ଓଡିଶା

odisha

ETV Bharat / bharat

ବ୍ରିକ୍ସ ସମ୍ମିଳନୀରେ ପାକ୍କୁ‌ ମୋଦିଙ୍କ ଟାର୍ଗେଟ; ଆତଙ୍କବାଦୀ ସହଯୋଗ କରୁଥିବା ଦେଶକୁ ବିରୋଧ କରାଯାଉ

ଆତଙ୍କବାଦକୁ ସହଯୋଗ ତଥା ପ୍ରୋତ୍ସାହନ କରିଥିବା ଦେଶଗୁଡିକୁ ଦୋଷୀ କରାଯାଉ ବୋଲି ଦାବି କରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦୀ ପ୍ରସଙ୍ଗରେ ପାକକୁ ଟାର୍ଗେଟ କରି ଏପରି କହିଛନ୍ତି ପିଏମ । ଅଧିକ ପଢନ୍ତୁ...

ବ୍ରିକ୍ସ ସମ୍ମିଳନୀରେ ପାକ୍କୁ‌ ମୋଦିଙ୍କ ଟାର୍ଗେଟ
ବ୍ରିକ୍ସ ସମ୍ମିଳନୀରେ ପାକ୍କୁ‌ ମୋଦିଙ୍କ ଟାର୍ଗେଟ

By

Published : Nov 17, 2020, 7:06 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭର୍ଚୁଆଲ ମାଧ୍ୟମରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଛନ୍ତି । ସମ୍ମିଳନୀକୁ ସମ୍ବୋଧିତ କରି ମୋଦି ଆତଙ୍କବାଦୀକୁ ସମର୍ଥନ କରୁଥିବା ଦେଶଗୁଡିକୁ ଉତ୍ତରଦାୟୀ କରାଯାଉ ବୋଲି କହିଛନ୍ତି । ଆତଙ୍କବାଦୀଙ୍କ ପ୍ରସଙ୍ଗରେ କହି ସେ ପୁଣି ଥରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ଏଥିସହ ପୁଣି ଥରେ ଜାତିସଂଘର ସୁରକ୍ଷା ପରିଷଦରେ ପରିବର୍ତ୍ତନ ଆଣିବାକୁ କହିଥିଲେ।

ୟୁଏନରେ ସୁରକ୍ଷା ପରିଷଦ ଗଠନ ହେବାର 75 ବର୍ଷ ବିତିଯାଇଥିଲେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଫଳସ୍ବରୂପ ଆଜି ବିଶ୍ବ ଶାସନର ବିଶ୍ବସନୀୟତା ଏବଂ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠୁଛି । ଏହା ଏବେ ବି 75 ବର୍ଷ ପୁରୁଣା ବିଶ୍ବର ମାନସିକତା ଓ ବାସ୍ତବିକତା ଉପରେ ଆଧାରିତ ରହିଛି ମୋଦି ନିଜ ସମ୍ବୋଧିନରେ କହିଛନ୍ତି । ଜାତିସଂଘ ସୁରକ୍ଷା ପରିଷଦରେ ପରିବର୍ତ୍ତନ ଅତ୍ୟନ୍ତ ବୋଲି ଭାରତ ଆଜି ବିଶ୍ବାସ ରଖୁଛି । ଆଉ ଏହି ପ୍ରସଙ୍ଗରେ ସେ ବ୍ରିକ୍ସରେ ସାମିଲ ଥିବା ସମସ୍ତ ଦେଶଙ୍କ ସହଯୋଗ ଲଢିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, ଜାତିସଂଘ ବ୍ୟତୀତ ଅନ୍ୟ ଅନେକ ଅନ୍ତର୍ଜାତୀୟ ଅନୁଷ୍ଠାନ ମଧ୍ୟ ସାମ୍ପ୍ରତିକ ବାସ୍ତବତା ଅଧୀନରେ କାମ କରୁନାହାଁନ୍ତି | ସେମାନଙ୍କ ମଧ୍ୟରେ WTO, IMF, WHO ପରି ସଂସ୍ଥାଗୁଡ଼ିକ ମଧ୍ୟ ଉନ୍ନତି କରିବା ଉଚିତ ।

ବର୍ତ୍ତମାନ ବିଶ୍ବର ସବୁଠାର ବଡ ପ୍ରସଙ୍ଗ ସାଜିଛି ଆତଙ୍କବାଦ । ଏହାକୁ ସମର୍ଥନ ତଥା ପ୍ରୋତ୍ସାହନ କରୁଥିବା ଦେଶଗୁଡିକ ଦୋଷୀ ବିବେଚିତ କରାଯିବା ଦରକାର । ଆଉ ଏହାର ସମାଧାନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ମୋଦି ନିଜ ଭାଷଣରେ କହିଛନ୍ତି । ରୁଷ ଅଧ୍ୟକ୍ଷତାରେ ବ୍ରିକ୍ସ କାଉଣ୍ଟର ଆତଙ୍କବାଦ ରଣନୀତି ଚୂଡାନ୍ତ ହୋଇଥବାରୁ ଏହାକୁ ଏକ ବଡ ଉପଲବ୍ଧି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ |

କୋଭିଡ ପରେ ବିଶ୍ବ ପୁନରୁଦ୍ଧାରରେ ବ୍ରିକ୍ସ ଅର୍ଥନୀତର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିଶ୍ବ ଜନସଂଖ୍ୟା ମଧ୍ୟରୁ 42 ପ୍ରତିଶତ କେବଳ ଭାରତର । ଆମର ଦେଶ ବିଶ୍ବ ଅର୍ଥନୀତିର ମୁଖ୍ୟ ଇଞ୍ଜିନ ମଧ୍ୟରେ ରହିଛି । ବ୍ରିକ୍ସ ଦେଶ ମଧ୍ୟରେ ପାରସ୍ପରିକ ବାଣିଜ୍ୟ ବୃଦ୍ଧି ପାଇଁ ଅନେକ ସୁଯୋଗ ରହିଛି । ଭାରତରେ ଆତ୍ମନିର୍ଭର ଭାରତ ନାମରେ ଏକ ସଂସ୍କାର ଆଣିବାକୁ ଚେଷ୍ଟା କରାଯାଇଛି । ଆତ୍ମନିର୍ଭରଭାରତ କୋଭିଡ୍ ପରବର୍ତ୍ତୀ ଅର୍ଥନୀତି ପାଇଁ ଏକ ଶକ୍ତି ଗୁଣକ ହୋଇପାରିବ ବୋଲି ମୋଦି ସମ୍ମିଳନୀରେ କହିଛନ୍ତି । କୋରୋନା ମହାମାରୀ ସମୟରେ ଭାରତ ସମଗ୍ର ବିଶ୍ବ ସମୁଦାକୁ ସହାୟତ କରିଛି । ଲକଡାଉନ ସତ୍ତ୍ବେ ପ୍ରାୟ 150ଟି ଦେଶକୁ ଔଷଧ ଓ ଡାକ୍ତରୀ ସାମଗ୍ରୀ ପଠାଯାଇଛି। ଯାହା ଟିକା ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ଭାରତର କ୍ଷମତା ଦିନେ ସମଗ୍ର ମାନବ ଜାତିର କାମରେ ଆସିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ରୁଷ ଦ୍ବାରା ଆୟୋଜିତ ଦ୍ବାଦଶ ବ୍ରିକ୍ସ ସମ୍ମିଳନୀ ପ୍ରଧାନମନ୍ତ୍ରୀ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟନଙ୍କ ନିମନ୍ତ୍ରଣକ୍ରମେ ଯୋଗ ଦେଇଥିଲେ । କୋରୋନା ମହାମାରୀ ସମୟରେ ଜାତିସଂଘର 75 ତମ ବାର୍ଷିକୀ ଅବସରରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ତେବେ ମୋଦି ସପ୍ତମ ଥର ପାଇଁ ବ୍ରିକ୍ସି ସମ୍ମିଳନୀରେ ଯୋଗ ଦେଇଥିଲେ ।

ABOUT THE AUTHOR

...view details