ଓଡିଶା

odisha

ETV Bharat / bharat

Delhi Excise Policy Case: ଆଉ 3 ଦିନ ବଢିଲା ସିସୋଦିଆଙ୍କ ରିମାଣ୍ଡ - ମନୀଷ ସିସୋଦିଆଙ୍କ ରିମାଣ୍ଡ ବୃଦ୍ଧି

ମାର୍ଚ୍ଚ ୬ ଯାଏ ବଢିଲା ସିସୋଦିଆଙ୍କ ରିମାଣ୍ଡ । ଆଜି ସରିଲା ପ୍ରଥମ ପର୍ଯ୍ୟାୟ ରିମାଣ୍ଡ । ଜେରାରେ ସହଯୋଗ କରିନଥିବା କହି ରିମାଣ୍ଡ ଅବଧି ବୃଦ୍ଧି ପାଇଁ ଅପିଲ୍‌ କରିଥିଲା ସିବିଆଇ । ଅଧିକ ପଢନ୍ତୁ

ମାର୍ଚ୍ଚ ୬ ଯାଏ ବଢିଲା ସିସୋଦିଆଙ୍କ ରିମାଣ୍ଡ
ମାର୍ଚ୍ଚ ୬ ଯାଏ ବଢିଲା ସିସୋଦିଆଙ୍କ ରିମାଣ୍ଡ

By

Published : Mar 4, 2023, 4:02 PM IST

ନୂଆଦିଲ୍ଲୀ:ଅବକାରୀ ନୀତି ଦୁର୍ନୀତି ମାମଲାରେ ବଢିଲା ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସିବିଆଇ ରିମାଣ୍ଡ ଅବଧି । ଚଳିତ ୬ ତାରିଖ ପର୍ଯ୍ୟନ୍ତ ସିସୋଦିଆ ସିବିଆଇ ରିମାଣ୍ଡରେ ରହିବେ । ଗିରଫ ପରେ ସିସୋଦିଆଙ୍କୁ ଜେରା ପାଇଁ ୫ଦିନିଆ ରିମାଣ୍ଡ ମାଗିଥିଲା ସିବିଆଇ । କୋର୍ଟ ମଧ୍ୟ ସିସୋଦିଆଙ୍କୁ ୫ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଥିଲେ । ଆଜି (ଶନିବାର) ତାଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ତାଙ୍କୁ କୋର୍ଟରେ ହାଜର କରିଥିଲା ତଦନ୍ତକାରୀ ସଂସ୍ଥା । ରିମାଣ୍ଡରେ ଜେରା ସମୟରେ ସିସୋଦିଆ ସହଯୋଗ ନକରିବା ଯୋଗୁ ଅଧିକ ୩ ଦିନ ରିମାଣ୍ଡର ଆବଶ୍ୟକତା ଥିବା ଦର୍ଶାଇ ପୁଣି ରିମାଣ୍ଡ ଆବେଦନ କରିଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । କୋର୍ଟ ୬ ତାରିଖ ଯାଏ ସିସୋଦିଆଙ୍କ ରିମାଣ୍ଡ ଅବଧି ବୃଦ୍ଧି କରିଛନ୍ତି । ଆଜି ସିସୋଦିଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଧ୍ୟାନକ୍ରିଷ୍ଣନ ପକ୍ଷ ରଖି ସିବିଆଇର ରିମାଣ୍ଡ ବୃଦ୍ଧି ଆବେଦନକୁ ବିରୋଧ କରିଥିଲେ ।

ଫେବୃଆରୀ ୨୬ (ଶୁକ୍ରବାର) ସିସୋଦିଆଙ୍କୁ ସମନରେ ଡାକିଥିଲା କେନ୍ଦ୍ରୀୟ ସଂସ୍ଥା । ପୂର୍ବାହ୍ନରୁ ଦୀର୍ଘ ୮ ଘଣ୍ଟା ଜେରା ପରେ ତାଙ୍କୁ ସଂଧ୍ୟାରେ ଗିରଫ କରାଯାଇଥିଲା । ସମନରେ ଜେରା ବେଳେ ସହଯୋଗ ନକରିବା ଓ ପ୍ରମାଣ ନଷ୍ଟ କରିବା ପରି ଅଭିଯୋଗରେ ତାଙ୍କୁ କେନ୍ଦ୍ରୀୟ ସଂସ୍ଥା ଗିରଫ କରିଥିଲା । ତା ପରଦିନ ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରି ଅଧିକ ଜେରାର ଅବଶ୍ୟକତା ଦର୍ଶାଇ ୫ ଦିନିଆ ରିମାଣ୍ଡ ମାଗିଥିଲା ସିବିଆଇ । କୋର୍ଟ ମଧ୍ୟ ସିସୋଦିଆଙ୍କୁ ୫ ଦିନିଆ (ମାର୍ଚ୍ଚ ୪ ପର୍ଯ୍ୟନ୍ତ) ରିମାଣ୍ଡରେ ପଠାଇଥିଲେ । ଏହାରି ମଧ୍ୟରେ ଗିରଫଦାରୀ ବିରୋଧରେ ସିସୋଦିଆ ସର୍ବୋଚ୍ଚ କୋର୍ଟରେ ମଧ୍ୟ ହାଜର ହୋଇଥିଲେ । ତାଙ୍କ ଗିରଫଦାରୀ ଉପରେ ରହିତାଦେଶ ଲଗାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି କରିବା ପାଇଁ ସର୍ବୋଚ୍ଚ କୋର୍ଟ ମନା କରିବା ସହ ତାଙ୍କୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବା ପାଇଁ କହିଥିଲେ ।

ସର୍ବୋଚ୍ଚ କୋର୍ଟରୁ ନିରାଶ ହେବା ପରେ ସିସୋଦିଆ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ । ସିସୋଦିଆଙ୍କ ସହ ଗିରଫ ହୋଇ ଜେଲରେ ଦିନକାଟୁଥିବା ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜାନ ମଧ୍ୟ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ । ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲେ ସୁଦ୍ଧା ସିବିଆଇ ସେ ପୁରୁଣା ଅଭିଯୋଗକୁ ଦୋହରାଇଛି । ରିମାଣ୍ଡରେ ସହଯୋଗ କରିନାହାନ୍ତି ସିସୋଦିଆ । ତେଣୁ ଅଧିକ ଜେରାର ଆବଶ୍ୟକତା ଦର୍ଶାଇ ସଂସ୍ଥା ରିମାଣ୍ଡ ଅବଧି ବଢାଇବା ପାଇଁ କରିଥିବା ଅପିଲକୁ କୋର୍ଟ ଗ୍ରହଣ କରିଛନ୍ତି । ୬ମାର୍ଚ୍ଚ ପର୍ଯ୍ୟନ୍ତ ସିସୋଦିଆ ଏବେ ପୁଣି ସିବିଆଇ ଦ୍ବାରା ଜେରାର ସମ୍ମୁଖୀନ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details