ଓଡିଶା

odisha

ETV Bharat / bharat

Elections Results 2022: ୫ ରାଜ୍ୟରେ ଭୋଟ ଗଣତି ଆରମ୍ଭ - ବିଧାନସଭା ନିର୍ବାଚନ ଫଳାଫଳ

ପାଞ୍ଚଟି ରାଜ୍ୟରେ ଭୋଟ୍ ଗଣନା ସକାଳ ୮ ଟାରୁ ଆରମ୍ଭ ହୋଇଛି । ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର 690 ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ୍ ଗଣତି ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଅଧିକ ପଢନ୍ତୁ

୫ ରାଜ୍ୟରେ ଭୋଟ ଗଣତି ଆରମ୍ଭ
୫ ରାଜ୍ୟରେ ଭୋଟ ଗଣତି ଆରମ୍ଭ

By

Published : Mar 10, 2022, 8:32 AM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ଆଜି ଆସିବ ଜନାଦେଶ । ପାଞ୍ଚଟି ରାଜ୍ୟରେ ଭୋଟ୍ ଗଣନା ସକାଳ 8 ଟାରୁ ଆରମ୍ଭ ହୋଇଛି। ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର 690 ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ୍ ଗଣିବା ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ୨୦ ମିନିଟ ଗଣନା ଭିତରେ ୟୁପିରେ ବିଜେପି, ପଞ୍ଜାବରେ କଂଗ୍ରେସ ଓ ଉତ୍ତରାଖଣ୍ଡରେ ବିଜେପି ଆଗୁଆ ।

ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି । ମତଦାତାଙ୍କ ଦନାଦେଶରେ କାହା ଗାଦି ରହିବ କାହର ଖସିବ ତାହା ସ୍ପଷ୍ଟ ହେବ । ମତ ଗଣନା ପାଇଁ ୫ଟା ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଉତ୍ତରପ୍ରଦେଶରେ ମୋଟ ୭୦ ହଜାର ପୋଲିସ କର୍ମୀ, ୨୪୫ କମ୍ପାନୀ ଅର୍ଦ୍ଧସାମରିକ ବଳ ନିୟୋଜିତ ଅଛନ୍ତି । ସମ୍ବେଦନଶୀଳ ଅଞ୍ଚଳଗୁଡିକୁ ଅଧିକ ଗୁରୁତ୍ବ ଦିଆଯାଇଛି । ୟୁପି ସହ ଅନ୍ୟ ୪ ରାଜ୍ୟରେ ମଧ୍ୟ କ଼ଡା ସୁରକ୍ଷା ବ୍ୟବସ୍ଥା ହୋଇଛି ।

ସମସ୍ତ ଗଣନା କେନ୍ଦ୍ରରେ ବିସ୍ତୃତ ଏବଂ ସମ୍ପୂର୍ଣ୍ଣ ପ୍ରମାଣ ବ୍ୟବସ୍ଥା କରାଯାଇଛି । କଡା ସୁରକ୍ଷା ବ୍ୟବସ୍ଥା ସହ ଇଭିଏମ୍ ଗୁଡିକ ରଖାଯାଇ ଗଣତି ଚାଲିଛି । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଦ୍ବାରା ପରିଚାଳିତ ତିନି ସ୍ତରୀୟ ସୁରକ୍ଷା ଅଧୀନରେ ଅଛି । 24x7 ର ସିସିଟିଭି କ୍ୟାମେରାରେ ଗଣତି ଜାରି ରିହଛି । 8 ଟା ପୂର୍ବରୁ ଗ୍ରହଣ କରାଯାଇଥିବା ଡାକ ବାଲାଟ୍ ଗଣନା ପାଇଁ ନିଆଯାଇଥିଲା । ଇଲେକ୍ଟ୍ରୋନିକ୍ ଟ୍ରାନ୍ସମିଟେଡ୍ ଡାକ ବାଲାଟ୍ ସିଷ୍ଟମ୍ (ଇଟିପିବିଏସ୍) ଏବଂ ଡାକ ବାଲାଟ୍ ଗଣନା କରିବାର ସମସ୍ତ ନିୟମ ପାଳନ କରାଯିବ । ଇଭିଏମ ପାଇଁ ଭୋଟ୍ ଗଣନା ସକାଳ 08.30 ରେ ଆରମ୍ଭ ହେବ ।

ABOUT THE AUTHOR

...view details