ନୂଆଦିଲ୍ଲୀ: କୋରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁଙ୍କ ସୁରକ୍ଷା ପାଇଁ ବୈଠକ ଡାକିଲା NHRC । ଜାତୀୟ ମାନବାଧିକାର ଆୟୋଗ କୋଭିଡର ପ୍ରଭାବ ଏବଂ ଏହାର ତୃତୀୟ ଲହର ସମ୍ଭାବନାକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ଅଧିକାରର ସୁରକ୍ଷା ପାଇଁ ଅନେକ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ପରାମର୍ଶ ଦେଇଛନ୍ତି ।
ଶିଶୁ ଅଧିକାର ସୁରକ୍ଷା ପାଇଁ NHRCର ଗାଇଡଲାଇନ ଜାରି - କୋରୋନରେ ଶିଶୁରକ୍ଷା ପାଇଁ ତତ୍ପର ହେଲା ଏନଏଚଆରସି
କୋରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁଙ୍କ ସୁରକ୍ଷା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ । ଗାଇଡଲାଇନ ଜାରି । ଅଧିକ ପଢନ୍ତୁ...
ଶିଶୁଙ୍କ ଅଧିକାର ସୁରକ୍ଷା ପାଇଁ ପ୍ରସ୍ତୁତ ରହିବାକୁ NHRC ର ନିର୍ଦ୍ଦେଶ
ଏକ ବିବୃତ୍ତିରେ ଆୟୋଗ ସମସ୍ତ ହିତାଧିକାରୀଙ୍କୁ ତୃତୀୟ ଲହରର ସମ୍ଭାବନାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଥାର୍ଡ ୱେଭରେ ଶିଶୁଙ୍କ ଉପରେ ପ୍ରଭାବକୁ ନେଇ ବିଶେଷଜ୍ଞ ଦେଇଥିବା ପରାମର୍ଶକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନ ଜାରି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ