ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହର ଦେଶରେ ଭୟଙ୍କର ରୂପ ଧାରଣ କରିଛି । ପ୍ରତିଦିନ ଏହି ମହାମାରୀରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକ ପ୍ରତିଦିନ ଏଥିରେ ମୃତ୍ୟୁ ବରଣ କରୁଛନ୍ତି । ତେବେ କୋରୋନାର ଦ୍ବିତୀୟ ଲହରକୁ ନେଇ ବିଜେପିର ବରିଷ୍ଠ ନେତା କୈଲାସ ବିଜୟ ଭର୍ଗିୟା କହିଛନ୍ତି କି ଏହା ହେଉଛି ଭାରତ ଉପରେ ଚୀନର 'ଭାଇରାଲ ଯୁଦ୍ଧ' । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଶେଷ କରିବା ପାଇଁ କରୋନା ଭାଇରସର ଦ୍ବିତୀୟ ଲହର ଏକ ଷଡଯନ୍ତ୍ର ବୋଲି ସେ ଦାବି କରିଛନ୍ତି ।
ଭାରତରେ ଚୀନର ଦ୍ବିତୀୟ 'ଭାଇରାଲ ଯୁଦ୍ଧ': କୈଳାସ ବିଜୟ ଭର୍ଗୀୟ - ବିଜେପି ନେତା କୈଲାସ ବିଜୟ ଭର୍ଗିୟା
କୋରୋନାର ଦ୍ବିତୀୟ ଲହରକୁ ନେଇ ବିଜେପିର ବରିଷ୍ଠ ନେତା କୈଲାସ ବିଜୟ ଭର୍ଗିୟା କହିଛନ୍ତି କି ଏହା ହେଉଛି ଭାରତ ଉପରେ ଚିନର 'ଭାଇରାଲ ଯୁଦ୍ଧ' । ଅଧିକ ପଢନ୍ତୁ...
କୋରୋନାର ଏହି ଦ୍ବିତୀୟ ଲହର ଆସିଛି ନା ପଠାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ଏହି ବିଜେପି ନେତା । ସେ କହିଛନ୍ତି ଏହା ଚିନର ଏକ ଭାଇରାଲ ଯୁଦ୍ଧ କାରଣ ଏହା କେବଳ ଭାରତକୁ ଆସିଛି । ଏହା ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଭୁଟାନ ଭଳି ପଡୋଶୀ ଦେଶରେ ଆସିନାହିଁ ।
ଚୀନ ପାଇଁ କଂଗ୍ରେସ ରାଜନୀତି କରୁଛି ବୋଲି କହି କଂଗ୍ରେସ ଦଳ ଉପରକୁ ଆକ୍ରମଣ କରିଛନ୍ତି କୈଲାସ ବିଜୟ ଭର୍ଗୀୟ । କମଲନାଥ କୋରୋନାକୁ ଏକ ଭାରତୀୟ ପ୍ରକାର ବୋଲି କହିଛନ୍ତି ଏହା ଭାରତକୁ ଅସମ୍ମାନ କରିବାର ଷଡଯନ୍ତ୍ରର ଏକ ଅଂଶ | ଚୀନ୍ ଆମ ଦେଶରେ କଂଗ୍ରେସ ଏବଂ କମଲନାଥଙ୍କ କାନ୍ଧରେ ବନ୍ଧୁକ ଚଳାଉଛି ଏବଂ ଆମକୁ ଦୁନିଆରେ ବଦନାମ କରୁଛି। ଦେଶରେ ଚୀନ୍ ପାଇଁ କଂଗ୍ରେସ ରାଜନୀତି କରୁଛି ବୋଲି କୈଲାସ ବିଜୟ ଭର୍ଗୀୟ କହିଛନ୍ତି ।