ନୂଆଦିଲ୍ଲୀ:ଚୀନରେ ପୁଣି ବଢିବାରେ ଲାଗିଛି କୋଭିଡ ସଂକ୍ରମଣ । ଏହାରି ମଧ୍ୟରେ ସେଠାରେ ଲାଗି ରହିଥିବା କୋଭିଡ କଟକଣା ଦିନକୁ ଦିନକୁ ବ୍ୟାପକ ହେବାରେ ଲାଗିଛି ସେଠାରେ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ ଜାରି ରଖିଥିବା ଭାରତୀୟ ଛାତ୍ରଙ୍କ ସୁରକ୍ଷା ଓ ସେମାନଙ୍କ ଏକାଡେମିକ କ୍ୟାରିୟରକୁ ନେଇ ପୁଣି ବଡ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି । ତେଣୁ ଏସବୁ ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛି ଭାରତ ।
କୋଭିଡ ନେଇ ଜାରି ରହିଥିବା କଟକଣା ମଧ୍ୟରେ ଛାତ୍ରଙ୍କୁ ହେଉଥିବା ସମସ୍ୟା ନେଇ ଗୁରୁତ୍ବରୋପ କରିଛନ୍ତି ଭାରତ ସରକାର । ଛାତ୍ରମାନଙ୍କ ସ୍ୱାର୍ଥ ଦୃଷ୍ଚିରୁ ସେମାନଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଚୀନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ବେଜିଂରେ ଥିବା ଭାରତୀୟ ଦୂତାବାସ, କନସୁଲେଟ୍ ଚୀନ୍ର ସମ୍ପୃକ୍ତ ଅଧିକାରୀଙ୍କ ସହ ଏକାଧିକ ଥର ଏହି ପ୍ରସଙ୍ଗରେ ଆଲୋଚନା କରିବା ସହ ପ୍ରକ୍ରିୟା ଜାରି ରଖିଛନ୍ତି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ।