ଓଡିଶା

odisha

ETV Bharat / bharat

ଅଶ୍ରୁଳ ନୟନରେ ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ନାୟକ ଗୁରୁସେବକ ସିଂହ - ଶହୀଦ ନାୟକ ଗୁରୁସେବକ ସିଂହଙ୍କୁ ମିଳିଲା ରାଷ୍ଟ୍ରୀୟ ମର୍ଯ୍ୟାଦା

କୁନ୍ନୁର ଚପର ଦୁର୍ଘଟଣାରେ ଶହୀଦଙ୍କ ପାର୍ଥିବ ଶରୀର ତାଙ୍କ ଗ୍ରାମ ବା ତାଙ୍କ ଭିଟାମାଟିରେ ପହଞ୍ଚିଥିଲା । ନାୟକ ଗୁରୁସେବକଙ୍କ ଦେହାନ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରିବାର ଶେଷ ଦର୍ଶନ କରାଇବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅଧିକ ପଢ଼ନ୍ତୁ

coonoor Chopper crash Martyr Naik Gursewak Singh last ritual done with full state of honor in Bhikhiwind
ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ନାୟକ ଗୁରୁସେବକ ସିଂହ

By

Published : Dec 12, 2021, 9:37 PM IST

ଚଣ୍ଡିଗଡ଼:ତାମିଲନାଡ଼ୁର କୁନ୍ନୁର ଚପର ଦୁର୍ଘଟଣାରେ CDS ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ଓ ଅନ୍ୟ 11 ଜଣ ଯବାନ ଶହୀଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ସାମିଲ ଥିଲେ ତରନତାରନ ଭିକ୍କିବିଣ୍ଡ ଗ୍ରାମର ନାୟକ ଗୁରୁସେବକ ସିଂହ । ଆଜି ଏହି ଶହୀଦଙ୍କ ପାର୍ଥିବ ଶରୀର ତାଙ୍କ ଗ୍ରାମ ବା ତାଙ୍କ ଭିଟାମାଟିରେ ପହଞ୍ଚିଥିଲା । ନାୟକ ଗୁରୁସେବକଙ୍କ ଦେହାନ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରିବାର ଶେଷ ଦର୍ଶନ କରାଇବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ନାୟକ ଗୁରୁସେବକ ସିଂହ
ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ନାୟକ ଗୁରୁସେବକ ସିଂହ

ନାୟକ ଗୁରୁସେବକଙ୍କ ସିଂହଙ୍କ ଶେଷ ଯାତ୍ରାରେ ପଞ୍ଜାବର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ଥିଲେ । ଶହୀଦଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ବିଧାୟକ ସୁଖପାଲ ସିଂହ । କୁହାଯାଉଛି ସେନାରୁ ଅବସର ନେବାକୁ ଚାହୁଁଥିଲେ ନାୟକ ଗୁରୁସେବକ । କିନ୍ତୁ ଜେନେରାଲ ବିପିନ୍‌ ରାୱତଙ୍କ ପ୍ରିୟ ହୋଇଥିବାରୁ ତାଙ୍କୁ ଅବସର ମିଳୁନଥିଲା । ସେ CDS ବିପିନ ରାୱତଙ୍କ ସିକ୍ୟୁରିଟି ଅଫିସର ଭାବରେ କାର୍ଯ୍ୟ କରୁଥିଲେ । ସେ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ଏହି ଦାୟିତ୍ବ ତୁଲାଇଥିଲେ । ଶେଷରେ ସିକ୍ୟୁରିଟି ଅଫିସର ଭାବରେ ହିଁ ସେ ସିଡିଏସ୍‌ଙ୍କ ସହ ଚାଲିଗଲେ ।

ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ନାୟକ ଗୁରୁସେବକ ସିଂହ
ଅଶ୍ରୁଳ ନୟନରେ ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ନାୟକ ଗୁରୁସେବକ ସିଂହ

ଏହାରି ମଧ୍ୟରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଉପସ୍ଥିତ ସଭିଁଙ୍କ ଆଖିରୁ ଦି ଟୋପା ଲୁହକୁ କେହି ରୋକି ପାରିନଥିଲେ । ଶହୀଦ ନାୟକ ଗୁରୁସେବକଙ୍କ ସିଂହଙ୍କ ପାର୍ଥିବ ଶରୀରକୁ ଦେଖି ତାଙ୍କ କୁନି ପୁଅ ସେନା ଡ୍ରେସ୍‌ରେ ସାଲ୍ୟୁଟ୍‌ କରିଥିଲା । ଦେଖଣାହାରୀଙ୍କ ପାଇଁ ଏହା ଅତ୍ୟନ୍ତ ଭାବବିହ୍ୱଳ ଦୃଶ୍ୟ ଥିଲା । ବୋଧ ହୁଏ ଦୁନିଆ ବିଷୟରେ ଜାଣିନଥିବା କୁନି ପୁଅଟି ବାପା ତାର ଶହୀଦ ହୋଇଥିବା କଥାଟା ବେଶ ଭଲ ଭାବେ ବୁଝି ପାରୁଥିଲା ।

ଶେଷରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶହୀଦଙ୍କ ଶେଷକୃତ୍ୟ କରାଯାଇଛି । ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନ୍ନୁର ନୀଳଗିରି ଜିଲ୍ଲାରେ ବାୟୁସେନା ବିମାନ MI17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ସିଡିଏସ ବିପିନ ରାୱତ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୪ଜଣ ଥିଲେ । ଦୁର୍ଘଟଣାରେ ରାୱତ ଦମ୍ପତିଙ୍କ ସହ ୧୩ଜଣଙ୍କର ନିଧନ ହୋଇଥିଲା । ଯାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ଶୁକ୍ରବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ୧୭ ତୋପ ସଲାମିରେ ରାୱତ ଦମ୍ପତିଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ଦୁଇଝିଅ ମୁଖାଗ୍ନି ଦେଇଥିଲେ । ଲୁହ ଭିଜା ଆଖିରେ ଦେଶ ଓ ଦୁଇଝିଅ ତାଙ୍କୁ ବିଦାୟ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details