ରାୟପୁର:ଭୋଟ ବ୍ୟାଙ୍କ ପାଇଁ କଂଗ୍ରେସ କିଛି ବି କରିପାରେ । କଂଗ୍ରେସ ଦଳିତ, ଓବିସି ଏବଂ ଆଦିବାସୀଙ୍କ ବିଶ୍ବାସକୁ କେବେ ବି ସମ୍ମାନ ଦେଇନାହିଁ । ସ୍ବାଧୀନତାର ଅନେକ ବର୍ଷ ପରେ ବି ଯଦି ଦେଶରେ ଜଣେ ରହିବ ଥାଆନ୍ତି ତେବେ ତାହା କେବଳ କଂଗ୍ରେସ ହିଁ ଏହାର ଦୋଷୀ । କଂଗ୍ରେସ କୁଶାସନ ସମାପ୍ତର ଜୟଘୋଷ ହେଉଛି । କଂଗ୍ରେସର କାଉଣ୍ଟଡାଉନ ଆରମ୍ଭ ହୋଇଛି । ଏଥରେ ରାଜ୍ୟରୁ କଂଗ୍ରେସ ବିଦା ହେବ । 5 ବର୍ଷ ହେବ ରାଜ୍ୟକୁ ଲୁଟିଥିବା କଂଗ୍ରେସ ନେତା ଫେରୱେଲ ନେବେ । ଏଥରେ ରାଜ୍ୟରେ ବିଜେପି ସରକାର ଆସିଲେ ରାଜ୍ୟରେ ଦ୍ରୁତଗତିରେ ବିକାଶ ହେବ ବୋଲି କହିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଛତିଶଗଡର ମୁଙ୍ଗେଲିରେ ଏକ ବିଜୟ ସଂକଳ୍ପ ମହାରାଲିକୁ ସମ୍ବୋଧନ କରି କଂଗ୍ରେସକୁ ଟାର୍ଗେଟ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମୁଙ୍ଗେଲିରେ ଏକ ବିଜୟ ସଂକଳ୍ପ ମହାରାଲିରେ କଂଗ୍ରେକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେର କିଛି ମହାଜ୍ଞାନୀଙ୍କୁ ଆଜିକାଲି ଗଣିତ ପଢାଇବା ପସନ୍ଦ ଆସିଯାଇଛି । କଂଗ୍ରେସର ଏହି ଗଣିତଜ୍ଞ ସେହି ସମସ୍ୟାର ସମାଧାନ କରିପାରୁ ନାହାନ୍ତି ଯାହାକୁ ପଞ୍ଚମ ଶ୍ରେଣୀରେ ପଢୁଥିବା ବିଦ୍ୟାର୍ଥୀ କରିପାରିବ । ମହାଦେବ ବେଟିଂ ଦୁର୍ନୀତିରେ 508କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହି ଦୁର୍ନତୀରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ଜେଲରେ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଏଥିରୁ କେତେ ଟଙ୍କା ଦିଆଯାଇଛି କଂଗ୍ରେସର ଗଣିତଜ୍ଞମାନଙ୍କୁ କହିବାକୁ ହେବ । ଦଳର ଅନ୍ୟନେତା କେତେ ଟଙ୍କା ନେଇଛନ୍ତି । ଛତିଶଗଡ଼ରେ ଯେବେ କଂଗ୍ରେସ ସରକାର ହୋଇଥିଲା ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୁକ୍ତିନାମା ହୋଇଥିଲା । ପ୍ରଥମ ଅଢେଇ ବର୍ଷରେ ମୁଖ୍ୟମନ୍ତ୍ରୀ ଏତେ ଲୁଟିଛନ୍ତି ତାର ହିସାବ ନାହିଁ । ଦିଲ୍ଲୀ ନେତାଙ୍କୁ କିଣି ନେଇଥିଲେ ।''
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଏଠାକାର ମୁଖ୍ୟମନ୍ତ୍ରୀ ସୁପର ସିଏମ ଓ ତାଙ୍କ ପ୍ରିୟ ଅଫିସର ଯେଉଁ ଭୁଲ କରିଛନ୍ତି ତାହାକୁ ନେଇ ଲୋକଙ୍କ ମଧ୍ୟରେ ରାଗ ଭରି ରହିଛନ୍ତି । ତାଙ୍କ ପୁଅ ସୁପର ସିଏମ୍ ହୋଇ ଯେଉଁ କାର୍ଯ୍ୟ କରିଛନ୍ତି ଏହି ମୁଖ୍ୟମନ୍ତ୍ରୀ ବିଧାୟକ ହେବା ବି କଷ୍ଟକର ହୋଇ ପଡିଛି । ରାଜ୍ୟରେ ପ୍ରତି ଘରେ ଘରେ ଏହାକୁ ନେଇ କ୍ରୋଧ ଭରି ରହିଛି । ଏବେ ରାଜ୍ୟରେ କଂଗ୍ରେସ ସରକାର ବିଦାୟ ନେବା କାଉଣ୍ଟଡାଉନ ଆରମ୍ଭ ହୋଇଛି । ଦଳରେ ଯେଉଁ ନେତା 5 ବର୍ଷ ହେବ ରାଜ୍ୟକୁ ଲୁଟିଛନ୍ତି ତାଙ୍କର ବିଦାୟ ସମୟ ଆସିଛି । ଏହି ବିଦାୟର କମାଣ ଛତିଶଗଡର ଲୋକ ସମ୍ଭାଳିଛନ୍ତି । ରାଜ୍ୟବାସୀଙ୍କୁ କଂଗ୍ରେସର ଆବଶ୍ୟକତା ନାହିଁ ସେ ଜାଣି ସାରିଛି । କଂଗ୍ରେସର ଖେଳ ଆଉ ମାତ୍ର କିଛି ଦିନ ବାକି ରହିଛି । ବିଜେପି ସରକାର ଆସିବା ମାନେ ଛତିଶଗଡର ଦ୍ରୁତ ବିକାଶ, ଯୁବ ଗୋଷ୍ଠୀଙ୍କ ସ୍ବପ୍ନ ସାକାର କରିବା, ମହିଳାଙ୍କ ଜୀବନଶୈଳୀ ସହଜ କରିବା ଭ୍ରଷ୍ଟାଚାର ଉପରେ ଲଗାମ ଲଗାଇବା । କଂଗ୍ରେସ ଏଠାରେ ମାଆ ଭଉଣୀଙ୍କୁ ମଦ ବନ୍ଦ କରିଥିବା ପ୍ରତିଶ୍ରୁତି ଦେଇଥିଲା । ମଦ ବନ୍ଦ ତ କରିନାହିଁ କେବେଳ ସମସ୍ତଙ୍କ ଆଖିରେ ଧୂଳି ଦେଇଛି । ମଦର ହୋମ୍ ଡେଲିଭରି ଆରମ୍ଭ କରିଛି । ସମସ୍ତଙ୍କ ବିଶ୍ବାସଘାତ କରିଛି କଂଗ୍ରେସ ।''
ଏହା ବି ପଢନ୍ତୁ...ଲୋକତନ୍ତ୍ରକୁ ଲୁଟତନ୍ତ୍ର ଓ ପ୍ରଜାତନ୍ତ୍ରକୁ ପରିବାରତନ୍ତ୍ର କରିଛି କଂଗ୍ରେସ: ପ୍ରଧାନମନ୍ତ୍ରୀ
ଜବାବ ଦେଲେ ମୁଖ୍ୟମନ୍ତ୍ରୀ ବାଘେଲ: ଛତିଶଗଡ ସରକାର ଦୁର୍ନୀତିଗସ୍ତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ନେଇ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ସେ କହିଛନ୍ତି, '' ମୋଦିଜୀଙ୍କୁ ଏହା କହିବାକୁ ଚାହିଁବି କି ପ୍ରଥମେ ରମନ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ସେ ସିଲେକ୍ଟ କରି କାର୍ଯ୍ୟାନୁଷ୍ଠାନ ନନିଅନ୍ତୁ । କାର୍ଯ୍ୟାନୁଷ୍ଠାନ ନେବାର ଅଛି ତ ହେମନ୍ତ ବିଶ୍ବଶର୍ମାଙ୍କ ବିରୋଧରେ ନିଅନ୍ତୁ ଅଜିତ ପାୱାରଙ୍କ ବିରୋଧରେ ନିଅନ୍ତୁ । ମୋଦି ୱାଶିଂ ପାଉଡର ଲଗାଇ ଆସିଥିବା ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।''