ଓଡିଶା

odisha

ETV Bharat / bharat

ବିଦେଶରୁ ଆସିବ ଅକ୍ସିଜେନ୍ କଣ୍ଟେନର, 7ଟି ଜାହାଜ ନିୟୋଜିତ କଲା ନୌସେନା - କୋଭିଡ ମହାମାରୀ

ବିଦେଶରୁ ଅକ୍ସିଜେନ୍ ଭର୍ତ୍ତି କ୍ରାୟୋଜେନିକ କଣ୍ଟେନର ଏବଂ ଚିକିତ୍ସା ଉପକରଣ ଆଣିବ ନୌସେନା । ଏଥିପାଇଁ ୭ଟି ଭାରତୀୟ ନୌସେନା ଜାହାଜ ନିୟୋଜିତ କରାଯାଇଛି । । ଅଧିକ ପଢନ୍ତୁ...

ବିଦେଶରୁ ଅକ୍ସିଜେନ୍ ଆଣିବାକୁ ସାତୋଟି ଜାହାଜ ନିୟୋଜିତ କଲା ଭାରତୀୟ ନୌସେନା
ବିଦେଶରୁ ଅକ୍ସିଜେନ୍ ଆଣିବାକୁ ସାତୋଟି ଜାହାଜ ନିୟୋଜିତ କଲା ଭାରତୀୟ ନୌସେନା

By

Published : May 2, 2021, 8:25 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଭୟଙ୍କର ହେଉଛି କୋରୋନା ମହାମାରୀର ଦ୍ବୀତିୟ ଲହର । ତେବେ କୋଭିଡ୍ ଯୁଦ୍ଧରେ ସାମିଲ ହୋଇଛି ଭାରତୀୟ ନୌସେନା । ସାରାଦେଶରେ ଏବେ ଅକ୍ସିଜେନ ପାଇଁ ହାହାକାର ପଡ଼ିଥିବା ବେଳେ ବିଦେଶରୁ ଅକ୍ସିଜେନ୍ ଭର୍ତ୍ତି କ୍ରାୟୋଜେନିକ କଣ୍ଟେନର ଏବଂ ଚିକିତ୍ସା ଉପକରଣ ଆଣିବ ନୌସେନା । ଏଥିପାଇଁ ୭ଟି ଭାରତୀୟ ନୌସେନା ଜାହାଜ ନିୟୋଜିତ କରାଯାଇଛି ।

'ସାମୁଦ୍ର ସେତୁ-1' ଅପରେସନରେ ନୌସେନା ଆଇଏନଏସ୍ କୋଲକାତା, ତଳଓ୍ବାର, ଜଳାଶ୍ବ, ଐରାବତ ମୁତୟନ କରାଯାଇଥିଲା । ସେଭଳି ଦ୍ବିତୀୟ ପର୍ଯ୍ୟାୟରେ ଆଇଏନଏସ୍ କୋଚି, ତ୍ରିଖଣ୍ଡ ଓ ତବରକୁ ମୁତୟନ କରାଯିବ। ଏମାନେ ବିଭିନ୍ନ ଦେଶରୁ ତରଳ ଅମ୍ଳଜାନ ଭର୍ତ୍ତି କ୍ରାୟୋଜେନିକ୍ ପାତ୍ର ଏବଂ ଆନୁଷଙ୍ଗିକ ଚିକିତ୍ସା ଉପକରଣ ସିପମେଣ୍ଟ ପାଇଁ ଏୟାରୱାଟ ନିୟୋଜିତ କରାଯାଇଛି । ଏଥିସହ ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟରେ ଯୋଗଦେବା ପାଇଁ ନୌସେନା ପର୍ଯ୍ୟାପ୍ତ ସ୍ଥାନ ରଖିଛି ବୋଲି ମାଧୱାଲ କହିଛନ୍ତି।

ସାଉଥ୍ ନାଭାଲ୍ କମାଣ୍ଡରୁ ଲ୍ୟାଣ୍ଡିଂ ସିପ୍ ଟ୍ୟାଙ୍କ ଆଇଏନଏସ୍ ଶାର୍ଦୁଲଙ୍କୁ 48 ଘଣ୍ଟା ମଧ୍ୟରେ ଅପରେସନରେ ଯୋଗଦେବାକୁ ପ୍ରସ୍ତୁତ କରାଯାଉଛି ବୋଲି ନୌସେନା କହିଛି ।

ABOUT THE AUTHOR

...view details