ଭୋପାଳ:ଜୀବିତ ଥିବା ରୋଗୀଙ୍କୁ ଦୁଇ ଦୁଇ ଥର ମୃତ ଘୋଷଣା କଲା ମଧ୍ୟପ୍ରଦେଶ ଭିଦିଶା ଅଟଳ ବିହାରୀ ବାଜପେୟୀ ସରକାରୀ ହସ୍ପିଟାଲ । ସୁଲତାନିଆର ବାସିନ୍ଦା ଗୋରେଲାଲ କୌରଙ୍କ ସହ ଘଟିଛି ଏଭଳି ଘଟଣା । ଗୋରେଲାଲ କୋରୋନାରୋ ଆକ୍ରାନ୍ତ ହୋଇ ଅଟଳ ବିହାରୀ ବାଜପେୟୀ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ସେହିଦିନ ବିଳମ୍ବିତ ରାତିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଡାକ୍ତର କହିଥିଲେ । ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ଏ ଖବର ପାଇ ଗୋରେଲାଲଙ୍କ ପରିବାର ଲୋକେ ହସ୍ପିଟାଲରେ ପହଂଚିବା ପରେ ସେ ଜୀବିତ ଥିବା ହସ୍ପିଟାଲ ତରଫରୁ କୁହାଯାଇଥିଲା । କିନ୍ତୁ ଠିକ୍ ଗୋଟି ଦିନ ପରେ ଗୋରେଲାଲଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ତେବେ ଯେତେବେଳେ ମୃତକଙ୍କ ପୁଅ ନିଜ ପିତାଙ୍କ ମୃତଦେହ ଦେଖିବାକୁ ଜିଦ ଧରିଲା ସେତେବେଳେ ଜଣାପଡିଥିଲା ଯେ ଗୋରେଲାଲ ଜୀବିତ ଅଛନ୍ତି ।