ଓଡିଶା

odisha

ETV Bharat / bharat

One Nation One Election: ନିର୍ବାଚନ କମିଶନର କହିଲେ ଆମେ ପ୍ରସ୍ତୁତ - ନିର୍ବାଚନ କମିଶନରଙ୍କ ସୂଚନା

ଚଳିତ ନିର୍ବାଚନରେ ସୁପରିଚାଳନା ପରେ ଦେଶରେ ଏକକ ନିର୍ବାଚନ ପରିଚାଳନା କରିବାକୁ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ନିର୍ବାଚନ ଆୟୁକ୍ତ ସୁଶିଲ ଚନ୍ଦ୍ରା । ଅଧିକ ପଢନ୍ତୁ

One Nation, One Election: ନିର୍ବାଚନ କମିଶନର କହିଲେ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ
One Nation, One Election: ନିର୍ବାଚନ କମିଶନର କହିଲେ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ

By

Published : Mar 10, 2022, 3:11 PM IST

ନୂଆଦିଲ୍ଲୀ: ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଏକ ଭଲ ପରାମର୍ଶ, କିନ୍ତୁ ଏଥିପାଇଁ ସମ୍ବିଧାନରେ ବ୍ୟବସ୍ଥା ହେବାର ଆବଶ୍ୟକତା ରହିଛି । ଯାହା ସଂସଦୀୟ ବ୍ୟବସ୍ଥା ଉପରେ ନିର୍ଭର କରେ । ତେବେ ସଂସଦରେ ଏହା ପାରିତ ହୋଇପାରିଲେ ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ଏକକ ଭାବେ କରାଇବାରେ କୌଣସି ସମସ୍ୟା ନାହିଁ । ଭାରତୀୟ ନିର୍ବାଚନ ଆୟୋଗ ସମଗ୍ର ଦେଶରେ ଏକକ ନିର୍ବାଚନ ପରିଚାଳନା କରିବାରେ ସମ୍ପୂର୍ଣ୍ଣ ସକ୍ଷମ ବୋଲି କହିଛନ୍ତି ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ।

ନିର୍ବାଚନ କମିଶନର ଏହା ମଧ୍ୟ କହିଛନ୍ତି, ଭାରତୀୟ ସମ୍ବିଧାନରେ ଏକକ ନର୍ବାଚନ କରାଇବା ପାଇଁ ବ୍ୟବସ୍ଥା ରହିଛି କିନ୍ତୁ କିଛି ବିଧାନସଭା କୌଣସି ରାଜନୈତିକ ସଙ୍କଟରୁ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ସରିବା ପରିବର୍ତ୍ତେ ଅଧାରୁ ଭଙ୍ଗ ହୋଇଥାଏ । ଅତୀତରେ ସଂସଦ କ୍ଷେତ୍ରରେ ମଧ୍ୟ ଏପରି ସଙ୍କଟ ମଧ୍ୟ ଦେଖିବାକୁ ମିଳିିଛି । ଯାହା ଏହି ଧାରାରେ ବ୍ୟତିକ୍ରମ ସୃଷ୍ଟି କରିଛି । ତେବେ ଏନେଇ ସଂସଦରେ ବ୍ୟବସ୍ଥା କରାଗଲେ ସାରା ଦେଶରେ ଏକକ ନିର୍ବାଚନ ପରିଚାଳନା କରିବାରେ କୌଣସି ସମସ୍ୟା ନାହିଁ । ପରିଚାଳନା ନେଇ ନିର୍ବାଚନ ଆୟୋଗ ଏନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ନିର୍ବାଚନ ଆୟୋଗ ।

ସେହିପରି ଚଳିତଥର ୫ ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ବୃହତ ରାଜ୍ୟ ଉତ୍ତର ପ୍ରଦେଶ ସମେତ ମୋଟ ୫ ରାଜ୍ୟରେ ନିର୍ବାଚନ କରାଯାଇଥିଲା । ମୋଟ ୭ ପର୍ଯ୍ୟାୟରେ ମତଦାନ ହୋଇଥିବାବେଳେ ଆଜି ଭୋଟ ଗଣତି ଜାରି ରହିଛି । କାଁଭାଁ ତ୍ରୁଟିକୁ ଛାଡି ଦେଲେ କୌଣସି ରାଜ୍ୟରେ ସେପରି କୌଣସି ବଡ ଧରଣର ନିର୍ବାଚନୀ ପରିଚାଳନା ଅବ୍ୟବସ୍ଥା ମଧ୍ୟ ସାମ୍ନାକୁ ଆସିନାହିଁ । ଏପରି ସ୍ଥଳେ ଦେଶର ଲୋକସଭା ଓ ବିଧାନସଭା ନିର୍ବାଚନ ଏକକାଳୀନ ହେଲେ ମଧ୍ୟ ଆୟୋଗ ପାଇଁ ପରଚାଳନାଗତ ମସସ୍ୟା ହେବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ।

ପୂର୍ବରୁ ମୋେଦି ସରକାରରେ ଏହି ଏକକ ନିର୍ବାଚନ ଚର୍ଚ୍ଚା ମଧ୍ୟ ଜୋର ଧରିଥିବା ବେଳେ ବର୍ତ୍ତମାନ ଏହି ନିର୍ବାଚନ ପରେ ଏନେଇ ବିଧିବଦ୍ଧ ଭାବେ କେନ୍ଦ୍ର ସରକାର କିଛି ବିଲ ଆଣି ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details