ମୁମ୍ବାଇ :ଗିରଫ ମହାରାଷ୍ଟ୍ର ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କୁ ପୁଣି 6 ଦିନ ଏନଆଇଏ ହେପାଜତରେ ପଠାଇଛନ୍ତି ସ୍ବତନ୍ତ୍ର କୋର୍ଟ । ତାଙ୍କ ଜାମିନ ଆବେଦନକୁ ଖାରଜ କରିବା ସହ ତାଙ୍କୁ ହେପାଜତକୁ ପଠାଯାଇଛି । ଏବେ ତାଙ୍କୁ ପୁଣି ପଚରାଉଚରା କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ।
ଉଭୟ ମାନସୁଖ ହିରେନ ମୃତ୍ୟୁ ମାମଲା ଏବଂ ଆଣ୍ଟିଲିଆ ସାମ୍ନାରେ ବିସ୍ଫୋରକ ବୋଝେଇ ଗାଡି ରଖିବା ମାମଲାରେ ସଂଗୃହୀତ ଅତିରିକ୍ତ ପ୍ରମାଣ କୋର୍ଟରେ ଦାଖଲ କରିଥିଲା ଏନଆଇଏ । ଉଭୟ ମାମଲାରେ ସଚିନ ଓ୍ବାଜେଙ୍କ ବିରୋଧରେ ଏନଆଇଏ ଦର୍ଶାଇଥିବା ସାକ୍ଷ୍ୟ ପ୍ରମାଣକୁ କୋର୍ଟ ଗ୍ରହଣ କରିବା ସହ ଓ୍ବାଜେଙ୍କୁ ଏପ୍ରିଲ 7 ପର୍ଯ୍ୟନ୍ତ ଏନଆଇଏ ହେପାଜତକୁ ପଠାଇ ଦେଇଛନ୍ତି ।