କୋରୋନା ଭାଇରସ ଓ ଏହାର ବିଜ୍ଞାନ ସମ୍ମତ ଔଷଧ ବାହାର କରିବା ଗବେଷଣାରେ ଡାକ୍ତର ଓ ବୈଜ୍ଞାନିକମାନେ ବ୍ୟସ୍ତ ଥିବା ବେଳେ ଆୟୁର୍ବେଦୀୟ ଚିକିତ୍ସକମାନେ ରେଡିମେଡ୍ ଟାଇମ ଟେଷ୍ଟେଡ୍ ସମାଧାନ ଉପରେ ଗୁରୁତ୍ୱ ଦେଇଆସିଛନ୍ତି । ସମସ୍ତ ଗତିବିଧି ଉପରେ ଆୟୁଷ ବିଭାଗର ନଜର ରହିଛି । କୋଭିଡରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଆୟୁଷ ବିଭାଗ ନିୟମିତ ଭାବେ ପରିବର୍ତ୍ତିତ ପ୍ରୋଟକଲ ଅନୁସାରେ ଆୟୁର୍ବେଦୀୟ ଚିକିତ୍ସକମାନଙ୍କୁ ପରାମର୍ଶ ଦେଇଛନ୍ତି ।
କୋଭିଡ -୧୯ ମହାମାରୀ ସାରା ବିଶ୍ୱକୁ ପ୍ରଭାବିତ କରିଛି । ଅତି ଗୁରୁତର କୋଭିଡ ମାମଲାଗୁଡିକର ସମାଧାନ କରିବାରେ ଏ ଯାଏଁ ସଫଳ ହୋଇନାହାନ୍ତି ବିଶ୍ୱର ଚିକିତ୍ସକ ସମୁଦାୟ । ଯାହାର ରୋଗ ପ୍ରତିରୋଧକ ଶକ୍ତି ମଜବୁତ ଓ ଅଧିକ ରହିଛି, ସେମାନେ କୋଭିଡରୁ ଆରୋଗ୍ୟ ହୋଇଯାଉଛନ୍ତି । ଆଉ କିଛି ନିଜ ପରିବାର ଓ ବନ୍ଧୁବର୍ଗଙ୍କ ସଦିଚ୍ଛା ଓ ପ୍ରାର୍ଥନା ଉପରେ ନିର୍ଭର କରୁଛନ୍ତି । ମହାମାରୀ ପରିପ୍ରେକ୍ଷୀରେ ଭାରତର ପାରମ୍ପରିକ ଚିକିତ୍ସା ପଦ୍ଧତି ଆୟୁର୍ବେଦ ପ୍ରତି ଧ୍ୟାନ ଆକର୍ଷିତ ହୋଇଛି । ଆୟୁର୍ବେଦୀୟ ଚିକିତ୍ସକଙ୍କ ଅନୁଭୂତି ଓ ସାହିତ୍ୟକୁ ଦୃଷ୍ଟିରେ ରଖି ଆୟୁଷ ବିଭାଗ ଉଭୟ ରୋଗୀ ଓ ଚିକିତ୍ସକଙ୍କ ପାଇଁ ଉପଯୋଗୀ ଗାଇଡଲାଇନ ଜାରି କରିଛି ।
ଆୟୁର୍ବେଦରେ ମହାମାରୀ ସଂପର୍କରେ ଉଲ୍ଲେଖ ରହିଛି । ଜଳ, ବାୟୁ ଓ ଜଳବାୟୁ ପ୍ରଦୂଷିତ ହେଲେ ହିଁ ମହାମାରୀ ସୃଷ୍ଟି ହୋଇଥାଏ ବୋଲି ଆୟୁର୍ବେଦୀୟ ଧାରଣା ରହିଆସିଛି । କୋଭିଡ ମହମାରୀ ପରିପ୍ରେକ୍ଷୀରେ ଏହାର ପରିଚାଳନା ପାଇଁ ୪ଟି ଶ୍ରେଣୀ ଉପରେ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟତଃ ଲକ୍ଷଣକୁ ତିନିଟି ପର୍ଯ୍ୟାୟଭୁକ୍ତ କରାଯାଇଛି ।
- ପ୍ରଥମ ପର୍ଯ୍ୟାୟ : କୋଭିଡ ପଜିଟିଭ ବା ନେଗେଟିଭ ଟେଷ୍ଟ ସହ ସାମାନ୍ୟ ଲକ୍ଷଣ ଯଥା କଫ, ଜ୍ୱର ଓ ସଠିକ ନିଶ୍ୱାସ ପ୍ରଶ୍ୱାସର ଅନୁପସ୍ଥିତି ।
- ଦ୍ୱିତୀୟ ପର୍ଯ୍ୟାୟ : କୋଭିଡ ପଜିଟିଭ ଟେଷ୍ଟ ସହ କଫ,ଜ୍ୱର ଓ ନିଶ୍ୱାସପ୍ରଶ୍ୱାସ ଜନିତ ଅସୁବିଧା ।
- ତୃତୀୟ ପର୍ଯ୍ୟାୟ : କୋଭିଡ ପଜିଟିଭ ସହ ଲକ୍ଷଣର ତୀବ୍ରତା, ଶ୍ୱସନ ସମସ୍ୟା
- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ଗାଇଡଲାଇନ୍ ଅନୁସରଣ କରିବାକୁ ଚିକିତ୍ସକମାନଙ୍କୁ ନିର୍ଦ୍ଦେଶ ଦେଇଛି ଆୟୁଷ ମନ୍ତ୍ରାଳୟ । ଆଡ୍ ଅନ୍ ଭାବେ ଆୟୁର୍ବେଦ ପରିଚାଳନାକୁ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ପ୍ରଥମ ପର୍ଯ୍ୟାୟଭୁକ୍ତ ରୋଗୀମାନେ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିବା ଦରକାର ।
- ତାଜା ଓ ସହଜରେ ହଜମ ହୋଇପାରୁଥିବା ହାଲୁକା ଖାଦ୍ୟ ଖାଆନ୍ତୁ
- ସଜନା ଛୁଇଁ , କଲରା, ମଟର, ସବୁଜ ପତ୍ରଳିଆ ପନିପରିବା, ଅଙ୍ଗୁର, ଉଡ୍ ଆପଲ, ଡାଳିମ୍ବ ଓ ରସୁଣ ଆଦି ପ୍ରଚୁର ଖାଆନ୍ତୁ
- ମିଠା, ତୈଳାକ୍ତ ଖାଦ୍ୟ, ରାଗ ଯୁକ୍ତ ଛଣା ଖାଦ୍ୟ , ଥଣ୍ଡା ଖାଦ୍ୟରୁ ଦୂରେଇ ରହିଲେ ଭଲ
- ଅବସାଦ ନିୟନ୍ତ୍ରଣ କରନ୍ତୁ । ପରିବାର ଓ ବନ୍ଧୁବର୍ଗଙ୍କ ସହ ସମୟ ବିତାନ୍ତୁ
- ବହି ପଢନ୍ତୁ । ଲଘୁ ସଂଗୀତ ଶୁଣନ୍ତୁ
- ଧୂମ୍ରପାନ ଓ ମଦ୍ୟପାନରୁ ଦୂରେଇ ରହନ୍ତୁ
- ବ୍ୟାୟାମ, ଧ୍ୟାନ, ଯୋଗ ଓ ପ୍ରାଣାୟମ କରନ୍ତୁ
- ଦିନକୁ ୭ରୁ ୮ ଘଂଟା ଶୁଅନ୍ତୁ
- ରୋଗ ପ୍ରତିରୋଧକ ବୃଦ୍ଧିକାରୀ ଔଷଧ
- ଗିଲୟ-୫ ଶହରୁ ୧ ହଜାର ଏମଜି ଆକ୍ୟୁଓସ ଏକ୍ସଟ୍ରାକ୍ଟ
- ତାଜା ଅଁଳା ରସ ବା କାଣ୍ଡି
- ହଳଦୀ ପାଣିରେ ସାମାନ୍ୟ ଲୁଣ ମିଶାଇ କୁଳୁ କରିବା
- ଅଶ୍ୱଗନ୍ଧା ରୁଟ୍ ପାଉଡର ଗରମ କ୍ଷୀରରେ ମିଶାଇ ଦିନକୁ ଦୁଇ ଥର ସେବନ କରିବା
ଫର୍ମ୍ୟୁଲେସନ
. ୧୦ରୁ ୧୨ ଗ୍ରାମ ଚମନପ୍ରାସ
. ଦ୍ରାକ୍ଷାଭାଲେୟା ୧୦ରୁ ୧୨ ଗ୍ରାମ
. ଖାଇବା ପୂର୍ବରୁ ଇନ୍ଦୁକାନ୍ତଘୃତ ଦିନକୁ ଦୁଇ ଥର
. ଅରବିନ୍ଦସବା ୧୫ରୁ ୨୦ ମିଲିଲିଟର । ସମାନ ପରିମାଣରେ ପାଣି ସହ ସେବନ
. ମହୁରେ ୧ରୁ ୨ଗ୍ରାମ ବାଳଛତ୍ରୁଭଦ୍ରାଚୂର୍ଣ୍ଣ ମିଶାଇ ସେବନ
. ୩ରୁ ୫ ଗ୍ରାମ ହରିଡାଖଣ୍ଡ
ଦୈନନ୍ଦିନ ରୁଟିନ୍
. ସୂର୍ଯ୍ୟଦୋୟର ୪୫ ମିନିଟ୍ ପୂର୍ବରୁ ଉଠନ୍ତୁ
. ୧ରୁ ୩ ଗ୍ଲାସ ଉଷୁମ ପାଣି ପିଅନ୍ତୁ
. ଅଏଲ ପୁଲିଂ, ଗୋଟିଏ ଟେବୁଲ ସ୍ପୁନ ରାଶି ବା ନଡିଆ ତେଲରେ ଗରମ ପାଣି ମିଶାଇ ଘଷନ୍ତୁ
. ସାମାନ୍ୟ ହଳଦୀଗୁଣ୍ଡ, ଲୁଣ, ତ୍ରିଫଳା ଆଦି ଗରମ ପାଣିରେ ମିଶାଉ କୁଳୁ କରନ୍ତୁ
.ଦୁଇ ବୁନ୍ଦା ରାଶି ବା ନଡିଆତେଲ ନାକରେ ପକାନ୍ତୁ
. ଗରମ ପାଣିରେ ସ୍ନାନ କରନ୍ତୁ