ଓଡିଶା

odisha

ETV Bharat / bharat

ସାରା ଦେଶରେ କୋଭାକ୍ସିନ ଉପଲବ୍ଧ ମୂଳ ଲକ୍ଷ୍ୟ: ଭାରତ ବାୟୋଟେକ - Bharat Biotech on Covaxin

କୋରୋନା ଟିକା କୋଭାକ୍ସିନର ଜରୁରିକାଳୀନ ବ୍ୟବହାରକୁ ଅନୁମତି ମିଳିବା ପରେ ଖୁସି ଜାହିର କରିଛି ଭାରତ ବାୟୋଟେକ। ଆଗାମୀ ଦିନରେ କୋଭାକ୍ସିନ ଟିକା ଉତ୍ପାଦିକରଣ ବୃଦ୍ଧି କରାଯିବ ବୋଲି କହିଛନ୍ତି ଭାରତ ବାୟୋଟେକ ନିର୍ଦ୍ଦେଶକ କ୍ରୀଷ୍ଣା ଏଲ୍ଲା । ଅଧିକ ପଢ଼ନ୍ତୁ...

Covaxin vaccine will be provided to all countries says Bharat Biotech director krishna ella
ସାରା ଦେଶରେ କୋଭାକ୍ସିନ ଉପଲବ୍ଧ କରିବା ମୂଳ ଲକ୍ଷ୍ୟ: ଭାରତ ବାୟୋଟେକ

By

Published : Jan 3, 2021, 8:57 PM IST

ହାଇଦ୍ରାବାଦ: କୋରୋନା ଟିକା କୋଭାକ୍ସିନର ଜରୁରିକାଳୀନ ବ୍ୟବହାରକୁ ଅନୁମତି ଦେଇଛି ଜାତୀୟ ଔଷଧ ମାନ ନିୟନ୍ତ୍ରକ ସଂସ୍ଥାନ(Drugs Control General India)। ଏହାକୁ ନେଇ ଖୁସି ଜାହିର କରିଛି ଭାରତ ବାୟୋଟେକ। ଆଇସିଏମଆର ଓ ଭାରତ ବାୟୋଟେକର ମିଳିତ ଉଦ୍ୟମରେ କୋଭାକ୍ସିନ ଟିକା ବିକଶିତ ହୋଇଛି। ଗତକାଲି(ଶନିବାର) ଏହି ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମତି ମିଳିଥିଲା।

ଏହାକୁ ନେଇ ଭାରତ ବାୟୋଟେକ ନିର୍ଦ୍ଦେଶକ କ୍ରୀଷ୍ଣା ଏଲ୍ଲା ଖୁସି ଜାହିର କରିଛନ୍ତି। ଭାଇରାଲ ହେଉଥିବା ପ୍ରୋଟିନକୁ ପ୍ରତିହତ କରବା ପାଇଁ ଏହି ଟିକା ବିକଶିତ କରାଯାଇଛି। କୋରୋନା ଭଳି ମାରାତ୍ମକ ଭାଇରସ ସଂକ୍ରମଣରୁ କିଭଳି ରକ୍ଷା ମିଳିବା ତାହାକୁ ନଜରରେ ରଖି ଏହି ଟିକା ବିକଶିତ ହୋଇଛି ବୋଲି କହିଛନ୍ତି କ୍ରୀଷ୍ଣା ଏଲ୍ଲା।

ପ୍ରଥମ ଥର ପାଇଁ ଦେଶରେ ଏତେ ମାତ୍ରାରେ ପ୍ରତିନିଧିଙ୍କୁ ଏକ ଟିକାର ପରୀକ୍ଷଣ ଆରମ୍ଭ କରାଯାଇଥିଲା। 2020 ବର୍ଷ ନଭେମ୍ବର ମାସରେ କୋଭାକ୍ସିନା ଟିକାର ମାନବ ପରୀକ୍ଷଣ ଆରମ୍ଭ କରାଯାଇଥିଲା। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଏଥରେ 23 ହଜାର ପ୍ରତନିଧି ସାମିଲ ହୋଇଥିଲେ। କୌଣସି ଔଷଧର ବିକାଶ ପାଇଁ ଦେଶରେ କେବେ ଏଭଳି ପରୀକ୍ଷଣ ହୋଇନଥିଲା। ତେବେ ଏହି ପରୀକ୍ଷଣ ପାଇଁ ସମସ୍ତ 23 ହଜାର ପ୍ରତିନିଧିଙ୍କୁ ଧନ୍ୟବାଦ ଦେଇଛନ୍ତି ଭାରତ ବାୟୋଟେକ ନିର୍ଦ୍ଦେଶକ କ୍ରୀଷ୍ଣା ଏଲ୍ଲା।

କୋଭାକ୍ସିନ ଟିକା ଦେହରେ ପ୍ରତିରୋଧକ ଶକ୍ତିକୁ ବଳବତ୍ତର ରଖିବାରେ ସହାୟକ ହେବ। ଦେଶର କୋଣ ଅନୁକୋଣରେ ଏହି ଟିକା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଭାରତ ବାୟୋଟେକ। ଏଥିପାଇଁ ଆଗାମୀ ଦିନରେ କୋଭାକ୍ସିନ ଟିକା ଉତ୍ପାଦିକରଣ ବୃଦ୍ଧି କରାଯିବ ବୋଲି କହିଛନ୍ତି ଭାରତ ବାୟୋଟେକ ନିର୍ଦ୍ଦେଶକ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details