ନୂଆଦିଲ୍ଲୀ: ଦେଶବ୍ୟାପୀ କୋରୋନା ସଂକ୍ରମଣ ଏବେ ବିପଜ୍ଜନକ ସ୍ଥିତିରେ ରହିଛି । ସେହି କ୍ରମରେ ଦିଲ୍ଲୀରେ କ୍ରମାଗତ ଭାବେ ବୃଦ୍ଧି ପାଉଛି ସଂକ୍ରମଣ । ଲଗାତାର କୋରୋନା ସଂକ୍ରମଣକୁ ରୋକିବାକୁ ଦିଲ୍ଲୀ ସରକାର ରାଜଧାନୀରେ ଏକ ସପ୍ତାହ ପାଇଁ ଲକଡାଉନ ଘୋଷଣା କରିଥିଲେ । ଯାହାର ଅବଧି ଆଜି ଶେଷ ହେବାକୁ ଯାଉଥିବାବେଳେ କୋରୋନାର ଦ୍ରୁତ ସଂକ୍ରମଣ ମାମଲାକୁ ଦେଖି ପୁଣି ଲକଡାଉନ ଅବଧିକୁ ଆଉ ଏକ ସପ୍ତାହ ବୃଦ୍ଧି କରାଯାଇପାରେ ।
ମିଳିଥିବା ବିଶ୍ବସ୍ତ ସୂତ୍ର ମୁତାବକ, ଲକଡାଉନର ଅବଧିକୁ 30 ଏପ୍ରିଲ ଯାଁଏ ବୃଦ୍ଧି କରାଯାଇପାରେ । ଗତ କିଛିଦିନ ହେବ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ରେକର୍ଡ କରିଛି । ଏପରି କି, କୋରୋନାରୁ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ଗତ 6 ଦିନରେ ଲକଡାଉନ ନିଷ୍ପତି ପରେ ମଧ୍ୟ ମୃତ୍ୟୁ ସଂଖ୍ୟାରେ କୌଣସି ହ୍ରାସ ଘଟିନାହିଁ। କୋରୋନାର ଗ୍ରାଫ୍ ଦ୍ରୁତ ଗତିରେ ଉପର ମୁହାଁ ହେଉଛି । ଏଭଳି ପରିସ୍ଥିତିରେ ଦିଲ୍ଲୀ ସରକାର ଲକଡାଉନ ଅବଧିକୁ ପୁଣି ବଢାଇବା ସମ୍ଭାବନା ରହିଛି ।