ଓଡିଶା

odisha

ETV Bharat / bharat

Country's Youngest Organ Donor: ବାପାଙ୍କୁ ଯକୃତ ଦାନ କଲେ 17 ବର୍ଷିୟା ଝିଅ - ଦେଶର ସବୁଠୁ କମ ବୟସର ଅଙ୍ଗଦାତା

ଯକୃତର କିଛି ଅଂଶ ଦାନ କରି ବାପାଙ୍କୁ ନୂଆ ଜୀବନ ଦେଲେ ଝିଅ। ଅଙ୍ଗଦାନ କରି ବର୍ତ୍ତମାନ ସେ ଦେଶର ସବୁଠୁ କମ ବୟସର ଅଙ୍ଗଦାତା ହୋଇପାରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Feb 20, 2023, 4:05 PM IST

ଥିରୁଅନନ୍ତପୁରମ:ବାପାଙ୍କୁ ଅଙ୍ଗଦାନ କରି ଉଦାହରଣ ସୃଷ୍ଟି କଲେ କେରଳର 17 ବର୍ଷିୟା ଝିଅ ଦେବନନ୍ଦା । ଯକୃତର କିଛି ଅଂଶ ଦାନ କରି ନିଜ ବାପାଙ୍କୁ ନୂଆ ଜୀବନ ଦେଇଛନ୍ତି ସେ । ଅଙ୍ଗଦାନ କରି ବର୍ତ୍ତମାନ ସେ ଦେଶର ସବୁଠୁ କମ ବୟସର ଅଙ୍ଗଦାତା ହୋଇପାରିଛନ୍ତି । ଆଇନ ଅନୁଯାୟୀ ନାବାଳିକାଙ୍କୁ ଅଙ୍ଗଦାନ ପାଇଁ ଅନୁମତି ନଥିବା ବେଳେ ସେ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ। ଶେଷରେ ଅନୁମତି ପରେ ଦେବନନ୍ଦା ତାଙ୍କ ବାପା ପିଜି ପ୍ରତିଶଙ୍କୁ ଯକୃତର କିଛି ଅଂଶ ଦାନ କରିଛନ୍ତି। ଗତ 9 ତାରିଖରେ ଆଲୁଭା ରାଜଗିରି ହସ୍ପିଟାଲରେ ଯକୃତ ପ୍ରତିରୋପଣ ଶେଷ ହୋଇଛି । କେରଳରୁ ସାମ୍ନାକୁ ଆସିଛି ଏପରି ଘଟଣା ।

ତେବେ ଯକୃତ ଦାନ ପାଇଁ ଗତ 9 ତାରିଖରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଦେବନନ୍ଦା । ଏହାପରେ 18 ତାରିଖରେ ଫେରିଥିଲେ। ଯକୃତ ପ୍ରତିରୋପଣ ବିଶେଷଜ୍ଞ ଡା.ରାମଚନ୍ଦ୍ର ନାରାୟଣ ମେନୋନଙ୍କ ନେତୃତ୍ୱରେ କରାଯାଇଥିଲା । ଡାକ୍ତର ଜନ୍ ଶାଜି ମାଥ୍ୟୁ, ଜୋସେଫ୍ ଜର୍ଜ, ସିରିଆକ୍ ଆବି ଫିଲିପ୍, ଜର୍ଜ ଯାଦବ, ଶାଲିନି ରାମକୃଷ୍ଣନ୍ ଏବଂ ଜୟଶଙ୍କର ମଧ୍ୟ ଏଥିରେ ସାମିଲ ହୋଇଥିଲେ। 17 ବର୍ଷ ବୟସ୍କା ଦେବନନ୍ଦା ଏବେ ଦେଶର ସର୍ବକନିଷ୍ଠ ଅଙ୍ଗ ଦାତା ହୋଇପାରିଛନ୍ତି।

ଏହା ମଧ୍ୟ ପଢନ୍ତୁ-Nagaland Assembly Polls: ପାଖେଇ ଆସୁଛି ନିର୍ବାଚନ, ଆଜି ମଇଦାନକୁ ଓହ୍ଲାଇବେ ଅମିତ ଶାହ

ତେବେ ଅଳ୍ପ ସମୟ ମଧ୍ୟରେ ଅସ୍ତ୍ରୋପଚାର ହୋଇଥିବାରୁ ହସ୍ପିଟାଲର ଡାକ୍ତର ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ଛାଡ କରିଥିଲେ। ଦେବନନ୍ଦା ଆସନ୍ତା ମାର୍ଚ୍ଚ ମାସରେ ବିଦ୍ୟାଳୟରେ ବାର୍ଷିକପରୀକ୍ଷା ଦେବେ। ଏହା ଛାତ୍ରୀ ଜଣଙ୍କର ବାପା ଥ୍ରୀସୁରରେ ଏକ କାଫେ ଚଳାଉଥିଲେ। ହଠାତ ଯକୃତ ରୋଗରେ ପୀଡିତ ହେବା ପରେ କ୍ୟାନସର ରୋଗରେ ମଧ୍ୟ ପୀଡିତ ଥିଲେ। ହସ୍ପିଟାଲରେ ଦେଖାଇବା ପରେ ଜୀବନ ବଞ୍ଚାଇବାକୁ ଅସ୍ତ୍ରୋପଚାର ଏକ ମାତ୍ର ରାସ୍ତା ବୋଲି କହିଥିଲେ ଡାକ୍ତର।

ଏହାପରେ ପ୍ରଥମେ ପ୍ରତିଶଙ୍କ ଝିଅ ଅଙ୍ଗଦାନ କରିବାକୁ କହିଥିଲେ। କିନ୍ତୁ ଇଣ୍ଡିଆନ୍ ଟ୍ରାନ୍ସପ୍ଲାଣ୍ଟେସନ୍ ଅଫ୍ ହ୍ୟୁମାନ୍ ଅର୍ଗାନ ଆକ୍ଟ, 1994 ନିୟମ ଅନୁଯାୟୀ, ନାବାଳିକାମାନେ ଅଙ୍ଗ ଦାନ କରିବାକୁ ଅନୁମତି ନାହିଁ। ତେଣୁ ପରିବାର ଲୋକେ ପ୍ରତିଶଙ୍କ ପାଇଁ ଉପଯୁକ୍ତ ଡୋନର ଖୋଜୁଥିଲେ, କିନ୍ତୁ କାହାକୁ ନପାଇ ନିରାଶ ହୋଇଥିଲେ। ଶେଷରେ ଦବନନ୍ଦା ଯକୃତର କିଛି ଅଂଶ ଦାନ କରିବାକୁ ସ୍ଥିର କଲେ। ଆଉ ଏଥି ପାଇଁ ତାଙ୍କୁ ଆଇନର ସାମ୍ନା କରିବାକୁ ପଡିଥିଲା। ବାପାଙ୍କୁ ବଞ୍ଚାଇବା ପାଇଁ ସେ କୋର୍ଟଙ୍କ ଅନୁମତି ଦେବାକୁ ନିବେଦନ କରିଥିଲେ।

ABOUT THE AUTHOR

...view details