ଓଡିଶା

odisha

By

Published : Dec 30, 2021, 11:12 AM IST

ETV Bharat / bharat

ମୁମ୍ବାଇରେ ଫିକା ପଡିବ ନୂଆ ବର୍ଷ, ୧୪୪ ଧାରା ଜାରି

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଜାରି ହେଲା ୧୪୪ଧାରା । ଫିକା ପଡିବ ନୂଆବର୍ଷ । ଅଧିକ ପଢନ୍ତୁ

ମୁମ୍ବାଇରେ ଫିକା ପଡିବ ନୂଆ ବର୍ଷ, ୧୪୪ ଧାରା ଜାରି
ମୁମ୍ବାଇରେ ଫିକା ପଡିବ ନୂଆ ବର୍ଷ, ୧୪୪ ଧାରା ଜାରି

ମୁମ୍ବାଇ: ଫିକା ପଡିବ ନୂଆବର୍ଷ । ମୁମ୍ବାଇରେ ୧୪୪ ଧାରା ଜାରି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଏନେଇ ମୁମ୍ବାଇ ପୋଲିସ ( Mumbai Police impose section 144)ତରଫରୁ ସୂଚନା ମିଳିଛି । ତେବେ ଆଜିଠୁ ଆସନ୍ତା ବର୍ଷ ଜାନୁଆରୀ ୭ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ । ଏହି ସମୟରେ ସର୍ବସାଧାରଣ ସ୍ଥାନରେ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ନୂଆ ବର୍ଷ ପାଳନ କରିବା ଉପରେ ମଧ୍ୟ ରୋକ ଲାଗିଛି ।

ରେସ୍ତୋରାଁ, ହୋଟେଲ, ବାର, ପବ୍, ରିସର୍ଟ ଏବଂ କ୍ଲବରେ ଲୋକଙ୍କ ପ୍ରବେଶକୁ ବାରଣ କରାଯିବା ସହ ଖୋଲା ସ୍ଥାନରେ ପାର୍ଟି କରିବା ପାଇଁ ନିଷେଧ କରାଯାଇଛି । ନୂଆ ବର୍ଷ ପାଳନ ଅବସରରେ ଲୋକଙ୍କ ଭିଡ ଯୋଗୁଁ ସଂକ୍ରମଣର ବୃଦ୍ଧି ହେବା ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଏହି ନିୟମକୁ ଉଲ୍ଲଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଡେପୁଟି କମିଶନର ସୂଚନା ଦେଇଛନ୍ତି ।

ଗତକାଲି ମୁମ୍ବାଇରେ ୨ହଜାର ୫୧୦ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୨୪ଘଣ୍ଟାରେ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି । ମୁମ୍ବାଇରେ ଏବେ ୮ହଜାର ସକ୍ରିୟ ମାମଲା ରହିଛି ।

ABOUT THE AUTHOR

...view details