ନୂଆଦିଲ୍ଲୀ:ଦେଶରେ ପିଲାଙ୍କୁ ଟୀକାକରଣ ଲାଗି ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଟିକା ମହଜୁତ ରଖିବା ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ । ଭାରତ ବାୟୋଟେକର କୋଭାକ୍ସିନ ଏକମାତ୍ର କୋଭିଡ-19 ଟିକା ହୋଇପାରେ, ଯାହା ବର୍ତ୍ତମାନ ପାଇଁ 15-18 ବର୍ଷ ବୟସର ପିଲାମାନଙ୍କ ପାଇଁ ଉପଲବ୍ଧ ହେବ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି (Covaxin likely to be only Covid vaccine available for children) । ଜାନୁଆରୀ 3 ରୁ ପିଲାମାନଙ୍କୁ ଟୀକାକାରଣ କରାଯିବ ।
ଏହାଛଡା ସ୍ବାସ୍ଥ୍ୟସେବାରେ ସାମିଲ ଥିବା ଆଗଧାଡିର ସ୍ବାସ୍ଥ୍ୟ କର୍ମଚାରୀ ଏବଂ 60 ବର୍ଷରୁ ଅଧିକ ବୟସର ନାଗରିକମାନଙ୍କୁ ସମାନ ଟୀକାକରଣର ତୃତୀୟ ଡୋଜ ପୂର୍ବରୁ ଦିଆଯିବ । ଆସନ୍ତା ୧୦ ତାରିଖରୁ ଦେଶରେ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା, ବହୁବିଧ ରୋଗରେ ପୀଡ଼ିତ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋରୋନା ବିରୋଧରେ ଟିକାର ପ୍ରତିଷେଧମୂଳକ ବା ବୁଷ୍ଟର ଡୋଜ୍ ଦିଆଯିବ। ଏହି ବର୍ଗରେ ଥିବା ପ୍ରାୟ ୬ କୋଟି ଲୋକ ବୁଷ୍ଟର ଡୋଜ୍ ନେବେ। ଶନିବାର ପ୍ରଧାନମନ୍ତ୍ରୀ ବୁଷ୍ଟର ଡୋଜ୍ କଥା ଘୋଷଣା କରିଥିଲେ ମଧ୍ୟ କେଉଁ ଟିକାକୁ ଏ କ୍ଷେତ୍ରରେ ବ୍ୟବହାର କରାଯିବ, ସେକଥା କହିନାହାନ୍ତି । ସେହିପରି ଦ୍ବିତୀୟ ଡୋଜ୍ ନେବାର କେତେ ଦିନ ପରେ ତୃତୀୟ ଡୋଜ୍ ନେବାକୁ ପଡ଼ିବ ସେ କଥା ମଧ୍ୟ ସ୍ପଷ୍ଟ ହୋଇନାହିଁ ।