ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ଅକ୍ସିଜେନର ଚାହିଦା ମଧ୍ୟ ବଢିବାରେ ଲାଗିଛି । ତେବେ ଅକ୍ସିଜେନର ଚାହିଦା ପୂରଣ ପାଇଁ ନଅଟି ନିର୍ଦ୍ଦିଷ୍ଟ ଶିଳ୍ପ ବ୍ୟତୀତ ବାକି ସବୁ ଶିଳ୍ପ କେନ୍ଦ୍ରକୁ ଅମ୍ଳଜାନ ଯୋଗାଣ ଉପରେ ରୋକ ଲଗାଇଛନ୍ତି ସରକାର । ଏହି ନିଷ୍ପତ୍ତି ଏପ୍ରିଲ 22 ରୁ କାର୍ଯ୍ୟକାରୀ ହେବ । ରବିବାର ଦିନ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ନଅଟି ଶିଳ୍ପ ବ୍ୟତୀତ ବାକି ସବୁ ଶିଳ୍ପକୁ ଅମ୍ଳଜାନ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ଦ୍ଧିତ ସଂକ୍ରମଣକୁ ଦେଖି ସରକାରଙ୍କ ନିଷ୍ପତ୍ତି, ଶିଳ୍ପକେନ୍ଦ୍ରକୁ ଅକ୍ସିଜେନ୍ ସପ୍ଲାଏ ବନ୍ଦ - ଅକ୍ସିଜେନର ଚାହିଦା
ଅକ୍ସିଜେନର ଚାହିଦା ପୂରଣ ପାଇଁ ନଅଟି ନିର୍ଦ୍ଦିଷ୍ଟ ଶିଳ୍ପ ବ୍ୟତୀତ ବାକି ସବୁ ଶିଳ୍ପ କେନ୍ଦ୍ରକୁ ଅମ୍ଳଜାନ ଯୋଗାଣ ଉପରେ ରୋକ ଲଗାଇଛନ୍ତି ସରକାର । ଏହି ନିଷ୍ପତ୍ତି ଏପ୍ରିଲ 22 ରୁ କାର୍ଯ୍ୟକାରୀ ହେବ । ଅଧିକ ପଢନ୍ତୁ...
ବଢୁଥିବା ସଂକ୍ରମଣକୁ ଦେଖି ସରକାରଙ୍କ ନିଷ୍ପତ୍ତି, ଶିଳ୍ପ ପାଇଁ ଅକ୍ସିଜେନ୍ ସପ୍ଲାଏ ଉପରେ ଲାଗିଲା ରୋକ୍
କୋଭିଡ ମାମଲାଗୁଡ଼ିକର ଦ୍ରୁତ ବୃଦ୍ଧି ଏବଂ ମେଡିକାଲରେ ଅମ୍ଳଜାନର ଦ୍ରୁତ ଚାହିଦାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରରେ କେନ୍ଦ୍ର ସରକାର ଦ୍ବାରା ଗଠିତ ସଶକ୍ତୀକରଣ ଗୋଷ୍ଠୀ-୨ ର ସମୀକ୍ଷା କରିଛନ୍ତି । ଦେଶରେ ବ୍ୟବହାର ହେଉଥିବା ଅମ୍ଳଜାନର ଚାହିଦାକୁ ପୂରଣ କରିବା ଏବଂ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ଔଦ୍ୟୋଗିକ ବ୍ୟବହାର ଉପରେ ରୋକ ଲଗାଇଛନ୍ତି ସରକାର ।