ସିମଲା:ଦେଶର ପ୍ରଥମ ଥର ପାଇଁ ବରଫ ଉପରେ ମାରାଥନ ହେବା ପାଇଁ ପ୍ରସ୍ତୁତ ହିମାଚଳ ପ୍ରଦେଶ । ଲାହୋଲ ସ୍ପିଟିରେ ମାର୍ଚ୍ଚ ୨୬ରୁ ଆୟୋଜିତ ହେବ ଏହି ପ୍ରତିଯୋଗିତା । ବିଶ୍ବ ପ୍ରସିଦ୍ଧ ଅଟଳ ଟନେଲ ରୋହତାଙ୍ଗ ନିକଟରେ ଏହି ମାରାଥନର ଆୟୋଜନ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ଲାହୋଲ ସ୍ପିଟି ଡେପୁଟି କମିଶନର ରାଜେଶ ଚାନ୍ଦ ।
ଏହି ମାରାଥନରେ ୧୦୦ଜଣ ପ୍ରତିଯୋଗୀ ଭାଗ ନେବେ । ପ୍ରଥମ ଥର ପାଇଁ ଆୟୋଜିତ ଏହି ଖେଳର ଉଦଘାଟନୀ ସମାରୋହ ଐତିହାସିକ ହେବ ବୋଲି କହିଛନ୍ତି ଆୟୋଜକ। ସେ କହିଛନ୍ତି ଯେ ଦେଶର ପ୍ରଥମ ସ୍ନୋ ମାରାଥନରେ (ବରଫ ଉପରେ ଗଡଦୌଡ) ୧୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିବେ । ଏହି ମାରାଥନ୍ ଭାରତରେ ପ୍ରଥମ ଥର ପାଇଁ ହେବ । ରିଚ ଇଣ୍ଡିଆ ସଂସ୍ଥା ଗୋଲ୍ଡ ଡ୍ରପ୍ ଆଡଭେଞ୍ଚର ଲାହୋଲ ସ୍ପିଟି ପ୍ରଶାସନର ସହଯୋଗରେ ଏହି ମାରାଥନ୍ ଆୟୋଜନ କରୁଛି । ଏହା ଲାହୋଲ ସ୍ପିଟ ସମେତ ହିମାଚଳପ୍ରଦେଶ ପାଇଁ ଲାଭଦାୟକ ହେବ । ଭାରତୀୟ ଧାବକମାନଙ୍କ ପାଇଁ ଆହ୍ବାନପୂର୍ଣ୍ଣ ହେବ ।