ନୂଆଦିଲ୍ଲୀ: ପାରାଗୁଏରେ ପହଁଞ୍ଚିଲା ଭାରତର କୋରୋନା ଟିକା। ଭାରତର ସ୍ୱଦେଶୀ ବିକଶିତ କୋଭାକ୍ସିନ ଟିକାର 1,00,000 ଡୋଜ ପାରାଗୁଏରେ ପହଁଞ୍ଚିଛି। ଟିକା ପହଁଞ୍ଚିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛନ୍ତି।
"ପାରାଗୁଏ ଭାରତରୁ ପଠାଯାଇଥିବା 100,000 ଡୋଜ କୋଭାକ୍ସିନ ଟିକା ଗ୍ରହଣ କରିଛି। ଆମେ କୋଭିଡ୍ ବିରୁଦ୍ଧରେ ନିରନ୍ତର ପ୍ରତିରୋଧର ନିର୍ଭରଯୋଗ୍ୟ ପ୍ରତିଶୃତି ଦେଉଛୁ । ଟିକା ଦେଇ ସମର୍ଥନ ପାଇଁ ଭାରତକୁ ଧନ୍ୟବାଦ ଜଣାଉଛି " ବୋଲି ପାରାଗୁଏର ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି।
ଟିକା ପହଁଞ୍ଚିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟରରେ ଘୋଷଣା କରିଛନ୍ତି ଯେ ଦକ୍ଷିଣ ଆମେରିକାରେ 'ମେଡ୍ ଇନ୍ ଇଣ୍ଡିଆ' ଟିକା ପହଁଞ୍ଚିଛି। "ବନ୍ଧୁତା ପାଇଁ କଦାପି ଦୂର ନୁହେଁ, ମେଡ୍ ଇନ୍ ଇଣ୍ଡିଆ ଟିକା ପାରାଗୁଏରେ ପହଞ୍ଚିଛି "ଜୟଶଙ୍କର ଟ୍ବିଟ କରି କହିଛନ୍ତି।
ପାରାଗୁଏରେ 2,09,000 କୋଭିଡ୍ 19 ମାମଲା ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ 4,063 ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ଭ୍ୟାକ୍ସିନ୍ ମୈତ୍ରୀ ପଦକ୍ଷେପ ଅନୁଯାୟୀ ଭାରତ ବିଶ୍ବର ବିଭିନ୍ନ ଦେଶକୁ କରୋନା ଟିକା ଯୋଗାଉଛି।
ନୂଆଦିଲ୍ଲୀ 75 ରୁ ଅଧିକ ଦେଶକୁ ଟିକା ପ୍ରଦାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଭାରତ ଦ୍ୱାରା 638.81 ଲକ୍ଷରୁ ଅଧିକ ଡୋଜ ଟିକା ଯୋଗାଇ ଦିଆଯାଇଛି।