ଓଡିଶା

odisha

ETV Bharat / bharat

ଭାରତକୁ 28ଟନ ମେଡିକାଲ ଉପକରଣ ପଠାଇଲା ଫ୍ରାନ୍ସ

ଆଜି (ରବିବାର) ଭାରତକୁ 28ଟନ ମେଡିକାଲ ଉପକରଣ ପଠାଇଛି ଫ୍ରାନ୍ସ । ଅଧିକ ପଢନ୍ତୁ...

ପପ
28ଟନ ମେଡିକାଲ ଉପକରଣ ଯୋଗାଇଲା ଫ୍ରାନ୍ସ

By

Published : May 2, 2021, 10:30 AM IST

ନୂଆଦିଲ୍ଲୀ: ଏକତାର ମିଶନ ପ୍ରତିପାଦିତ ଭାରତକୁ ବିଭିନ୍ନ ଦେଶ ସହାୟତାର ହାତ ବଢାଇଛି । ଭାରତରେ ଫ୍ରାନ୍ସରୁ ଏକ ବିମାନ ବୋଝେଇ ମେଡିକାଲ ଉପକରଣ ଆଜି (ରବିବାର) ପହଞ୍ଚିଛି । ସେଥିରେ ସମୁଦାୟ 28ଟନ ମେଡିକାଲ ଉପକରଣ ରହିଛି । ସେଥି ମଧ୍ୟରୁ 8ଟି ଅକ୍ସିଜେନ ଜେନେରେସନ ପ୍ଲାଣ୍ଟ ରହିଛି ।

ଫ୍ରାନ୍ସରୁ ପଠାଯାଇଥିବା ଅକ୍ସିଜେନ ସିଲିଣ୍ଡର ପ୍ରାୟ ଆଠଟି ହସ୍ପିଟାଲରେ 10 ବର୍ଷ ପାଇଁ ଅକ୍ସିଜେନ ଉତ୍ପାଦନ କରିବ ବୋଲି ସୂଚନା ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଲୁନେନ । ଫ୍ରାନ୍ସର ଏକତା ମିଶନର ପ୍ରଥମ ପର୍ଯ୍ୟାୟ ଅଭିଯାନ ଆରମ୍ଭ ହୋଇଯାଇଛି । ଫ୍ରାନ୍ସ ପରିବହନରେ ତରଳ ଅମ୍ଳଜାନ କଣ୍ଟେନର, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ମଧ୍ୟ ରହିବ ବୋଲି ଆଶା କରାଯାଉଛି ।

ମଙ୍ଗଳବାର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ସମର୍ଥନ ପରେ ଭାରତୀୟଙ୍କୁ ସାହାଯ୍ୟ କରିବା ପାଇଁ ଏହା ଏକ ଅତୁଳନୀୟ ଏକତା ମିଶନ କରୁଛି ବୋଲି ଫ୍ରାନ୍ସ ୟୁରୋପ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି । ଖାଲି ଫ୍ରାନ୍ସ ନୁହେଁ ଭାରତର ଏ ଘଡିସନ୍ଧି ମୂହୁର୍ତ୍ତରେ ଅନେକ ଦେଶ ସହାୟତାର ହାତ ବଢାଇଛି । ଜର୍ମାନୀରୁ ଭାରତକୁ ମେଡିକାଲ ଉପକରଣ ପଠାଇଛି । 24ଅକ୍ସିଜେନ ଟ୍ରାନ୍ସପୋର୍ଟ ଟ୍ୟାଙ୍କ ଭାରତକୁ ପଠାଇଛି ଜର୍ମାନୀ ।

ଋଷିଆ ରାଷ୍ଟ୍ରଦୂତ ଭାରତକୁ ପ୍ରଥମ ପର୍ଯ୍ୟାୟରେ 1,50,000ଡୋଜ ସ୍ପୁଟନିକ-ଭି ଟିକା ଯୋଗାଇଛି । ବିଶ୍ବରେ ସ୍ପୁଟନିକ ଭିର ଭଲ ପ୍ରଭାବ ରହିଛି । କୋରୋନାର ନୂଆ ଷ୍ଟ୍ରେନ ବିରୋଧରେ ଏହା ପ୍ରଭାବଶାଳୀ ରହିବ ବୋଲି କହିଛନ୍ତି ଋଷିଆର ରାଷ୍ଟ୍ରଦୂତ ନିକୋଲେ କୁଡାଶେଭ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details