାଏଁ ଅର୍ଥାତ୍ ଗୋଟିଏ ଦିନରେ ୬୫ ଲକ୍ଷରୁ ଅଧିକ ଟିକା ଦିଆଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟ୍ବିଟ୍ ଯୋଗେ ଏନେଇ ସୂଚନା ଦେଇଛି । ଏଥିସହ ଭାରତରେ ଯୋଗ୍ୟ ବୟସ୍କ ଜନସଂଖ୍ୟାର ବା ୧୮ ବର୍ଷରୁ ଊର୍ଦ୍ଧ୍ବ ୬୬ ପ୍ରତିଶତ ଜନସାଧାରଣ ଅନ୍ତତଃପକ୍ଷେ କୋଭିଡ-୧୯ ଟିକାର ପ୍ରଥମ ଡୋଜ ନେଇଥିବା କହିଛନ୍ତି କେନ୍ଦ୍ର ସରକାର ।

ମନ୍ତ୍ରଣାଳୟ କହିଛି କି, ଦେଶର ସବୁଠୁ ଅସୁରକ୍ଷିତ ଜନସଂଖ୍ୟା ଗୋଷ୍ଠୀକୁ କୋଭିଡ-୧୯ରୁ ସୁରକ୍ଷିତ କରିବା ପାଇଁ ଟୀକାକରଣ ଅଭ୍ୟାସର ନିୟମିତ ଉଚ୍ଚସ୍ତରୀୟ ସମୀକ୍ଷା ଏବଂ ତଦାରଖ ଜାରି ରହିଛି । ଗତ ଜାନୁଆରୀ ୧୬ରେ ଦେଶବ୍ୟାପୀ ଟୀକାକରଣ ଡ୍ରାଇଭ ଆରମ୍ଭ ହୋଇଥିଲା । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟସେବା କର୍ମଚାରୀ ଟିକା ନେଇଥିଲେ । ଫେବୃୟାରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ କରାଯାଇଥିଲା ।

ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ତଦୁର୍ଦ୍ଧ ଏବଂ ରୋଗାକ୍ରାନ୍ତ ୪୫ ବର୍ଷ ବୟସ୍କରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା ।

ଏହାପରେ ଅପ୍ରିଲ ୧ ତାରିଖରୁ ସରକାର ୪୫ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କ ଟୀକାକରଣ ଆରମ୍ଭ କରିଥିଲେ । ଏହାପରେ ମେ ମାସ ୧ ତାରିଖରୁ ୧୮ ବର୍ଷରୁ ତଦୁର୍ଦ୍ଧ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଟିକା ଦେବା ପାଇଁ ଅନୁମତି ଦେଇଥିଲେ ସରକାର ।

ABOUT THE AUTHOR

...view details