ଓଡିଶା

odisha

By

Published : Apr 4, 2021, 10:12 AM IST

ETV Bharat / bharat

ମହାରାଷ୍ଟ୍ରରେ ନିୟନ୍ତ୍ରଣ ବାହାରେ କୋରୋନା; ବନ୍ଦ ହୋଇପାରେ ଜିମ, ମଲ ଏବଂ ମଲ୍ଟିପ୍ଲେକ୍ସ

ମହାରାଷ୍ଟ୍ରରେ ପୂର୍ବାଅପେକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ ।ଏପରି ସ୍ଥିତିରେ ମହାରାଷ୍ଟ୍ରର ଉଦ୍ଧବ ସରକାର ସବୁ ଜନଗହଳିପୂର୍ଣ୍ଣ ସ୍ଥାନ ଗୁଡିକୁ ବନ୍ଦ କରିବାକୁ ଚିନ୍ତା କରୁଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ନିୟନ୍ତ୍ରଣ ବାହାରେ କୋରୋନା
ମହାରାଷ୍ଟ୍ରରେ ନିୟନ୍ତ୍ରଣ ବାହାରେ କୋରୋନା

ମୁମ୍ବାଇ: ଦେଶରେ ପୁଣି କାୟା ବିସ୍ତାର କରିବାରେ ଲାଗିଛି କୋରୋନା ମହାମାରୀର ଦ୍ବିତୀୟ ଲହର । କୋରୋନା ସଂକ୍ରମଣ ଏବେ ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଯାଉଛି । ପୂର୍ବାଅପେକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ । ଯାହାକୁ ଦେଖିଲେ ଅନ୍ୟ ରାଜ୍ୟ ତୁଳନାରେ ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର ରହିଛି । ଏପରି ସ୍ଥିତିରେ ମହାରାଷ୍ଟ୍ରର ଉଦ୍ଧବ ସରକାର ସବୁ ଜନଗହଳିପୂର୍ଣ୍ଣ ସ୍ଥାନ ଗୁଡିକୁ ବନ୍ଦ କରିବାକୁ ଚିନ୍ତା କରୁଥିବା ସୂଚନା ମିଳିଛି ।

ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ, ଗୁଜୁରାଟରେ ସଂକ୍ରମଣ ବୃଦ୍ଧିକୁ ଦେଖି ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ସରକାର ମହାରାଷ୍ଟ୍ରରେ ଥିବା ଜିମ, ମଲ ଏବଂ ମଲ୍ଟିପ୍ଲେକ୍ସକୁ ବନ୍ଦ କରିବାକୁ ନିଷ୍ପତି ନେଇପାରନ୍ତି ବୋଲି କୁହାଯାଉଛି । ଦେଶରେ କିଛିମାସ ପରେ ଏବେ ଗୋଟିଏ ଦିନରେ କୋରୋନା ସଂକ୍ରମଣ ଚିହ୍ନଟ ସଂଖ୍ୟା 90 ହଜାରକୁ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା 500 ଅତିକ୍ରମ କରିସାରିଛି । ତେବେ ସାରା ଦେଶରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 92,943 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାପୂର୍ବରୁ, ଗତବର୍ଷ ସେପ୍ଟେମ୍ବର 16 ରେ ସର୍ବାଧିକ 97,860 ଆକ୍ରାନ୍ତ ଚିହ୍ନଟ ହେବା ପରେ, ଏହି ସଂଖ୍ୟା ହ୍ରାସ ପାଇଥିଲା। ଆଜି ମହାରାଷ୍ଟ୍ରରେ 24 ଘଣ୍ଟାରେ 49 ହଜାର 447 କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29 ଲକ୍ଷ 53 ହଜାର 523କୁ ବୃଦ୍ଧି ପାଇଛି। ଯାହାକୁ ଦେଖିଲେ ସ୍ଥିତି ଅନ୍ୟ ରାଜ୍ୟ ଅପେକ୍ଷା ଚିନ୍ତାଜନକ ଥିବା ଜଣାପଡୁଛି ।

ABOUT THE AUTHOR

...view details