ଚେନ୍ନାଇ:ଆସନ୍ତାକାଲି(ଗୁରୁବାର) ସଂଧ୍ୟାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଦ୍ବାରା ହେବାକୁ ଥିବା ଉତକ୍ଷେପଣ ପାଇଁ ଆଜି ସଂଧ୍ୟାରୁ 24 ଘଣ୍ଟିଆ କାଉଣ୍ଟଡାଉନ ଆରମ୍ଭ ହୋବାକୁ ଯାଉଛି । ଏହି ଉତକ୍ଷେପଣ ଆସନ୍ତକାଲି (ଗୁରୁବାର) ସଂଧ୍ୟାରେ ହେବାକୁ ଯାଉଛି । ଏହି ଉତକ୍ଷେପଣରେ ପୋଲାର ସାଟେଲାଇଟ ଲଞ୍ଚିଂ ଭେଇକଲ୍ (PSLV) ଜରିଆରେ 3 ସିଙ୍ଗାପୁର ଉପଗ୍ରହକୁ ପୃଥିବୀର କକ୍ଷ ପଥରେ ଅବସ୍ଥାପିତ କରାଯିବ । ଏହି ମିଶନର କୋଡ ନାମ (code name) PSLV-C53/DS-EO ରହିିଛି ।
ଏହି ସ୍ବଦେଶୀ ନିର୍ମିତ ଉତକ୍ଷେପଣ ଯାନ PSLV ସିଙ୍ଗାପୁରର 3 ଟି ଉପଗ୍ରହ ନେଇ ମହାକାଶ ଅଭିମୁଖେ ଯାତ୍ରା କରିବ । ଏଥି ମଧ୍ୟରୁ ଦୁଇଟି ଉପଗ୍ରହ କୋରିଆରେ ନିର୍ମିତ ହୋଇଥିବା ବେଳେ ଗୋଟିଏର ଓଜନ 350 କେ.ଜି ଓ ଅନ୍ୟଟି 155 କେ.ଜି ଓଜନ ବିଶିଷ୍ଟ ରହିଛି । ସେହିପରି ତୃତୀୟ ଉପଗ୍ରହଟି ସିଙ୍ଗାପୁର ବିଶ୍ବବିଦ୍ୟାଳୟର ମହାକାଶ ବିଜ୍ଞାନ ବିଭାଗ ଦ୍ବାରା ବିକଶିତ ହୋଇଛି । ଏହା ଆକାରରେ କ୍ଷୁଦ୍ର ଓ ମାତ୍ର 2.8 କିଗ୍ରା ଓଜନ ବିଶିଷ୍ଟ ରହିଛି ।