ଓଡିଶା

odisha

ETV Bharat / bharat

ଗୋଟିଏ ଦିନରେ ୫୭ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଟୀକାକରଣ - କୋରୋନା

ଗତକାଲି (ସୋମବାର)ଗୋଟିଏ ଦିନରେ ୫୭ ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି । ଅଧିକ ପଢନ୍ତୁ...

ଗୋଟିଏ ଦିନରେ ୫୭ଲକ୍ଷ ଲୋକଙ୍କୁ ଟୀକାକରଣ
ଗୋଟିଏ ଦିନରେ ୫୭ଲକ୍ଷ ଲୋକଙ୍କୁ ଟୀକାକରଣ

By

Published : Jul 27, 2021, 6:57 AM IST

ନୂଆଦିଲ୍ଲୀ: ଦେଶରେ ଏବେ ଜାରି ରହିଛି କ୍ୟାମ୍ପେନ ମୋଡରେ ଟୀକାକରଣ । ଗତକାଲି (ସୋମବାର)ଗୋଟିଏ ଦିନରେ ୫୭ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।

୩୭ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳରେ ୧୮ ରୁ ୪୪ ବର୍ଷ ବୟସର ହିତାଧିକାରୀଙ୍କୁ ୧୪କୋଟି ୧୯ ଲକ୍ଷ ୫୫ହଜାର ୯୯୫ଜଣଙ୍କୁ ପ୍ରଥମ ଡୋଜ ଦିଆଯାଇଥିବାବେଳେ ୬୫ଲକ୍ଷ ୭୨ହଜାର ୬୭୮ଜଣ ଦ୍ବିତୀୟ ଡୋଜ ନେଇଛନ୍ତି ।

୫ଟି ରାଜ୍ୟ ଯଥା ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ୧୮-୪୪ ବୟସର ହିତାଧିକାରୀଙ୍କୁ ୧କୋଟିରୁ ଅଧିକ ଟୀକାକରଣ କରାଯାଇଛି । ଦେଶରେ ଗତକାଲି ସୁଦ୍ଧା ମୋଟ ଟୀକାକରଣ ସଂଖ୍ୟା ୪୪କୋଟି ପାର କରିଛି ।

@ANI

ABOUT THE AUTHOR

...view details