ଓଡିଶା

odisha

By

Published : Aug 10, 2023, 10:31 PM IST

ETV Bharat / bharat

୧.୭୪କୋଟି ଟଙ୍କାର ସୁନା ଠକେଇ ଅଭିଯୋଗ, ଜଣେ ସୁନା ଦୋକାନି ସହ ଦମ୍ପତି ଗିରଫ

ଅନେକ ପ୍ରକାର ଠକେଇ କଥା ଶୁଣଥିବେ, କିନ୍ତୁ କେବେ ଭାବିଛନ୍ତି ହିନ୍ଦୀ ସିନେମା ବଣ୍ଟି ଔର୍ ବବଲି ଭଳି ଠକେଇ ହୋଇପାରେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟଠରେ । ଗୁଜୁରାଟରେ ଜଣେ ସୁନାବ୍ୟବସାୟୀଙ୍କ ଏକ ଦମ୍ପଦିଙ୍କ ସହ ମିଶି ୧୨ଟି ସୁନା ଦୋକାନରୁ ଠକେଇ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

୧.୭୪କୋଟି ଟଙ୍କାର ସୁନା ଠକେଇ ଅଭିଯୋଗ, ଜଣେ ସୁନା ଦୋକାନି ସହ ଦମ୍ପତି ଗିରଫ
୧.୭୪କୋଟି ଟଙ୍କାର ସୁନା ଠକେଇ ଅଭିଯୋଗ, ଜଣେ ସୁନା ଦୋକାନି ସହ ଦମ୍ପତି ଗିରଫ

ଗୁଜୁରାଟ:ଆପଣ ବିଭିନ୍ନ ପ୍ରକାର ଠକେଇ କଥା ଶୁଣଥିବେ କିନ୍ତୁ କେବେ ଭାବିଛନ୍ତି ହିନ୍ଦୀ ସିନେମା ବଣ୍ଟି ଔର୍ ବବଲି ଭଳି ଠକେଇ ବି ହୋଇପାରେ । ଗୁଜୁରାଟର ସୁରଟରେ ଏକ ଦମ୍ପଦି କିଛି ସୁନା ଦୋକାନୀଙ୍କୁ ପ୍ରାୟ 1.74 କୋଟି ଟଙ୍କା ଠକେଇ କରିଛନ୍ତି । ବିଭିନ୍ନ ସୁନା ଦୋକାନରୁ ଏମାନେ 12ଟି ଗହଣା ନେଇ ଚୁନା ଲଗାଇବାକୁ ବସିଥିଲେ। ଏଥିରେ ସହାୟତା କରିଥିଲେ ଆଉ ଜଣେ ସୁନା ଦୋକାନୀ । ଆଜି ତଦନ୍ତ ପରେ ସମ୍ପୃକ୍ତ ସୁନା ଦୋକାନୀ ସହ ରିୟଲ ବଣ୍ଟି ଔର ବଲଲି ଦମ୍ପତିଙ୍କୁ ଗିରଫ କରିଛି ପୋଲିସ । ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ପୂରା ଘଟଣା

ସୂଚନା ଯୋଗ୍ୟ ଜୁନ୍ ୨୬ ତାରିଖରେ ରୋହିତ ଶାହା ନାମକ ଜଣେ ସୁନାବ୍ୟବସାୟୀ ଜଣେ ଦମ୍ପଦିଙ୍କ ପାଇଁ ପାରଶଙ୍କୁ ଗୋଟିଏ ବଡ଼ ଏବଂ ଗୋଟିଏ ଛୋଟ ଗହଣା ତିଆରି କରିବା ପାଇଁ ଅର୍ଡର୍ ଦେଥିଲେ । ପରେ ସମ୍ପୃକ୍ତ ଦମ୍ପତି ମଧ୍ୟ ପାରଶଙ୍କ ସୁନାଦୋକାନକୁ ଯାଇ ଟଙ୍କା ବିଷୟରେ ବୁଝାବୁଝି କରିଥିଲେ । ସେହି ଦମ୍ପତିଙ୍କୁ ସୁନା ଗହଣା ବିକ୍ରି କରିବା ପାଇଁ ପାରଶଙ୍କୁ ରୋହିତ ଶାହା କହିଥିଲେ । ପରଶ ତାଙ୍କ କଥା ଶୁଣି ସେହି ଦମ୍ପତିଙ୍କୁ ସୁନା ଗହଣା ବିକ୍ରି କରିଥିଲେ କିନ୍ତୁ ଦମ୍ପତି ଜଣକ କିଛି ଟଙ୍କା ଦେନଇଥିଲେ । ଏହି ଦମ୍ପତି ତିନି ଦିନ ଭିତରେ ପାରଶଙ୍କୁ ଟଙ୍କା ଦେବେ ବୋଲି କହିଥିଲେ। ଏହାର କିଛି ଦିନ ପରେ ରୋହିତ ଶାହା ପୁଣି ସେହି ଦମ୍ପତିଙ୍କ ପାଇଁ ପାରଶଙ୍କୁ ଫୋନ୍ କରି ଆଉ ୨ଟି ଗହଣା ତିଆରି କରିବାକୁ ଅର୍ଡର ଦେଇଥିଲେ । କିନ୍ତୁ ଦମ୍ପତି ଜଣକ ସବୁବେଳେ ରୋହିତ ନାଁ ନେଇ ପାରଶଙ୍କୁ ଟଙ୍କା ଦେବାରେ ବିଳମ୍ବ କରିଥିଲେ । ଯେହେତୁ ରୋହିତଙ୍କ ପାରଶ ସହିତ ଭଲ ସମ୍ପର୍କ ଥିଲା ତେଣୁ ସେ ବି କିଛି କହୁନଥିଲେ ।

କିନ୍ତୁ ଜୁଲାଇ ୨୯ରେ ଜାଣିବାକୁ ପାଇଲେ ରୋହିତ ତାଙ୍କ ସୁନା ଦୋକାନ ବନ୍ଦ କରି କେଉଁ ଆଡେ ଚାଲିଯାଇଛନ୍ତି । ପାରଶ ସଙ୍ଗେସଙ୍ଗେ ଚୈଉକ ବଜାର ଥାନାରେ ଘଟଣା ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏହାର ତଦନ୍ତ ଆରମ୍ଭ କରି ସବୁ ସତ୍ୟାସତ୍ୟ ପଦାକୁ ଅଣିଛି । ପୋଲିସ ସୂଚନା ଦେଇଛି କେବଲ ପାରଶ ଏହି ଠକାମିର ଶିକାର ହୋଇନାହାନ୍ତି । ରୋହିତ ଏବଂ ଠକ ଦମ୍ପତି ମିଶି ୧୨ ଜଣ ସୁନାବ୍ୟବସାୟୀଙ୍କଠାରୁ ସୁନାଗହଣା ନେଇ ୧.୭୪ କୋଟି ଟଙ୍କା ଠକିଛନ୍ତି । ଏହି ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ଗୁଜୁରାଟ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details