ଓଡିଶା

odisha

ମହଙ୍ଗା ପଡିଲା ରାସ୍ତା ଅବରୋଧ, ବିଜେପି ସାଂସଦଙ୍କୁ ଦେଢ ବର୍ଷ ଜେଲ

By

Published : Nov 27, 2022, 11:49 AM IST

ରାସ୍ତା ଅବରୋଧ କରିଥିବା ଅଭିଯୋଗରେ ବିଜେପି ସାଂସଦଙ୍କୁ ଦେଢ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଅଧିକ ପଢନ୍ତୁ

ବିଜେପି ସାଂସଦଙ୍କୁ ଦେଢ ବର୍ଷ ଜେଲ ଦଣ୍ଡାଦେଶ
ବିଜେପି ସାଂସଦଙ୍କୁ ଦେଢ ବର୍ଷ ଜେଲ ଦଣ୍ଡାଦେଶ

ଲକ୍ଷ୍ନୌ: ରାସ୍ତା ଅବରୋଧ କରିବାରୁ ବିଜେପି ନେତାଙ୍କୁ ଦେଢ ବର୍ଷ ଜେଲ ଦଣ୍ଡାଦେଶ । ଗୋରଖପୁରର ବାନ୍ସଗାଓଁ ବିଜେପି ସାଂସଦ କମଲେଶ ପାସଓ୍ବାନ(MP Kamlesh Paswan)ଙ୍କୁ ଦେଢ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଏମପି ଏମଏଲଏ କୋର୍ଟ ନମ୍ବର 2 ର ACJM ପ୍ରଭାତ ତ୍ରିପାଠୀ । ଏଥିସହ ସାଂସଦଙ୍କୁ ଜୋରିମାନା ମଧ୍ୟ କରାଯାଇଛି । ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ଶିବପାଲ ଯାଦବଙ୍କୁ ଗିରଫ କରିବା ଦାବିରେ 2008ରେ ରାସ୍ତା ଅବରୋଧ କରିଥିଲେ କମଲେଶ ପାସଓ୍ବାନ । ଯାହାର ଶୁଣାଣି କରି ଦେଢ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ହାରିବାରୁ ସରପଞ୍ଚ ପ୍ରାର୍ଥୀଙ୍କୁ ମିଳିଲା କାର୍ ଓ ୧୧ ଲକ୍ଷ, ଜାଣନ୍ତୁ କାହିଁକି

ମିଳିଥିବା ସୂଚନା ଅନୁଯାୟୀ, 2008 ଜାନୁଆରୀ 16ରେ BSP ସରକାର ସମୟରେ ଅଖିଳେଶ ଯାଦବ ଓ ଶିବପାଲ ଯାଦବଙ୍କୁ ଗିରଫ କରିବା ଦାବିରେ ବାନ୍ସଗାଓଁ ସାଂସଦ କମଲେଶ ପାସୱାନ ରାସ୍ତା ଅବରୋଧ କରିଥିବା ଅଭିଯୋଗ ହୋଇଥିଲା । 2008 ମସିହାରୁ ଚାଲିଥିବା ଏହି ମାମଲାରେ ଶନିବାର ରାୟ ଶୁଣାଇଥିଲେ କୋର୍ଟ । ଅପରାହ୍ନ 4ଟା ସମୟରେ କମଲେଶ ପାସଓ୍ବାନ ଏସିଜେଏମ୍ କୋର୍ଟରେ ହାଜର ହୋଇଥିଲେ । କମଲେଶ ପାସୱାନଙ୍କ ଓକିଲ ପି.କେ ଦୁବେ କହିଛନ୍ତି ଯେ ''ଏହି ଦଣ୍ଡ ବିରୋଧରେ ଉପର କୋର୍ଟରେ ଏକ ଆବେଦନ କରାଯିବ । ନିୟମ ଅନୁସାରେ ସାଂସଦ ଏବଂ ବିଧାୟକଙ୍କୁ 3 ବର୍ଷରୁ କମ୍ ଜେଲ ଦଣ୍ଡାଦେଶ ଦିଆଗଲେ ଜେଲକୁ ପଠାଇବାର କୌଣସି ବ୍ୟବସ୍ଥା ନାହିଁ ।

For All Latest Updates

ABOUT THE AUTHOR

...view details