ଓଡିଶା

odisha

ETV Bharat / bharat

ROAD ACCIDENT: ଦମ୍ପତିଙ୍କୁ ଧକ୍କା ଦେବା ପରେ ୩୦୦ମି ଘୋଷାଡ଼ିଲା କାର

ଛତିଶଗଡ଼ ଅଞ୍ଚଳରେ ଦିଲ୍ଲୀ କଞ୍ଝୱାଲା ଭଳି ଦୁର୍ଘଟଣା ଘଟିଛି (Kanjhwala like accident in Durg) । ଏଠାରେ ଏକ କାର ଜଣେ ଦମ୍ପତିଙ୍କୁ ଧକ୍କା ଦେବା ପରେ ପ୍ରାୟ ୩୦୦ମି ଘୋଷାଡ଼ି ନେଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

By

Published : Jan 8, 2023, 6:49 PM IST

husband and wife accident
husband and wife accident

ରାୟପୁର:ଛତିଶଗଡ଼ ଦୁର୍ଗ ଅଞ୍ଚଳରେ ଦିଲ୍ଲୀ କଞ୍ଝାୱାଲା ଘଟଣାର ପୁନରାବୃତ୍ତି (Kanjhwala like accident in Durg) । ଏଠାରେ ସମାନ ଢଙ୍ଗରେ ଏକ ସଡ଼କ ଦୁର୍ଘଟଣା ଘଟିଛି (Road Accident in Durg)। ଯେଉଁଠି ଦୁର୍ଘଟଣା ଘଟାଇଥିବା କାରଟି ସ୍କୁଟି ଆରୋହୀ ଦମ୍ପତିଙ୍କୁ ଧକ୍କା ଦେବା ପରେ ୩୦୦ମି ଘୋଷାଡ଼ି ନେଇଥିଲା । ଫଳରେ ଏହି ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି (Husband wife died in road accident in Durg) । ଦୁର୍ଗ ଅଞ୍ଚଳର ଶିବନାଥ ନଦୀ ଉପରେ ନିର୍ମିତ ପୋଲ (Road accident on Shivnath over bridge)ଉପରେ ଶନିବାର ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ଘଟିଛି ।

ମୃତ ଦମ୍ପତି ହେଉଛନ୍ତି ଦୁର୍ଗ ପୋଲସାୟପାରା ଅଧିବାସୀ ଜ୍ଞାନଚାନ୍ଦ ଲେଖୱାନୀ (୫୬) ଓ ପତ୍ନୀ ବନ୍ଦନା ଲେଖୱାନୀ (୪୫) । ଏମାନେ ସ୍କୁଟିରେ ରାଜନନ୍ଦଗାଓଁ ଯାଉଥିଲେ । ସେଠାରେ ଦମ୍ପତିଙ୍କ ସମ୍ପର୍କୀୟଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ରହିଥିଲା । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ସ୍ବାମୀ-ସ୍ତ୍ରୀ ଉଭୟ ଉକ୍ତ ସ୍ଥାନକୁ ଯାଉଥିଲେ । ରାତି ପ୍ରାୟ ୧୨.୩୦ ସମୟରେ ତାଙ୍କ ଆଗ ପଟୁ ଏକ କାର (CG 07 BF 5195) ଧକ୍କା ଦେଇଥିଲା । ଏହାସହିତ କାରଟି ସେମାନଙ୍କୁ ପ୍ରାୟ ୩୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଏହି ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି (Husband wife died in road accident in Durg) ।

ଏହା ବି ପଢନ୍ତୁ- ପାସପୋର୍ଟ ଯାଞ୍ଚ ବେଳେ ଦିଲ୍ଲୀରେ ପୋଲିସକୁ ଆଫ୍ରିକୀୟ ନାଗରିକଙ୍କ ଆକ୍ରମଣ

କାର ଡ୍ରାଇଭର ଫେରାର:- ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିବା ପରେ କାର ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପୁଲଗାଓଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଦମ୍ପତିଙ୍କ ଚିକିତ୍ସା ଲାଗି ସେମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଫେରାର ହୋଇଯାଇଥିବା କାର ଡ୍ରାଇଭରକୁ ଠାବ କରିବା ଲାଗି ପୋଲିସ ପ୍ରୟାସ ଜାରି ରଖିଛି ।

ବ୍ୟବସାୟୀ ଥିଲେ ଜ୍ଞାନଚାନ୍ଦ:- ମିଳିଥିବା ସୂଚନା ଅନୁସାରେ ମୃତ ଜ୍ଞାନଚାନ୍ଦ ଲେଖୱାନୀ ଦୁର୍ଗଠାରେ ଏକ ଯୋତା ଦୋକାନ କରିଥିଲେ । ତାଙ୍କର ୨ଟି ପୁତ୍ର ସହ ଗୋଟିଏ ଝିଅ ଥିଲା । ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସନ୍ତାନମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

କାର-ସ୍କୁଟି ମୁହାଁମୁହିଁ:- ସ୍କୁଟି ଆରୋହୀ ଦମ୍ପତି ଓ କାର ମଧ୍ୟରେ ଖୁବ ଜୋରରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଉଭୟ ଯାନ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି । କାରର ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ସ୍କୁଟିର ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି ।

ABOUT THE AUTHOR

...view details