ନୂଆଦିଲ୍ଲୀ: ଦେଶରେ ୧୪୫ କୋଟି ଅତିକ୍ରମ କଲା କୋରୋନା ଟୀକାକରଣ (Corona Vaccination Coverage in India) । ଗତକାଲି ୫୨ ଲକ୍ଷ ଟୀକାକରଣ ହୋଇଥିବା ବେଳେ ଏହା ୧୪୫ କୋଟି ଅତିକ୍ରମ କରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ କରି ସ୍ୱାସ୍ଥ୍ୟ କର୍ମୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଦେଶରେ ଟୀକାକରଣ ମାଇଲଖୁଣ୍ଟ ଅତିକ୍ରମ କରି ୨୦୨୧କୁ ଶେଷ କରିଛି । ଏନେଇ ଡାକ୍ତର, ବୈଜ୍ଞାନିକ, ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
ଦେଶରେ ୧୪୫ କୋଟି ଅତିକ୍ରମ କଲା ଟୀକାକରଣ
ଦେଶରେ ୧୪୫ କୋଟି ଅତିକ୍ରମ କଲା କୋରୋନା ଟୀକାକରଣ (Corona Vaccination Coverage in India) । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ କରି ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ୟମକୁ ପ୍ରଶଂସା କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।
କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ (COVID-19 Vaccine) । ଏନେଇ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରୁ ପ୍ରଥମେ ଦେଶରେ ଟୀକାକରଣ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟସେବା କର୍ମଚାରୀ ଟିକା ନେଇଥିଲେ । ଫେବୃୟାରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା ।
ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ବ ଏବଂ ରୋଗାକ୍ରାନ୍ତ ୪୫ ବର୍ଷ ବୟସ୍କରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ଏହାପରେ ଏପ୍ରିଲ ୧ ତାରିଖରୁ ସରକାର ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟୀକାକରଣ ଆରମ୍ଭ କରିଥିଲେ । ଏହାପରେ ମେ ମାସ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଟିକା ଦେବା ପାଇଁ ଅନୁମତି ଦେଇଥିଲେ ସରକାର ।