ଓଡିଶା

odisha

By ETV Bharat Odisha Team

Published : Oct 31, 2023, 10:39 PM IST

ETV Bharat / bharat

ଆତଙ୍କୀ ଆକ୍ରମଣରେ ପୋଲିସକର୍ମୀ ଶହୀଦ, 3ଦିନରେ ତୃତୀୟ ହମଲା

ଘାଟିରେ ତିନି ଦିନରେ ଲଗାତାର ତିନୋଟି ଆକ୍ରମଣ କଲେଣି ଆତଙ୍କୀ । ଆଜି ଜଣେ ହେଡ କନେଷ୍ଟବଳ ଶହୀଦ । ଗତକାଲି ଜଣେ ଅଣସ୍ଥାନୀୟ ଶ୍ରମିକଙ୍କୁ ହତ୍ୟା କରିଥିଲେ ଆତଙ୍କୀ । ଅଧିକ ପଢନ୍ତୁ

ଘାଟିରେ ଆତଙ୍କୀ ଆକ୍ରମଣରେ ଯବାନ ଶହୀଦ, 3 ଦିନରେ ତୃତୀୟ ହମଲା
ଘାଟିରେ ଆତଙ୍କୀ ଆକ୍ରମଣରେ ଯବାନ ଶହୀଦ, 3 ଦିନରେ ତୃତୀୟ ହମଲା

ଶ୍ରୀନଗର: ଦକ୍ଷିଣ କାଶ୍ମୀର ବାରମୂଲାରେ ଆତଙ୍କୀ ଆକ୍ରମଣରେ ଜଣେ ପୋଲିସକର୍ମୀ ଶହୀଦ ହୋଇଛନ୍ତି । ଆଜି ଅପରାହ୍ନରେ ଏହି ଆକ୍ରମଣ ଘଟିଛି । ଶହୀଦ ଯବାନ କାଶ୍ମୀର ପୋଲିସରେ କାର୍ଯ୍ୟରତ ଥିବା ହେଡ କନେଷ୍ଟବଳ ଗୁଲାମ ମହମ୍ମଦ ଦାର ଭାବେ ଚିହ୍ନଟ ହୋଇଛନ୍ତି । ବାରମୂଲାର ଓ୍ବାଲିରେ ତାଙ୍କ ଘର ନିକଟରେ ତାଙ୍କୁ ଆଜି ଅପରାହ୍ନରେ ଅଜଣା ଆତଙ୍କୀ ଗୁଳିମାଡ କରିଥିଲେ । ହସ୍ପିଟାଲ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗତ ତିନି ଦିନ ମଧ୍ୟରେ ଏହା ଘାଟିରେ ଲଗାତର ତୃତୀୟ ଆତଙ୍କୀ ଆକ୍ରମଣ ଘଟଣା ।

କାଶ୍ମୀର ଜୋନ ପୋଲିସ ‘ଏକ୍ସ’ରେ ଟ୍ବିଟ କରି ଘଟଣା ସମ୍ପର୍କରେ ସୂଚନା ଦେଇଛି । ଏହି ଯବାନଜଣଙ୍କ ନିଜ ଘର ନିକଟରେ ଥିବା ବେଳେ ତାଙ୍କୁ ଗୁଳିମାଡ କରାଯାଇଛି । ତାଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏପରି ସମୟରେ ସେନା ଓ ସ୍ଥାନୀୟ ପୋଲିସ ଏହି ଶହୀଦଙ୍କ ପରିବାର ସହ ରହିଛି ବୋଲି ମଧ୍ୟ ଜୋନ ପୋଲିସ କହିଛି । ଆସନ୍ତାକାଲି ଗାର୍ଡ-ଅଫ-ଅନର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

29 ତାରିଖରେ (ରବିବାର) ଶ୍ରୀନଗର ଇଦଗାହ ଏରିଆରେ ଜଣେ ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରିଥିଲେ ଆତଙ୍କବାଦୀ । ସବ ଇନ୍ସପେକ୍ଟର ମନସୁର ଅହମ୍ମଦ ପୋଲିସ ଗ୍ରାଉଣ୍ଡରେ କ୍ରିକେଟ ଖେଳୁଥିବା ବେଳେ ଅଜଣା ଆତଙ୍କବାଦୀ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେ ଚିକିତ୍ସାଧୀନ ରହିଛନ୍ତି । ଏହି ଘଟଣା ପରେ ଶ୍ରୀନଗରେ ପୋଲିସ ଓ ସୁରକ୍ଷା ବଳ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢାଯାଇଥିଲା । ମାତ୍ର ତାର 24 ଘଣ୍ଟା ନପୂରୁଣୁ ଗତକାଲି ଜଣେ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Migrant labourer shot dead: କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ଅଣସ୍ଥାନୀୟ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କୀ

ଗତକାଲି ଟାର୍ଗେଟ କିଲିଂର ଶିକାର ହୋଇଥିବା ଶ୍ରମିକ ଉତ୍ତର ପ୍ରଦେଶ ବାସିନ୍ଦା ଭାବେ ଚିହ୍ନଟ ହୋଇଥିଲେ । ତେବେ ଦୁଇଟି ଆକ୍ରମଣ ପରେ ଘାଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ସତ୍ତ୍ବେ ମଧ୍ୟ ଆଜି ଜଣେ ପୋଲିସ କର୍ମଚାରୀଙ୍କୁ ଘର ନିକଟରେ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଏବେ ବାରମୂଲା ଏରିଆରେ ସୁରକ୍ଷା ବଢାଯିବା ସହ କର୍ଡନ କରି ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details