ଓଡିଶା

odisha

By

Published : Feb 16, 2021, 12:48 PM IST

ETV Bharat / bharat

ବଢିଲା ଦୀପ ସିଦ୍ଧୁର ରିମାଣ୍ଡ ଅବଧି

ବଢିଲା ଦୀପ ସିଦ୍ଧୁର ରିମାଣ୍ଡ ଅବଧି । ଗଣତନ୍ତ୍ର ଦିବସ ହିଂସା ଘଟଣାରେ ଗିରଫ ହୋଇଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁର ରିମାଣ୍ଡ ଅବଧିକୁ 7 ଦିନ ବଢାଯାଇଛି । ଅଧିକ ପଢନ୍ତୁ...

ବଢିଲା ଦୀପ ସିଦ୍ଧୁର ରିମାଣ୍ଡ ଅବଧି
ବଢିଲା ଦୀପ ସିଦ୍ଧୁର ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ବଢିଲା ଦୀପ ସିଦ୍ଧୁର ରିମାଣ୍ଡ ଅବଧି । ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁର ହେପାଜତରେ ନେବାକୁ ଆଉ 7 ଦିନ ବୃଦ୍ଧି କରାଯାଇଛି । ଗଣତନ୍ତ୍ର ଦିବସ ହିଂସା ଘଟଣାରେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁକୁ ଗରିଫ କରାଯାଇଛି । ଆଜି ଦୀପ ସିଦ୍ଧୁର ହେପାଜତ ଶେଷ ହେଉଥିଲା । ହିଂସା ମାମଲାରେ ଅଧିକ ତଥ୍ୟ ଜାଣିବାକୁ ପୋଲିସ ଅଧିକ ସମୟ ମାଗି କୋର୍ଟରେ ଆବେଦନ କରିଥିଲା । ପୋଲିସ ଦୀପ ସିଦ୍ଧୁ ରିମାଣ୍ଡ ଅବଧି ବଢାଇଛନ୍ତି ।

କୋର୍ଟ ପ୍ରଥମେ ଫେବୃୟାରୀ 9 ରେ ଦୀପ ସିଦ୍ଧୁକୁ ପୋଲିସ ହେପାଜତରେ ପଠାଇଥିଲେ । ଏହି ମାମଲାରେ ସହ-ଅଭିଯୁକ୍ତ ସୁଖଦେବ ସିଂଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ କୋର୍ଟ ପଠାଇଛନ୍ତି ।ଫେବୃଆରୀ 10 ରେ ଅନ୍ୟ ଏକ ଅଭିଯୁକ୍ତ ଇକବାଲ ସିଂଙ୍କୁ ସାତ ଦିନ ପୋଲିସ ହେପାଜତକୁ ପଠାଇଥିଲେ।

ସୂଚନାଯୋଗ୍ୟ, ଗଣତନ୍ତ୍ର ଦିବସରେ କୃଷି ଆଇନକୁ ବିରୋଧ କରି କୃଷକ ସଙ୍ଗଠନ ଟ୍ରାକ୍ଟର ରାଲିରେ ବାହାରିଥିଲେ । ଏହି ସମୟରେ ଚାଷୀମାନେ ଦିଲ୍ଲୀକୁ ଧସେଇ ପଶିବାରୁ ଲାଲକିଲ୍ଲାରେ ହିଂସା ସୃଷ୍ଟି ହୋଇଥିଲା । ଏହି ସମୟରେ ଦୀପ ସିଦ୍ଧୁ ଫେସବୁକରେ ଲାଇଭ ଯାଇଥିଲେ । ହିଂସାକୁ ଉସକାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details