ହାଇଦ୍ରାବାଦ:ଉତ୍ତର ପ୍ରଦେଶ ମୁଜାଫରନଗରର ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି 80 ଜଣ (conversion in muzaffarnagar)। ପ୍ରାୟ 12ବର୍ଷ ପୂର୍ବରୁ ଏମାନେ ଇସଲାମ ଧର୍ମରେ ସାମିଲ ହୋଇଥିଲେ । ତେବେ ଏବେ ସେମାନେ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପାରମ୍ପାରିକ ହିନ୍ଦୁ ଧର୍ମ ଆଧାରରେ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା । ସେମାନେ ଏକ ବିସ୍ଫୋରକ ସୂଚନା ମଧ୍ୟ ଦେଇଛନ୍ତି । ସେମାନେ ମୁଳତଃ ହିନ୍ଦୁ । ପ୍ରାୟ 12 ବର୍ଷ ପୂର୍ବରୁ ସମାଜବାଦୀ ପାର୍ଟିର ବିବାଦୀୟ ନେତା ଆଜମ ଖାନ ସେମାନଙ୍କୁ ବଳପୂର୍ବକ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରିବାରୁ ସେମାନେ ଧର୍ମ ପରିବର୍ତ୍ତନ କରିଥିବା କହିଛନ୍ତି ।
ଏଥି ମଧ୍ୟରେ ଏକାଧିକ ପରିବାରର ପ୍ରାୟ 80ଜଣ ରହିଛନ୍ତି । ସମସ୍ତେ ଧୋବା ସମ୍ପ୍ରଦାୟର ବୋଲି ସୂଚନା ମିଳିଛି । ଏମାନଙ୍କୁ ବଘରା ବ୍ଲକସ୍ଥିତ ସଧାନା ଆଶ୍ରମରେ ଶୁଦ୍ଧିକରଣ କାରଯାଇଥିଲା । ପରେ ହୋମଯଜ୍ଞର ଆୟୋଜନ ମଧ୍ୟ କରାଯାଇଥିଲା । ଏମାନେ ସମସ୍ତେ ରାମପୁର ବାସିନ୍ଦା । ପ୍ରାୟ 12ବର୍ଷ ତଳେ ଏମାନଙ୍କୁ ପ୍ରଲୋଭିତ ଓ ବଳ ପ୍ରୟୋଗ କରି ଇସଲାମ ଧର୍ମକୁ ପରିବର୍ତ୍ତନ କରାଇଥିଲେ ସାମାଜବାଦୀ ପାର୍ଟି ନେତା ଆଜନ ଖାନ । ଏବେ ଦୀର୍ଘ ବର୍ଷ ପରେ ସେମାନେ ସ୍ବଧର୍ମକୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।