ନୂଆଦିଲ୍ଲୀ: ମହାମାରୀକୁ ମାତ ଦେବା ପାଇଁ ଦେଶରେ ଜାରି ରହିଛି ଟୀକାକରଣ । କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । ଏବେ ଦେଶରେ ଟୀକାକରଣ ୭୬ କୋଟି ଅତିକ୍ରମ କରିଛି । ଏହାରି ମଧ୍ୟରେ ଟୀକାକରଣ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି ଭାରତ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।
ଦେଶରେ ୭୬ କୋଟି ଅତିକ୍ରମ କଲା କୋରୋନା ଟୀକାକରଣ - ଟୀକାକରଣ
ମହାମାରୀକୁ ମାତ ଦେବା ପାଇଁ ଦେଶରେ ଜାରି ରହିଛି ଟୀକାକରଣ । ଦେଶରେ ଟୀକାକରଣ ୭୬ କୋଟି ଅତିକ୍ରମ କରିଛି । ଅଧିକ ପଢନ୍ତୁ...
ଦେଶରେ ୭୬ କୋଟି ଅତିକ୍ରମ କଲା କୋରୋନା ଟୀକାକରଣ
ବୁଧବାର ଦିନ ୫୭ଲକ୍ଷ ୧୦ ହଜାର ୩୮୦ ଲୋକଙ୍କୁ କୋରୋନା ଟିକା ଦିଆଯାଇଛି । ସେଥିମଧ୍ୟରୁ ୩୨ଲକ୍ଷ ୨୩ହଜାର ୫୦୨ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୨୪ ଲକ୍ଷ ୮୬ହଜାର ୮୭୮ଜଣ ଦ୍ବିତୀୟ ଡୋଜ ନେଇଛନ୍ତି । ମହାମାରୀ କବଳରୁ ରକ୍ଷା କରିବା ପାଇଁ ଟୀକାକରଣକୁ ଜୋରଦାର କରାଯାଉଛି । ନିୟମିତ ଭାବରେ ଟୀକାକରଣକୁ ସମୀକ୍ଷା କରାଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଉଛି ।
@ANI