ଓଡିଶା

odisha

ETV Bharat / bharat

ଅଡୁଆରେ ଜୟା ବଚ୍ଚନ, ଜମି ଚୁକ୍ତି ପ୍ରସଙ୍ଗରେ ମିଳିଲା କୋର୍ଟ ନୋଟିସ୍‌ - ଜମି ଚୁକ୍ତି ପ୍ରସଙ୍ଗରେ ନୋଟିସ ଜାରି କଲେ ଭୋପାଳ କୋର୍ଟ

ଅଡୁଆରେ ଅଭିନେତ୍ରୀ ତଥା ରାଜ୍ୟସଭା ସାଂସଦ ଜୟା ବଚ୍ଚନ । ଜମିଚୁକ୍ତି ପ୍ରସଙ୍ଗରେ ବଲିଉଡ ଅଭିନେତ୍ରୀରୁ ରାଜନେତା ଜୟା ବଚ୍ଚନଙ୍କୁ ନୋଟିସ ପଠାଇଛନ୍ତି ମଧ୍ୟପ୍ରଦେଶ ଜିଲ୍ଲା କୋର୍ଟ । ଏପ୍ରିଲ୍ 7ରେ ଭୋପାଳ ଜିଲ୍ଲା କୋର୍ଟ ଜମି ଚୁକ୍ତି ନେଇ ଜୟାଙ୍କୁ ନୋଟିସ ପଠାଇଛନ୍ତି । ଅଧିକ ପଢନ୍ତୁ

ଜମି ଚୁକ୍ତି ପ୍ରସଙ୍ଗରେ ନୋଟିସ ଜାରି କଲେ ଭୋପାଳ କୋର୍ଟ
ଜମି ଚୁକ୍ତି ପ୍ରସଙ୍ଗରେ ନୋଟିସ ଜାରି କଲେ ଭୋପାଳ କୋର୍ଟ

By

Published : Apr 10, 2022, 10:05 AM IST

ଭୋପାଳ: ଅଡୁଆରେ ଅଭିନେତ୍ରୀ ତଥା ରାଜ୍ୟସଭା ସାଂସଦ ଜୟା ବଚ୍ଚନ । ଜମିଚୁକ୍ତି ପ୍ରସଙ୍ଗରେ ବଲିଉଡ ଅଭିନେତ୍ରୀରୁ ରାଜନେତା ଜୟା ବଚ୍ଚନଙ୍କୁ ନୋଟିସ ପଠାଇଛନ୍ତି ମଧ୍ୟପ୍ରଦେଶ ଜିଲ୍ଲା କୋର୍ଟ । ଏପ୍ରିଲ୍ 7ରେ ଭୋପାଳ ଜିଲ୍ଲା କୋର୍ଟ ଜମି ଚୁକ୍ତି ନେଇ ଜୟାଙ୍କୁ ନୋଟିସ ପଠାଇଛନ୍ତି । ଏପ୍ରିଲ୍ 30 ସୁଦ୍ଧା ଉତ୍ତର ଦାଖଲ କରିବାକୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସମାଜବାଦୀ ପାର୍ଟି ସାଂସଦ ବଚ୍ଚନଙ୍କ ବିରୋଧରେ ଦାଖଲ ହୋଇଥିବା ଅପରାଧିକ ମାମଲା ଆଧାରରେ ଏହି ବିଜ୍ଞପ୍ତି ଜାରି କରାଯାଇଛି । ବିଜେପିର ପୂର୍ବତନ ବିଧାୟକ ଜିତେନ୍ଦ୍ର ଦାଗଙ୍କ ପୁଅ ଅନୁଜ ଦାଗ ପଇସା ପାଇବା ପରେ ମଧ୍ୟ ତାଙ୍କୁ ଜମି ବିକ୍ରୟ ଚୁକ୍ତି ବାତିଲ କରିଥିବା ଅଭିଯୋଗ କରିଛନ୍ତି । ଦାଗଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜୟା ବଚ୍ଚନ ଅବଶ୍ୟକ ପରିମାଣଠାରୁ ଅଧିକ ମୂଲ୍ୟ ଦାବି କରିଛନ୍ତି । 1 କୋଟି ଟଙ୍କା ଦେଇ ଜମି କିଣିବା ପାଇଁ ଚୁକ୍ତି ହୋଇଥିଲା । ଏହି ପରିମାଣ ଜୟା ବଚ୍ଚନଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା। ତଥାପି କିଛି ଦିନ ପରେ ଅନୁଜ ଦାଗଙ୍କ ଆକାଉଣ୍ଟକୁ ଟଙ୍କା ଫେରସ୍ତ କରାଯାଇଥିଲା । ପରେ ସେମାନେ ଅଧିକ ରାଶିଦାବି କରିଥିଲେ । ଏକର ଜମି ପାଇଁ 2 କୋଟି ଟଙ୍କା ଦାବି ହୋଇଥିଲା ।

ଭାରତୀୟ ଚୁକ୍ତିନାମା ଅଧିନିୟମ ଅନୁଯାୟୀ, ଥରେ ଟଙ୍କା ପୈଠ ହେବା ପରେ ଏହାକୁ ଗ୍ରହଣ କରାଯାଏ । ଚୁକ୍ତିନାମା ସମାପ୍ତ ହୁଏ । ମୋ ଟିମ ଏବଂ ଜୟା ବଚ୍ଚନଙ୍କ ମଧ୍ୟରେ ଚୁକ୍ତିନାମା ଡିଜିଟାଲ୍ ମାଧ୍ୟମରେ ହୋଇଥିଲା । ବ୍ୟାଙ୍କ ଆକାଉଣ୍ଟରେ 1 କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଚୁକ୍ତିନାମା ଅନୁଯାୟୀ ସହମତ ହୋଇଥିବା କହିଛନ୍ତି ଦାଗାଙ୍କ ଓକିଲ ।

ସେ ଆହୁରି କହିଛନ୍ତି ଭୋପାଳ ଜିଲ୍ଲାର ସେଭାନିଆ ଗୌରରେ ବଚ୍ଚନଙ୍କର 5 ଏକର ଜମି ଅଛି । ଯାହା ସେ ପ୍ରାୟ 12 ବର୍ଷ ପୂର୍ବେ କିଣିଥିଲେ। ଜମି ବିକ୍ରୟ ପାଇଁ ରାଜେଶ ହ୍ରିକିକେଶ ଯାଦବଙ୍କୁ ଅନୁମତି ଦେଇଛନ୍ତି । କୋର୍ଟ ଏହି ମକଦ୍ଦମାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ଏବଂ ଏକ ବିଜ୍ଞପ୍ତି ଜାରି କରାଯାଇଛି । ପରବର୍ତ୍ତୀ ଶୁଣାଣି ଏପ୍ରିଲ 30ରେ ହେବ । ଜୟା ବଚ୍ଚନଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି ।

@IANS

ABOUT THE AUTHOR

...view details