ଓଡିଶା

odisha

ETV Bharat / bharat

ଆଶ୍ବସ୍ତିକର ଖବର: ଘାତକ ହେବନି ତୃତୀୟ ଲହର, ମୃତ୍ୟୁ ସଂଖ୍ୟା ୬୦୦ ପ୍ରତିଶତ କମିବ - ଘାତକ ହେବନି ତୃତୀୟ ଲହର

ଦେଶରେ ଏବେ ଓମିକ୍ରନ ଭୂତାଣୁ ହୁ ହୁ ହୋଇ ମାଡି ଚାଲିଛି । କିନ୍ତୁ ଏହା ପ୍ରଥମ ଓ ଦ୍ବିତୀୟ ଲହର ତୁଳନାରେ ବେଶି ଘାତକ ହେବନି ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହାସହ ମୃତ୍ୟୁ ସଂଖ୍ୟା ୬୦୦ ପ୍ରତିଶତ କମିବ ବୋଲି ସେମାନେ କହିଛନ୍ତି । ଅଧିକ ପଢନ୍ତୁ

ଆଶ୍ବସ୍ତିକର ଖବର: ଘାତକ ହେବନି ତୃତୀୟ ଲହର, ମୃତ୍ୟୁ ସଂଖ୍ୟା ୬୦୦ ପ୍ରତିଶତ କମିବ
ଆଶ୍ବସ୍ତିକର ଖବର: ଘାତକ ହେବନି ତୃତୀୟ ଲହର, ମୃତ୍ୟୁ ସଂଖ୍ୟା ୬୦୦ ପ୍ରତିଶତ କମିବ

By

Published : Jan 10, 2022, 11:37 AM IST

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ମାଡି ଚାଲିଛି ଓମିକ୍ରନ ଭୂତାଣୁ(omicron variant) । ଏହି ଓମିକ୍ରନ କାରଣରୁ କୋରୋନାର ତୃତୀୟ ଲହର(corona third wave) ଗତି ମଧ୍ୟ ଅତ୍ୟନ୍ତ ଦ୍ରୁତ ଗତିରେ ବଢିଚାଲିଛି । କିନ୍ତୁ ଯଦି ଆମେ ମୃତ୍ୟୁ ପରିସଂଖ୍ୟାନକୁ ଦେଖିବା ତେବେ ଦ୍ବିତୀୟ ଲହର ଅପେକ୍ଷା ପ୍ରାୟ 600 ପ୍ରତିଶତ କମ ରେକର୍ଡ ହୋଇଛି । ପ୍ରଥମ ଲହର ତୁଳନାରେ ଏହି ହ୍ରାସ ପ୍ରାୟ 1000 ପ୍ରତିଶତ ଅଟେ । ତେବେ ଆଗାମୀ ଦିନରେ ମୃତ୍ୟୁରେ ସାମାନ୍ୟ ବୃଦ୍ଧି ଘଟିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1,79,723 ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ 146 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଗତ ବର୍ଷ ଯେତେବେଳେ କୋରୋନାର ଦ୍ବିତୀୟ ଲହର ଚାଲିଥିଲା, ଅର୍ଥାତ ୧୧ ଏପ୍ରିଲ ୨୦୨୧ରେ, ଦେଶରେ ଦୈନିକ ସଂକ୍ରମଣ 1 ଲକ୍ଷ 52 ହଜାର 879 ଥିଲା ସେତେବେଳେ ମଧ୍ୟ 839 ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଥିଲା । ସେହିଭଳି ପ୍ରଥମ ଲହରରେ, ଯଦିଓ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ ଏକ ଲକ୍ଷରୁ କମ ଥିଲା, ତଥାପି ମୃତ୍ୟୁ ସଂଖ୍ୟା ଅଧିକ ରହିଥିଲା ​​। 12 ସେପ୍ଟେମ୍ବର 2020 ରେ ଦୈନିକ ସଂକ୍ରମଣ 97 ହଜାର 570 ଥିବା ବେଳେ ମୃତ୍ୟୁସଂଖ୍ୟା 1201 ଥିଲା। ଯାହାକି ଗତ 24 ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ଅପେକ୍ଷା ପ୍ରାୟ 1000 ପ୍ରତିଶତ ଅଧିକ ।

ଡାକ୍ତରୀ ବିଶେଷଜ୍ଞମାନେ କହିଛନ୍ତି ଯେ, ଓମିକ୍ରନ କମ ମାରାତ୍ମକ । ଏହା ଫୁସଫୁସକୁ କ୍ଷତି ପହଞ୍ଚାଏ ନାହିଁ। ତେଣୁ ଡାକ୍ତରଖାନାରେ ଭର୍ତ୍ତି ହେବାର ହାର କମ ରହିବ । ଯେଉଁଥିପାଇଁ ମୃତ୍ୟୁ ହାର ମଧ୍ୟ କମ ରହିବ । ବର୍ତ୍ତମାନ ମହାବୀର ମେଡିକାଲ କଲେଜର ପ୍ରଫେସର ଜୁଗଲ କିଶୋର କହିଛନ୍ତି ଯେ, ଓମିକ୍ରନ ସଂକ୍ରମିତ ରୋଗୀ ପାଞ୍ଚ-ସାତ ଦିନ ମଧ୍ୟରେ ସୁସ୍ଥ ହୋଇଯାଉଛି । ଯଦିଓ ତୃତୀୟ ତରଙ୍ଗ ଆସିବାର ଦଶ ଦିନରୁ ଅଧିକ ସମୟ ବିତିସାରିଲାଣି। ତେବେ ଆମେ ଯଦି ଏହାକୁ ଦ୍ବିତୀୟ ଲହର ସହ ତୁଳନା କରିବା, ତେବେ ଦ୍ବିତୀୟ ଲହରରେ ରୋଗୀ ସଂକ୍ରମିତ ହେବାର ନଅରୁ ଦଶ ଦିନ ପରେ ମୃତ୍ୟୁବରଣ କରୁଥିଲେ। ତେଣୁ ଆଗାମୀ ଦିନରେ ମୃତ୍ୟୁରେ ସାମାନ୍ୟ ବୃଦ୍ଧି ଘଟିପାରେ ବୋଲି ଆଶଙ୍କା କରାଯାଉଛି। କିନ୍ତୁ ଏହା ଦ୍ବିତୀୟ ଲହର ଠାରୁ ବହୁତ କମ ରହିବ ।

ABOUT THE AUTHOR

...view details