ଓଡିଶା

odisha

By

Published : Apr 11, 2021, 1:55 PM IST

ETV Bharat / bharat

ଟୀକାକରଣ ପ୍ରଣାଳୀରୁ ବୟସସୀମା ହଟାଯାଉ: କେଜ୍ରିୱାଲ

ଟୀକାକରଣ ପ୍ରଣାଳୀରୁ ବୟସ ସୀମାକୁ ହଟାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ( ରବିବାର) କହିଛନ୍ତି ଦିଲ୍ଲୀରେ 45 ବର୍ଷ ବୟସ ଭିତରେ ପ୍ରାୟ 65 ପ୍ରତିଶତ କୋରୋନା ରୋଗୀ ରହିଛନ୍ତି । କୋରୋନାର ଚକ୍ର ସେବେ କମିବ ଯେତେବେଳେ ଟୀକାକରଣ ହେବ । କେନ୍ଦ୍ର ସରକାର ବହୁତ ପ୍ରତିବନ୍ଧକ ଲଗାଇଛନ୍ତି । ତେଣୁ କେନ୍ଦ୍ରକୁ ମୁଁ ଅନୁରୋଧ କରୁଛି ଟୀକାକରଣ ପ୍ରଣାଳୀରୁ ବୟସ ସୀମାକୁ ହଟାଯାଉ ।

କୋରୋନା ଟୀକାକରଣ ପ୍ରଣାଳୀରେ ବୟସ ସୀମାକୁ ହଟାଇବାକୁ ମୁଁ ଅନେକ ଥର କେନ୍ଦ୍ରକୁ ଅନୁରୋଧ କରିଛି । ଦିଲ୍ଲୀ ସରକାର ଲୋକଙ୍କୁ ଟିକା ପ୍ରଦାନ ପାଇଁ ଡୋର ଟୁ ଡୋର ଅଭିଯାନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ଅଛି । ଦିଲ୍ଲୀରେ 45 ବର୍ଷ ଭିତରେ ପ୍ରାୟ 65 ପ୍ରତିଶତ କୋରୋନା ଆକ୍ରାନ୍ତ ରହିଛନ୍ତି ବୋଲି ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।

କୋରୋନା ସଂକ୍ରମଣ ଟୀକାକରଣ ଡ୍ରାଇଭଠାରୁ ଖୁବ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଦ୍ରୁତ ସଂକ୍ରମଣକୁ ରୋକିବାକୁ ହେଲେ ଆମକୁ ଦ୍ରୁତ ଟୀକାକରଣ କରିବାକୁ ପଡିବ ବୋଲି କହିଛନ୍ତି କେଜରିୱାଲ । ଡାକ୍ତଖାନାକୁ ଯିବା ପୂର୍ବରୁ ସରକାରୀ ଆପରେ ବେଡ ରହିଛି କି ନାହିଁ ତାହା ଯାଞ୍ଚ କରିବାକୁ ସହାରବାସୀଙ୍କୁ ଅନୁରୋଧ କରିଛନ୍ତି ।

@ ANI

ABOUT THE AUTHOR

...view details