ନୂଆଦିଲ୍ଲୀ: ଦେଶରେ କୋଭିଡର ଦ୍ବିତୀୟ ଲହର ଶେଷ ହୋଇନାହିଁ । ଦେଢବର୍ଷର ଅଭିଜ୍ଞତା ଅନୁଯାୟୀ କୌଣସି ବି ପରିସ୍ଥିତିରେ କୋରୋନାକୁ ନେଇ ଆମେ ଆରାମ କରିବା ଉଚିତ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ।
ଦିଲ୍ଲୀରେ vector-borne diseasesକୁ ନିୟନ୍ତ୍ରିତ କରିବା ନେଇ ଭିଡିଓ କନଫରେସିଂ ଜରିଆରେ ଏକ ସମୀକ୍ଷା ବୈଠକ ହୋଇଥିଲା । ଯେଉଁଥିରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜ, ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ଏବଂ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ । ଏହି ଭର୍ଚୁଆଲ ସମ୍ମିଳନୀରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କୋରେନାକୁ ନେଇ ଆରାମ ନ କରିବାକୁ କହିଥିଲେ ।