ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ । ଓଡିଶା ସମେତ 5 ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ।
ଓଡିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି । ବୈଠକରେ ସମ୍ପୃକ୍ତ ରାଜ୍ୟ ଗୁଡିକର କୋଭିଡ ସ୍ଥିତି ଓ ଟୀକାକରଣ ନେଇ ଆଲୋଚନା । ସଂକ୍ରମଣ ରୋକିବା ଓ ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ମଧ୍ୟ ହେଲା ରଣନୀତି ।
ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଗତ କିଛି ଦିନ ମଧ୍ୟରେ ଆଜି ବୈଠକ କରୁଥିବା ଏହି 6 ରାଜ୍ୟରୁ ଅତିକମରେ 80 ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଥିଲେ । ବିଶେଷଜ୍ଞଙ୍କ ଆକଳନ ଥିଲା ଦ୍ବିତୀୟ ଲହର ଯେଉଁଠାରୁ ଆରମ୍ଭ ହୋଇଛି ସେହି ଠାରୁ ତୃତୀୟ ଲହର ହୋଇପାରେ । ତେଣୁ ବର୍ତ୍ତମାନ କେରଳ ଓ ମହାରାଷ୍ଟ୍ର ସତର୍କ ରହିବା ଜରୁରୀ । ବୈଠକରେ ମୋଦି କହିଛନ୍ତି ସାମ୍ଭାବ୍ୟ ତୃତୀୟ ଲହରକୁ ରୋକିବା ପାଇଁ ରାଜ୍ୟ ମାନେ ଯଥା ସମ୍ଭବ ପଦକ୍ଷେପ ନେବା ଜରୁରୀ । ଏଥିପାଇଁ ରାଜ୍ୟ ମାନଙ୍କୁ କ୍ଷମତା ଦିଆଯାଇଛି । ବିଶେଷଜ୍ଞ କହୁଛନ୍ତି ଦୀର୍ଘଦିନ ଧରି ପ୍ଲାଟୋ ସ୍ଥିତିରେ ସଂକ୍ରମଣ ରହିଲେ ନୂଆ ନୂଆ ଭ୍ୟାରିଆଣ୍ଟ ସୃଷ୍ଟି ହେବାର ସମ୍ଭାବନା ରହିଛି ।