ଓଡିଶା

odisha

By

Published : Jan 4, 2021, 10:11 AM IST

ETV Bharat / bharat

କୋରୋନାର ନୂଆ ଷ୍ଟ୍ରେନ ବିରୋଧରେ କୋଭାକ୍ସିନ ପ୍ରଭାବଶାଳୀ: ICMR ମୁଖ୍ୟ

ଭାରତ ବାୟୋଟେକର କୋଭାକ୍ସିନ ଓ ଅକ୍ସଫୋଡର କୋଭାସିଲ୍ଡ କେରୋନାର ନୂଆ ଷ୍ଟ୍ରେନ ବିରୋଧରେ ପ୍ରଭାବଶାଳୀ ରହିବ ବୋଲି କହିଛନ୍ତି ଆଇସିଏମଆର ମୁଖ୍ୟ ବଳରାମ ଭାର୍ଗଭ । ଅଧିକ ପଢନ୍ତୁ...

ପ୍ରଭାବଶାଳୀ ହେବ କୋଭ୍ୟାକ୍ସିନ
ପ୍ରଭାବଶାଳୀ ହେବ କୋଭ୍ୟାକ୍ସିନ

ନୂଆଦିଲ୍ଲୀ: ଭାରତ ବାୟୋଟେକର କୋଭାକ୍ସିନ ଓ ଅକ୍ସଫୋଡର କୋଭାସିଲ୍ଡକୁ ଅନୁମୋଦନ ମିଳିବା ପରେ ବିଭିନ୍ନ ମହଲରୁ ଅନେକ ପ୍ରଶ୍ନ ଉଠିଥିଲା । ରବିବାର ପ୍ରଶ୍ନର ଉତ୍ତର ରଖି ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ କହିଛି ଅନ୍ୟ ଭ୍ୟାକ୍ସିନ ତୁଳନାରେ ଏହି ଦୁଇଟି ଭ୍ୟାକ୍ସିନ ବହୁତ ପ୍ରଭାବଶାଳୀ ସହ ଟିକା ନିରାପଦ ଅଟେ ।

ରବିବାର ଡ୍ରଗ୍ସ କଣ୍ଟୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)ର ଅନୁମୋଦନ ପରେ କୋଭାକ୍ସିନ ତାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପରିଚାଳନା କରୁଛି । କୋଭାକ୍ସିନ ନୂଆ ଷ୍ଟେନ ଯହା ବ୍ରିଟେନର 50,000 ଲୋକଙ୍କୁ ସଂକ୍ରମିତ କରିଛି ତାହା ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ ରହିବ ବୋଲି ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଆଇସିଏମଆର ମୁଖ୍ୟ ବଳରାମ ଭାର୍ଗଭ ।

ଟିକାକରଣ କେବେ ଆରମ୍ଭ ହେବା ନେଇ ପ୍ରଶ୍ନର ଉତ୍ତର ରଖି ଆଇସିଏମଆର ମୁଖ୍ୟ କହିଛନ୍ତି ଟିକାକୁ ଅନୁମୋଦନ ମିଳିସାରିଛି । ସମସ୍ତ ଟିକାକୁ ସଂରକ୍ଷଣ କରାଯାଇଛି । ଦେଶର କେତେକ ରାଜ୍ୟରେ ଟିକାର ଡ୍ରାଏ ରନ ଆରମ୍ଭ ହୋଇଯାଇଛି ଯାହା ସଫଳ ମଧ୍ୟ ହୋଇଛି । ଆମର ସବୁ କିଛି ପ୍ରସ୍ତୁତି ସରିଯାଇଛି । ଆଗାମି ଦୁଇ ସପ୍ତାହ ଭିତରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ । ସେ ଆହୁରି କହିଛନ୍ତି, ଦୀର୍ଘ 16 ବର୍ଷ ଧରି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶିଶୁ ଓ ମାଆମାନଙ୍କୁ ଟିକା ଦେଇ ଆସୁଛନ୍ତି । ଏହି ଟିକାକରଣ ମଧ୍ୟ ସଫଳତାର ସହିତ ସମାପନ ହେବ ।

କୋଭାକ୍ସିନର 380ଟି ବିଷୟ ଉପରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ ହୋଇଯାଇଛି । ଏହାର ନିରାପଦା ଉପରେ ସମସ୍ୟା ନାହିଁ । ଆଗକୁ 23,000 ବିଷୟରେ ଏହାର ପରୀକ୍ଷା କରାଯିବ ଏବଂ ତିନିରୁ ଚାରି ଦିନ ଭିତରେ ଏହାର ଫଳାଫଳ ବାହାରିବ । ପ୍ରିଜର ଭ୍ୟାକ୍ସିନ କୋରୋନାର ନୂଆ ଷ୍ଟ୍ରେନ ପାଇଁ ପ୍ରଭାବଶାଳୀ ହୋଇ ନପାରେ ହେଲେ କୋଭ୍ୟାକ୍ସିନ ନୂଆ ଷ୍ଟ୍ରେନ ବିରୋଧରେ ଯଥେଷ୍ଟ ପ୍ରଭାବଶାଳୀ ରହିବ ବୋଲି କହିଛନ୍ତି ବଳରାମ ଭାର୍ଗଭ ।

ପରୀକ୍ଷା ସମୟରେ କୋଭାକ୍ସିନ ଜୀବାଣୁକୁ ପୃଥକୀକରଣ କରିବାରେ ସଫଳ ହୋଇଛି । ଏହା ଜରୁରୀକାଳୀନ ପ୍ରାଧିକରଣ ହୋଇଥିବାରୁ ସରକାର କେବଳ ଏହାର ବିକ୍ରି ଓ ବିତରଣ କରିପାରିବେ । ସମ୍ପୂର୍ଣ୍ଣ ଲାଇସେନ୍ସ ପାଇବା ପରେ ଘରୋଇ କ୍ଷେତ୍ରରେ ଏହି ଟିକା ଦ୍ବୟ ବିକ୍ରି ହୋଇ ପାରିବ । ପ୍ରତି ଦୁଇ ସପ୍ତାହରେ ସମସ୍ତ ତଥ୍ୟ ସମୀକ୍ଷା କରାଯିବ ବୋଲି କହିଛନ୍ତି ଆଇସିଏମଆର ମୁଖ୍ୟ।

କ୍ଲିନିକାଲ ମୋଡରେ ଟିକାକୁ ଅନୁମୋଦନ ହୋଇସାରିଛି । ଟିକାକରଣ କରାଯାଉଥିବା ଲୋକଙ୍କ ଉପରେ ତୀକ୍ଷ୍ମ ନଜର ରଖାଯିବ । ଏହା ସମଗ୍ର ଭାରତବାସୀଙ୍କ ପାଇଁ ଏକ ବଡ ପଦକ୍ଷେପ । ବିଶ୍ବରେ କୌଣସି ଟିକା ଶତ ପ୍ରତିଶତ ପ୍ରଭାବଶାଳୀ ନୁହେଁ। ଟିକାକରଣ ପରେ ବି ଆମକୁ ସଚେତନ ରହିବାକୁ ପଡିବ । କୋରୋନାର ସମସ୍ତ ନିୟମ ଯେପରି ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବା ଆଦିକୁ ପାଳନ କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଆଇସିଏମଆର ମୁଖ୍ୟ ବଳରାମ ଭାର୍ଗଭ ।

ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ରହିଛି । ଜୁଲାଇ ଶେଷ ସୁଦ୍ଧା ଭାରତରେ ପ୍ରାୟ 30କୋଟି ଲୋକଙ୍କୁ ଟିକାକରଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । କୋରୋନାର ନୂଆ ଷ୍ଟ୍ରେନ ପାଇଁ ଆମେ ଚିନ୍ତିତ ହେଲେ ଏହାକୁ ମୁକାବିଲା କରିବାକୁ ଆମେ ସମ୍ପୂର୍ଣ ପ୍ରସ୍ତୁତ ବୋଲି କହିଛନ୍ତି ବଳରାମ ଭାର୍ଗଭ ।

ABOUT THE AUTHOR

...view details