ପାଣାଜୀ: ଗୋଆରେ ବଢୁଛି କୋରୋନା ସଂକ୍ରମଣ । ଏହାକୁ ଏହାକୁ ଦୃଷ୍ଟିରେ ରଖି ଗୋଆରେ 15 ଦିନ ପାଇଁ କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜିଠାରୁ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କର୍ଫ୍ୟୁ ଜାରି ରହିବ ।
ତେବେ କର୍ଫ୍ୟୁ ସମୟରେ ଆତ୍ୟାବଶ୍ୟକ ଦୋକାନ ଗୁଡିକ ସକାଳ 7ରୁ ମଧ୍ୟାହ୍ନ 1ଟା ପର୍ଯ୍ୟନ୍ତ ଖୋଲା ରହିବ । ଏବଂ ରେଷ୍ଟୁରାଣ୍ଟ ଗୁଡିକ ସକାଳ 7ରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ଅନୁମତି ମିଳିଛି ।