ନୂଆଦିଲ୍ଲୀ: COVID-19 ମହାମାରୀ ଯୋଗୁଁ ଅନାଥ ହୋଇଥିବା 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ 5 ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କହିଛନ୍ତି । ତେବେ ଏହି ପାଣ୍ଠି ପ୍ରଧାନମନ୍ତ୍ରୀଙ୍କ ପିଏମ୍-କେୟାର୍ସ (PMCares)ରୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ଠାକୁର ବୁଧବାର ଟୁଇଟ୍ କରି କହିଛନ୍ତି ଯେ, COVID-19 ଦ୍ୱାରା ପ୍ରଭାବିତ ପିଲାମାନଙ୍କର ଯତ୍ନ ନେବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡିକର ଏକ ଅଂଶ ଭାବରେ, 18 ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଆୟୁଷ୍ମାନ ଭାରତ ଅଧୀନରେ 5 ଲକ୍ଷ ଟଙ୍କା ମାଗଣା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ ଏବଂ ଏହାର ପ୍ରିମିୟମ୍ ପିଏମ୍-କେୟାର୍ସରୁ କରାଯିବ । ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଶିଶୁମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା 29 ମଇ 2021 ରେ ପିଏମ କେୟାର୍ସ ଫର ଚିଲଡ୍ରେନ (PM CARES for Children) ଯୋଜନା ଆରମ୍ଭ କରାଯାଇଥିଲା ।