ମୁମ୍ବାଇ: ଘାତକ ହେଉଛି ଡେଲ୍ଟା ପ୍ଲସ ଭାରିଆଣ୍ଟ । ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ ଭାରିଆଣ୍ଟ କବଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ସବୁଠୁ ବଡ କଥା ହେଉଛି କି ମୃତକଙ୍କ ମଧ୍ୟରୁ ୨ ଜଣ ୨ ଡୋଜ୍ ଟିକା ନେଇ ଥିବାବେଳେ ୨ ଜଣ ଗୋଟିଏ ଡୋଜ୍ ଲେଖାଏଁ ନେଇଥିଲେ । ଅନ୍ୟଜଣେ ଟିକା ନେଇଥିଲେ କି ନାହିଁ ସେନେଇ ସ୍ପଷ୍ଟ ହୋଇନାହିଁ ।
ମହାରାଷ୍ଟ୍ରର ରତ୍ନାଗିରିରୁ ୨ ଜଣ ଏବଂ ମୁମ୍ବାଇ, ବିଡ୍ ଏବଂ ରାୟଗଡରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତ ବ୍ୟକ୍ତିଙ୍କ ବୟସ 65 ବର୍ଷରୁ ଅଧିକ ହେବ ଏବଂ ସେମାନଙ୍କର ଅନ୍ୟାନ୍ୟ ରୋଗ ଥିଲା । ତେବେ ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ ଭାରିଆଣ୍ଟ ସଂକ୍ରମଣ ସଂଖ୍ୟା ୬୬କୁ ବୃଦ୍ଧି ପାଇଛି । ମୋଟ ସଂକ୍ରମଣଙ୍କ ମଧ୍ୟରୁ ୩୨ ଜଣ ପୁରୁଷ ଥିବାବେଳେ ୩୪ ଜଣ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ୧୮ ବର୍ଷରୁ କମ୍ ବୟସ୍କା ଥିବା ଜଣାପଡିଛି ।