ଓଡିଶା

odisha

ETV Bharat / bharat

omicorn Scare: ଦିଲ୍ଲୀରେ ଆଉ ୪ ଆକ୍ରାନ୍ତ ଚିହ୍ନଟ, ୬କୁ ବଢିଲା ସଂଖ୍ୟା

ଦିଲ୍ଲୀରେ କୋଭିଡ ନୂଆ ଭ୍ୟାରିଏଣ୍ଟ ଓମିକ୍ରନର ୪ଟି ନୂଆ ମାମଲା । ମୋଟ ଆକ୍ରାନ୍ତ ସଂଖ୍ୟା ୬କୁ ବୃଦ୍ଧି । ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ । ଅଧିକ ପଢନ୍ତୁ

omicorn scare: ଦିଲ୍ଲୀରେ ଆଉ ୪ ଆକ୍ରାନ୍ତ ଚିହ୍ନଟ, ୬କୁ ବଢିଲା ସଂଖ୍ୟା
omicorn scare: ଦିଲ୍ଲୀରେ ଆଉ ୪ ଆକ୍ରାନ୍ତ ଚିହ୍ନଟ, ୬କୁ ବଢିଲା ସଂଖ୍ୟା

By

Published : Dec 14, 2021, 4:10 PM IST

ନୂଆଦିଲ୍ଲୀ:ଦିଲ୍ଲୀରେ ଓମିକ୍ରନ ଭ୍ୟାରିଏଣ୍ଟର ୪ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏନେଇ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ ସୂଚନା ଦେଇଛନ୍ତି । ଆଜିର ସଂକ୍ରମିତଙ୍କୁ ମିଶାଇ ଦିଲ୍ଲୀ ଓ NCR ରେ ମୋଟ ଓମିକ୍ରମ ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।

ତେବେ ଗଣମାଧ୍ୟମକୁ ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ଜୈନ କହିଛନ୍ତି, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଥିବାବେଳେ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଛନ୍ତି । ଅନ୍ୟ ୫ ଜଣ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ନିକଟରେ ମଧ୍ୟ କୌଣସି ଜଟିଳତା ପ୍ରକାଶ ପାଇନାହିଁ । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ରହିଛି ।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୫ ଜଣ ସଂକ୍ରମିତଙ୍କ ସହ ୩ ସନ୍ଧିଗ୍ଧଙ୍କୁ ଦିଲ୍ଲୀର ଲୋକନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ (LNJPN) ରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଦିଲ୍ଲୀରେ ଓମିକ୍ରମ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ସରକାର ସ୍ଥିତ ଉପରେ ନଜର ରଖିଛନ୍ତି । ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କର RT-PCR ଟେଷ୍ଟ ମଧ୍ୟ କରାଯାଉଛି । ଯେକୌଣସି ପ୍ରକାର ସ୍ଥିତି ସହ ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ ଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଜୈନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details