ନୂଆଦିଲ୍ଲୀ: ଜାନୁଆରୀ ପାଇଁ ଓମିକ୍ରନ ଗାଇଡଲାଇନ(Guideline) ଜାରି କଲା କେନ୍ଦ୍ର । ଓମିକ୍ରନ(omicron) ମାମଲାର ବୃଦ୍ଧିକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ (MHA) ସୋମବାର ଦିନ ସମଗ୍ର ଦେଶରେ କୋଭିଡ କଟକଣାକୁ ଜାନୁୟାରୀ 31 ପର୍ଯ୍ୟନ୍ତ ବଢାଇ ଦେଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ(Ministry of Home Affairs ) ସବୁ ରାଜ୍ୟକୁ ଚିଠି ଲେଖାଯାଇଛି । ଏପର୍ଯ୍ୟନ୍ତ ସମଗ୍ର ଦେଶରୁ ପାଖାପାଖି 653 ଓମିକ୍ରନ ମାମଲା ରିପୋର୍ଟ ହୋଇଛି। ଏହା ଉପରେ ନିୟନ୍ତ୍ରଣ ରଖିବା ପାଇଁ ଅନେକ ରାଜ୍ୟ ସରକାର ରାତ୍ରିକାଳୀନ କର୍ଫ୍ୟୁ(night curfue) ମଧ୍ୟ ଘୋଷଣା କରିଛନ୍ତି ।
ଓମିକ୍ରନ ପାଇଁ କେନ୍ଦ୍ରର ଗାଇଡଲାଇନ, ଜାନୁଆରୀ 31 ଯାଏଁ କଟକଣା ବୃଦ୍ଧି - ଜାନୁଆରୀ କୋଭିଡ କଟକଣା
ଜାନୁଆରୀ ମାସ ପାଇଁ ଗାଇଡଲାଇନ(Corona Guideline) ଜାରି କଲା କେନ୍ଦ୍ର । ଓମିକ୍ରନ(omicron) ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ (MHA) ସୋମବାର ଦିନ ସମଗ୍ର ଦେଶରେ କୋଭିଡ କଟକଣାକୁ ଜାନୁୟାରୀ 31 ପର୍ଯ୍ୟନ୍ତ ବଢାଇ ଦେଇଛି । ଅଧିକ ପଢନ୍ତୁ

ଗୃହ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, କୋଭିଡ-୧୯(covid-19) ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଅଧିକ ଦୂରଦୃଷ୍ଟି ସମ୍ପନ୍ନ, ତଥ୍ୟାବଳୀ ଅନୁଶୀଳନ, ଗୁରତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା ସହ ସ୍ଥାନୀୟ ତଥା ଜିଲ୍ଲାସ୍ତରରେ କଠୋର ଏବଂ ତ୍ବରିତ କଣ୍ଟେନମେଣ୍ଟ କାର୍ଯ୍ୟପନ୍ଥା ଗ୍ରହଣ ଉପରେ ଗୁରୁତ୍ବାରୋପ କରିବା ଉଚିତ । ଉତ୍ସବ ସମୟରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟଗୁଡ଼ିକ ଆବଶ୍ୟକତା ଭିତ୍ତିକ ପ୍ରତିବନ୍ଧକ ଲଗାଇବା ଉପରେ ବିଚାର କରିବାକୁ କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ୨୦୨୨ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ କଠୋର ଭାବେ ‘National Directive for Covid-19 Management’ ବଳବତ୍ତର ରଖିବାକୁ ଗୃହ ବ୍ୟାପାର ମନ୍ତ୍ରାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ନିର୍ଦେଶ ଦେଇଛି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଓମିକ୍ରନ ଦେଶର 17 ଟି ରାଜ୍ୟରେ ବ୍ୟାପିଛି। ଏଥିମଧ୍ୟରୁ ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ଗୁଜୁରାଟ, ରାଜସ୍ଥାନ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ ଆଦି ଆଠଟି ରାଜ୍ୟ କୋରୋନା ଓମିକ୍ରନ୍ ଭାରିଆଣ୍ଟର ହଟସ୍ପଟ ପାଲଟିଛି । ଏହି ରାଜ୍ୟଗୁଡିକ କେବଳ ଦେଶରେ ଥିବା ଓମିକ୍ରନ୍ ସଂକ୍ରମିତଙ୍କ ମଧ୍ୟରୁ 94 ପ୍ରତିଶତ ଅଟନ୍ତି। କିନ୍ତୁ ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ଓମିକ୍ରନ ମାମଲା ସର୍ବାଧିକ ରହିଛି ।