ଓଡିଶା

odisha

ETV Bharat / bharat

ସଂସଦ ଭବନରେ କୋରୋନା ବିସ୍ଫୋରଣ, ୪୦୦ କର୍ମଚାରୀ ପଜିଟିଭ - ସଂସଦରେ କୋରୋନା ବିସ୍ଫୋରଣ

ରାଜଧାନୀ ଦିଲ୍ଲୀରେ କୋରୋନା ମହାମାରୀ କହର ସୃଷ୍ଟି କରିଛି । ବର୍ତ୍ତମାନ ସଂସଦ ଭବନରେ କୋରୋନା ପ୍ରବେଶ କରିଛି । ଭବନରେ ୪୦୦ କର୍ମଚାରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି (parliament employee covid positive) । ଅଧିକ ପଢନ୍ତୁ

ସଂସଦ ଭବନେ କୋରୋନା ବିସ୍ଫୋରଣ
ସଂସଦ ଭବନେ କୋରୋନା ବିସ୍ଫୋରଣ

By

Published : Jan 9, 2022, 8:21 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ତାଣ୍ଡବ ରଚିଛି । ପାଳି କରି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି ମହାମାରୀ । ରାଜଧାନୀ ଦିଲ୍ଲୀରେ କୋରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି । ବର୍ତ୍ତମାନ ସଂସଦ ଭବନରେ କୋରୋନା ପ୍ରବେଶ କରିଛି । ଭବନରେ ୪୦୦ କର୍ମଚାରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି (parliament employee covid positive) । ସେମାନଙ୍କ ମଧ୍ୟରୁ କିଛି ସୁରକ୍ଷାକର୍ମୀ ମଧ୍ୟ ରହିଛନ୍ତି ।

ପ୍ରକାଶ ଥାଉ କି, ଗତ ୬ ଓ ୭ ତାରଖରେ ସଂସଦ ଭବନରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କ ସମେତ କର୍ମଚାରୀଙ୍କ RTPCR ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୦୦ ଜଣଙ୍କ ରିପୋର୍ଟ ପଜିଟିଭ ହୋଇଥିବା ଜଣାପଡିଛି । ଦେଶରେ ଦ୍ରୁତ ଗତିରେ ବଢୁଛି । ଗତ ୨୪ ଘଣ୍ଟାରେ ଦେଶରେ 1 ଲକ୍ଷ 41 ହଜାର ୯୮୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ମାମଲା ସକ୍ରିୟ ମାମଲା 4,72,169ରେ ପହଞ୍ଚିଛି ।

ସ୍ବାସ୍ଥ୍ୟ ବିଭାଗରେ ତଥ୍ୟ ଅନୁସାରେ ଦେଶରେ ଗତ ୧୧ ଦିନ ଭିତରେ ୨୧ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଛି । ଦିଲ୍ଲୀରେ ୭ ଜଣଙ୍କ ଜୀବନ ନେଇଛି ମହାମାରୀ । ରାଜଧାନୀ ଦିଲ୍ଲୀରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି । ଦୈନିକ ସଂକ୍ରମଣରେ ମହାରାଷ୍ଟ୍ର ଆଗରେ ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details